ଲକ୍ଷ୍ନୌ : ଅଯୋଧ୍ୟା ବିବାଦର ରାୟ ଶୁଣାଣି ପରେ ଦେଶରେ ସୁରକ୍ଷା ବ୍ୟବସ୍ଥା ଉପରେ ବିଶେଷ ଧ୍ୟାନ ଦିଆଯାଇଛି। ଖାସ୍ କରି ଉତ୍ତର ପ୍ରଦେଶରେ ଅନେକ ସଂଖ୍ୟକ ପୁଲିସ ମୁତୟନ ହେବା ସହ ସଦାସର୍ବଦା ସଜାଗ ରହିଛନ୍ତି। ରାୟ ଆସିବାର ଗୋଟିଏ ଦିନ ପରେ ଅର୍ଥାତ୍ ରବିବାର ରାମଲଲାଙ୍କ ମୁଖ୍ୟ ପୂଜାରୀ ସତ୍ୟେନ୍ଦ୍ର ଦାସଙ୍କ ସୁରକ୍ଷା ବଢାଇ ଦିଆଯାଇଛି। ମହନ୍ତ ସତ୍ୟେନ୍ଦ୍ର ଦାସଙ୍କ ଘର ବାହାରେ ଡଜନରୁ ଅଧିକ ପୁଲିସ ମୁତୟନ କରାଯାଇଛି। କେବଳ ତାଙ୍କର ନୁହେଁ ବରଂ ଅଯୋଧ୍ୟାର ଅନ୍ୟ ପ୍ରମୁଖ ସନ୍ଥମାନଙ୍କର ସୁରକ୍ଷା ମଧ୍ୟ ବଢାଇ ଦିଆଯାଇଛି।
ସୂଚନାଯୋଗ୍ୟ, ଶନିବାର ସୁପ୍ରିମକୋର୍ଟ ବହୁ ପ୍ରତୀକ୍ଷିତ ଅଯୋଧ୍ୟା ମାମଲାର ରାୟ ଶୁଣାଇଛନ୍ତି। ବିବାଦୀୟ ସ୍ଥଳକୁ ହିନ୍ଦୁମାନଙ୍କୁ ପ୍ରଦାନ କରିବା ସହ ମୁସଲମାନଙ୍କୁ ଅଯୋଧ୍ୟା ସହରର ଏକ ପ୍ରମୁଖ ସ୍ଥାନରେ ୫ ଏକର ଜମି ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ରାୟ ଶୁଣାଣି ପୂର୍ବରୁ ମଧ୍ୟ ଅଯୋଧ୍ୟା ସମେତ ଉତ୍ତର ପ୍ରଦେଶର ଅନେକ ସହରରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଥିଲା। ଏହାବ୍ୟତୀତ ଦେଶର ଅନେକ ସ୍ଥାନରେ ସୁରକ୍ଷାକୁ ଆଖି ଆଗରେ ରଖି ଇଣ୍ଟରନେଟ୍ ସୁବିଧା ବନ୍ଦ କରି ଦିଆଯାଇଥିଲା। ସାମାଜିକ ଗଣମାଧ୍ୟମ ଉପରେ ମଧ୍ୟ କଡ଼ା ନଜର ରଖା ଯାଇଥିଲା, ଯେପରିକି କେହି ଆପତ୍ତିଜନକ ପୋଷ୍ଟ କରିପାରିବେ ନାହିଁ।
ରାମଲଲାଙ୍କ ମୁଖ୍ୟ ପୂଜାରୀଙ୍କ ସୁରକ୍ଷା ବଢାଗଲା: ଘର ବାହାରେ ଡଜନରୁ ଅଧିକ ପୁଲିସ ମୁତୟନ
Popular Categories



