www.samajalive.in
Friday, December 5, 2025
26.1 C
Bhubaneswar

ଲକ୍ଷାଧିକ ଟଙ୍କାର ତମ୍ବା ତାର ଜବତ: ଘଟଣାକୁ ଚପାଇବାକୁ ଉଦ୍ୟମ

ସମ୍ବଲପୁର: ରେଳବାଇ ବିଦ୍ୟୁତ ସବ ଷ୍ଟେସନରୁ ଟ୍ରାନ୍ସଫର୍ମର ଚୋରି କରାଯାଇ ସେଥିରେ ଥିବା ତମ୍ବା ତାରକୁ ରାଜ୍ୟ ବାହାରକୁ ଚାଲଣ କରାଯାଉଛି। ଏହି ଘଟଣା ଧରାପଡିଲା ପରେ ତାହାକୁ ଚପାଇବାକୁ ଉଦ୍ୟମ କରାଯାଉଛି ବୋଲି ଅଭିଯୋଗ ହୋଇଛି।

ସୂଚନାଯୋଗ୍ୟ, ସମ୍ବଲପୁର ରେଳ ମଣ୍ଡଳ ଅନ୍ତର୍ଗତ ହାତୀବାରି ସ୍ଥିତ ରେଳବାଇ ବିଦ୍ୟୁତ ସବ ଷ୍ଟେସନରୁ ଟ୍ରାନ୍ସଫର୍ମର ଚୋରି ହୋଇଥିବା ନେଇ ରେଢ଼ାଖୋଲ ରେଳବାଇ ଥାନାରେ ଅଭିଯୋଗ ହୋଇଥିଲା। ଗତ ୭ ତାରିଖ ରାତ୍ରିରେ ଏହି ଟ୍ରାନ୍ସଫର୍ମର ଚୋରି ହେବା ପରେ ବିଦ୍ୟୁତ ସରବରାହରେ ବ୍ୟାଘାତ ସୃଷ୍ଟି ହେବାରୁ ଘଟଣାଟି ଜଣାପଡିଥିଲା। ଖବର ପାଇ ରେଢ଼ାଖୋଲ ଆରପିଏଫ ଘଟଣାସ୍ଥଳକୁ ଯାଇ ଦେଖିବା ସମୟରେ ଟ୍ରାନ୍ସଫର୍ମର ଚୋରି ହୋଇଥିବାରୁ ମାମଲା ନଂ ୫/୨୦୧୯ ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ତେବେ ଶୁକ୍ରବାର ଦିନ ସମ୍ବଲପୁର ଷ୍ଟେସନରେ ଥିବା ପାର୍ସଲ କାର୍ଯ୍ୟାଳୟରେ ଭାରିମାତ୍ରାରେ ଏକାଧିକ ବସ୍ତାରେ ତମ୍ବା ତାର ଭର୍ତ୍ତି କରାଯାଇ ବୁକିଂ ପାଇଁ ଆସିଥିବାର ଜଣାପଡିବା ପରେ ରେଢ଼ଖୋଲ ଆରପିଏଫ ପୁଲିସ ଆସି ଏହାକୁ ଯାଞ୍ଚ କରିଥିଲା।

- Advertisement -

ବିଶ୍ୱସ୍ତସୂତ୍ରରୁ ପ୍ରକାଶ ଯେ, ରାଜ୍ୟ ବାହାରକୁ ଏହି ତାର ଗୁଡିକ ପଠାଇବା ପାଇଁ ସମ୍ବଲପୁରର ଏକ କବାଡି ମାଲିକ ଏହି ବସ୍ତା ଗୁଡିକୁ ଆଣିଥିଲା। ପୁଲିସର ଯାଞ୍ଚ ସମୟରେ ବସ୍ତା ଭିତରେ ହାତିବାରୀ ସବଷ୍ଟେସନରୁ ଚୋରି ହୋଇଥିବା ଟ୍ରାନ୍ସଫର୍ମରରୁ ତମ୍ବା ତାର ରହିଥିବାର ଜଣାପଡିଛି। ଏ ସର୍ମ୍ପକରେ ରେଢ଼ାଖୋଲ ଥାନାଧିକାରୀ ବିବେକ କୁମାରଙ୍କ ପଚରାଯିବାରୁ ହାତୀବାରି ରେଳ ଷ୍ଟେସନ ନିକଟରେ ଥିବା ସବ ଷ୍ଟେସନରୁ ଏକ ଟ୍ରାନ୍ସଫର୍ମର ଚୋରି ହୋଇଥିବାର ଘଟଣାକୁ ସେ ସ୍ୱୀକାର କରିଛନ୍ତି। ସମ୍ବଲପୁର ଷ୍ଟେସନର ପାର୍ସଲ କାର୍ଯ୍ୟାଳୟରେ ମଧ୍ୟ ବସ୍ତା ଯାଞ୍ଚ କରାଯାଇ ସେଗୁଡିକୁ କିଛି ଦିନ ପାଇଁ ଅଟକ ରଖିଯାଇଛି ଏବଂ ସ୍ୱତନ୍ତ୍ର ଦଳ ଗଠନ କରାଯାଇ ତଦନ୍ତ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରାଯାଇଛି ବୋଲି ସେ କହିଛନ୍ତି। ତେବେ ଏହି ମାମଲାକୁ ତଦନ୍ତ ଆଳରେ ଚପାଇବାର ଉଦ୍ୟମ ଜୋରସୋରରେ ଚାଲୁଛି ବୋଲି ସାଧାରଣରେ ଆଲୋଚନା ହେଉଛି।

Hot this week

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

ପୁଟିନଙ୍କ ସହ ସାନ୍ଧ୍ୟ ଭୋଜନ: ରାହୁଲ, ଖଡଗେ ନୁହଁନ୍ତି, ଥରୁରଙ୍କୁ ମିଳିଲା ନିମନ୍ତ୍ରଣ

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତର ଶୁକ୍ରବାର...

ମାସ୍କାସାରୁ ଜଙ୍ଗଲରେ ପୁଲିସ-ମାଓବାଦୀ ଗୁଳିବିନିମୟ

ସମାଜଲାଇଭ ଡେସ୍କ: କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ମାସ୍କାସାରୁ ଜଙ୍ଗଲରେ...

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

ଭାରତ-ରୁଷ ଶିଖର ସମ୍ମିଳନୀ: ମିଳିତ ବିବୃତିରେ କ’ଣ କହିଲେ ମୋଦୀ-ପୁଟିନ ?

ସମାଜଲାଇଭ ଡେସ୍କ: ଭାରତ ଏବଂ ରୁଷ ମଧ୍ୟରେ ୨୩ତମ ଶିଖର ସମ୍ମିଳନୀ...

Related Articles

Popular Categories