ପ୍ରକାଶ ପାଇଲା ନୋ ଫ୍ଲାଏ ଲିଷ୍ଟ: ୫ ବର୍ଷ ପାଇଁ ବିର୍‍ଜଙ୍କୁ ବିମାନ ଯାତ୍ରା ମନା

0

ନୂଆଦିଲ୍ଲୀ: ଭାରତରେ ପ୍ରଥମ ଥର ପାଇଁ ‘ନୋ ଫ୍ଲାଏ ଲିଷ୍ଟ’ ବା ବିମାନ ଉଡ଼ାଣ କଟକଣା ତାଲିକା ପ୍ରକାଶ ପାଇଛି। ତାଲିକାରେ ମୁମ୍ବଇର ବିର୍‍ଜୁ କିଶୋର ସାଲାଙ୍କ ନାମ ସାମିଲ୍‍ ଥିବା ବେଳେ ଆଗାମୀ ୫ ବର୍ଷ ପାଇଁ ବିମାନ ଉଡ଼ାଣ ଉପରେ କଟକଣା ଲାଗୁ କରାଯାଇଛି। ଅର୍ଥାତ୍‍ ସେ ଆଗାମୀ ୫ ବର୍ଷ ପର୍ଯ୍ୟନ୍ତ ବିମାନ ଯୋଗେ ଯାତ୍ରା କରିପାରିବେ ନାହିଁ। ୨୦୧୭, ଅକ୍ଟୋବର ୩୦ ତାରିଖରେ ଜେଟ୍‍ ଏୟାରୱେଜ୍‍ରେ ମୁମ୍ବଇରୁ ଦିଲ୍ଲୀ ଯାତ୍ରା ବେଳେ ବିର୍‍ଜୁ ହାଇଜାକ୍‍ ଗୁଜବ ସୃଷ୍ଟି କରିଥିଲେ। ଏଥିଯୋଗୁଁ ବିମାନ ଅହମ୍ମଦାବାଦରେ ଓହ୍ଲାଇବାକୁ ବାଧ୍ୟ ହୋଇଥିଲା ଏବଂ ଯାତ୍ରା ବିଳମ୍ବ ହୋଇଥିଲା।

Leave A Reply