ଭଦ୍ରକ : ଭଦ୍ରକ ଜିଲା ଭଣ୍ଡାରିପୋଖରୀ ସ୍ଥିତ ଅଗ୍ନିଶମ କାର୍ଯ୍ୟାଳୟ ସମ୍ମୁଖରେ ରବିବାର ଏକ ସିମେଣ୍ଟ ବୋଝେଇ ପିକଅପ ଭ୍ୟାନକୁ ଏକ ହାଇୱା ପଛପଟୁ ଧକ୍କା ଦେଇଛି। ଭ୍ୟାନରେ ଥିବା ୪ ଜଣ ଗୁରୁତର ଆହତ ହୋଇଛନ୍ତି। ଆହତଙ୍କୁ ଅଗ୍ନିଶମ କର୍ମଚାରୀ ଉଦ୍ଧାର କରି ଭଦ୍ରକ ମେଡ଼ିକାଲରେ ଭର୍ତ୍ତି କରିଥିବା ଜଣାପଡ଼ିଛି। ମିଳିଥିବା ସୂଚନା ଅନୁଯାୟୀ, ପିକଅପ ଭ୍ୟାନଟି କହଁରା ପୋଖରୀ ସ୍ଥିତ ଏକ ସିମେଣ୍ଟ ଗୋଦାମରୁ ସିମେଣ୍ଟ ନେଇ ବିଷ୍ଣୁପୁର ଗାଁକୁ ଯାଉଥିଲା। ଏହି ସମୟରେ ପଛପଟୁ ଏକ ହାଇୱା ଉକ୍ତ ସିମେଣ୍ଟ ବୋଝେଇ ପିକଅପ ଭ୍ୟାନକୁ ଧକ୍କା ଦେଇଥିଲା। ଫଳରେ ଭ୍ୟାନଟି ରାସ୍ତା କଡ଼କୁ ଓଲଟି ପଡ଼ିଥିଲା।
Popular Categories



