www.samajalive.in
Saturday, December 6, 2025
26.1 C
Bhubaneswar

ହ୍ରିତିକଙ୍କ ପ୍ରଶଂସକ ହେବାରୁ ସ୍ତ୍ରୀକୁ ହତ୍ୟା କରି ସ୍ବାମୀର ଆତ୍ମହତ୍ୟା

ନ୍ୟୁୟର୍କ: ବଲିଉଡ୍ ଅଭିନେତା ହ୍ରିତିକ ରୋଶନଙ୍କ ଫ୍ୟାନ୍ ବା ପ୍ରଶଂସକ ହେବାରୁ ସ୍ତ୍ରୀକୁ ହତ୍ୟା କରି ନିଜେ ଆତ୍ମହତ୍ୟା କରିଛି ସ୍ବାମୀ। ଏଭଳି ଏକ ଆଶ୍ଚର୍ଯ୍ୟଜନକ ଘଟଣା ଆମେରିକାର ନ୍ୟୁୟର୍କ ସହରରେ ଘଟିଛି।

ଆମେରିକାରେ ରହୁଥିବା ୩୩ ବର୍ଷୀୟ ଦିନେଶ୍ବର ବୁଦ୍ଧିଦାତ ୨୭ ବର୍ଷୀୟା ସ୍ତ୍ରୀ ଡୋନ୍ନେ ଡୋଜୟଙ୍କୁ ଏକ ଧାରୁଆ ଅସ୍ତ୍ରରେ ହତ୍ୟା କରିଛି। ଏହି ଘଟଣାଟି ଗତ ଶୁକ୍ରବାର ଘଟିଛି। ସ୍ତ୍ରୀକୁ ହତ୍ୟା କରିବା ପରେ ଦିନେଶ୍ବର ମୃତକଙ୍କ ଭଉଣୀଙ୍କୁ ଏସମ୍ପର୍କରେ ମେସେଜ କରି ଜଣାଇଥିଲା। ପରେ ନିକଟସ୍ଥ ଏକ ପାର୍କକୁ ଯାଇ ଗଛରେ ଫାଶୀ ଲଗାଇ ନିଜେ ଆତ୍ମହତ୍ୟା କରିଥିଲା।

- Advertisement -

ମୃତ ମହିଳାଙ୍କ ଜଣେ ସାଙ୍ଗ ପୁଲିସକୁ ସୂଚନା ଦେଇଛନ୍ତି ଯେ, ଦିନେଶ୍ବର ନିଜ ସ୍ତ୍ରୀ ପ୍ରତି ଈର୍ଷାଳୁ ଥିଲେ। କାରଣ ଡୋନ୍ନେ ହ୍ରିତିକ ରୋଶନଙ୍କ ବହୁତ ବଡ ପ୍ରଶଂସକ ଥିଲେ। ଯେତେବେଳେ ଡୋନ୍ନେ ଘରେ ହ୍ରିତିକଙ୍କ କୌଣସି ଫିଲ୍ମ ବା ଗୀତ ଦେଖନ୍ତି, ସେତେବେଳେ ଦିନେଶ୍ବର ଚିଡି ଉଠନ୍ତି। ଏହା ସହ ତୁରନ୍ତ ତାହାକୁ ବନ୍ଦ କରିବା ପାଇଁ କୁହନ୍ତି। ହ୍ରିତିକଙ୍କ ଫିଲ୍ମ ମୁକ୍ତିଲାଭ କରିବା ମାତ୍ରେ ହିଁ ଡୋନ୍ନେ ଦେଖିବାକୁ ଯାଆନ୍ତି। ଏହାକୁ ତାଙ୍କ ସ୍ବାମୀ ବିରୋଧ କରନ୍ତି ।

ସୂଚନାଯୋଗ୍ୟ, ଉଭୟଙ୍କ ବିବାହ ଜୁଲାଇ ମାସରେ ହୋଇଥିଲା। ଘରୋଇ ହିଂସା ମାମଲାରେ ଦିନେଶ୍ବର ବୁଦ୍ଧିଦାତ ପୂର୍ବରୁ ମଧ୍ୟ ଗିରଫ ହୋଇଥିଲା। ସ୍ତ୍ରୀକୁ ଅତ୍ୟାଚାର କରିବା ଅଭିଯୋଗରେ ଅଗଷ୍ଟ ମାସରେ ପୁଲିସ ଦିନେଶ୍ବରକୁ ଗିରଫ କରିଥିଲା। ଏହା ପରେ ଡୋନ୍ନେ ଡୋଜୟ ନିଜର ସୁରକ୍ଷା ପାଇଁ କୋର୍ଟରୁ ଅର୍ଡର ଆଣିଥିଲେ। ଡୋନ୍ନେ ଡୋଜୟ ବାରରେ କାର୍ଯ୍ୟ କରି ରୋଜଗାର କରୁଥିବାରୁ ଦିନେଶ୍ବର ଅସନ୍ତୁଷ୍ଟ ଥିଲେ।

Hot this week

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

Related Articles

Popular Categories