ବାସୁଦେବପୁର : ଭଦ୍ରକ ଜିଲା ବାସୁଦେବପୁର ଥାନା ଅନ୍ତର୍ଗତ ରାଧାବଲ୍ଲଭପୁର ଗ୍ରାମରେ ବୁଧବାର ଏକ ଅଭାବନୀୟ ଘଟଣା ଘଟିଛି। ବିଦ୍ୟୁତ୍ ଆଘାତରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ମୃତକ ଜଣକ ହେଉଛନ୍ତି, ପ୍ରହଲ୍ଲାଦ ଜେନା(୩୦)।
ସୂଚନା ଅନୁସାରେ, ପ୍ରହଲ୍ଲାଦ ରାଧାବଲ୍ଲଭପୁର ମଠ ନିକଟସ୍ଥ କ୍ଷେତକୁ ଯାଇଥିବା ବେଳେ ହିଡ଼ ପାଖରେ ଥିବା ଏକ ବିଦ୍ୟୁତ୍ ଖୁଣ୍ଟକୁ ଧରି ପକାଇଥିଲେ। ବିଦ୍ୟୁତ୍ ଆଘାତ ପାଇବା ପରେ ପରିବାର ଓ ନିକଟସ୍ଥ ଲୋକେ ତାଙ୍କୁ ଡାକ୍ତରଖାନାକୁ ନେଇଥିଲେ। ମାତ୍ର ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ତେବେ ଖୁଣ୍ଟଟି ପୂର୍ବରୁ ଚାର୍ଜ ହୋଇ ରହିଥିବାରୁ ଏପରି ଅଘଟଣ ଘଟିଥିବା କୁହାଯାଉଛି।



