ନାଗପୁର : ଭ୍ରମଣକାରୀ ବାଂଲାଦେଶ ଓ ଘରୋଇ ଭାରତୀୟ କ୍ରିକେଟ୍ ଦଳ ମଧ୍ୟରେ ଖେଳାଯାଉଥିବା ଟ୍ବେଣ୍ଟି-୨୦ ସିରିଜ୍ର ତୃତୀୟ ତଥା ନିର୍ଣ୍ଣାୟକ ମ୍ୟାଚ୍ ଆଉ କିଛି ସମୟ ପରେ ମହାରାଷ୍ଟ୍ରର ନାଗପୁରରେ ଥିବା ଭିସିଏ କ୍ରିକେଟ ଷ୍ଟାଡିୟମରେ ଖେଳାଯିବ। ସନ୍ଧ୍ୟା ୭ଟା ସମୟରେ ଏହି ମ୍ୟାଚ ଆରମ୍ଭ ହେବ। ଏହି ମ୍ୟାଚ୍ ଜିତି ସିରିଜ୍ ଜିତିବାକୁ ଲକ୍ଷ୍ୟ ରଖିଛନ୍ତି ଉଭୟ ଭାରତ ଓ ବାଂଲାଦେଶ ଦଳ। ଟ୍ବେଣ୍ଟି-୨୦ ସିରିଜ୍ର ପ୍ରଥମ ମ୍ୟାଚ୍ରେ ବାଂଲାଦେଶ ବିଜୟୀ ହୋଇଥିବା ବେଳେ ଦ୍ବିତୀୟ ମ୍ୟାଚ୍ରେ ଭାରତୀୟ ଦଳ ବିଜୟୀ ହୋଇଥିଲା। ବର୍ତ୍ତମାନ ସିରିଜ୍ ୧-୧ ସ୍ଥିତିରେ ରହିଥିବା ବେଳେ ତୃତୀୟ ମ୍ୟାଚ୍ ଜିତି ଉଭୟ ଦଳ ସିରିଜ୍ ହାତେଇବାକୁ ନିଶ୍ଚିତ ଭାବେ ଉଦ୍ୟମ କରିବେ।
ଏହି ମ୍ୟାଚର ସିଧାପ୍ରସାରଣ ଷ୍ଟାର ସ୍ପୋଟ୍ସ ଚ୍ୟାନେଲ ମାଧ୍ୟମରେ ପ୍ରସାରିତ ହେବ। ଏହାର ଲାଇଭ ଷ୍ଟ୍ରିମିଙ୍ଗ୍ ହଟଷ୍ଟାରରେ ଦେଖିପାରିବେ।
GAME DAY ?
Are you ready? ??
Captain – from close quarters ? #TeamIndia #INDvBAN @Paytm pic.twitter.com/88n9z2kpwp— BCCI (@BCCI) November 10, 2019



