www.samajalive.in
Sunday, December 14, 2025
23.1 C
Bhubaneswar

ସୋସିଆଲ ମିଡିଆରେ ସାହିତ୍ୟ ପ୍ରଶ୍ନପତ୍ର ପ୍ରଘଟ ଘଟଣା ; ଆଳିରେ କ୍ରାଇମବ୍ରାଞ୍ଚର ତଦନ୍ତ

ଆଳି : ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ପକ୍ଷରୁ ପରିଚାଳିତ ମାଟ୍ରିକ ପରୀକ୍ଷାର ପ୍ରଥମ ଦିନରୁ କେନ୍ଦ୍ରାପଡା ଜିଲା ଆଳି ଅଞ୍ଚଳରୁ ବିଭ୍ରାଟ ସୃଷ୍ଟି ହୋଇଥିଲା। ପରୀକ୍ଷା ଆରମ୍ଭ ହେବାର ଘଣ୍ଟାଏ ଭିତରେ ସାହିତ୍ୟ ପ୍ରଶ୍ନପତ୍ର ସୋସିଆଲ ମିଡିଆରେ ପ୍ରଘଟ ହୋଇଥିବା ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥିଲା। ଏ ସମ୍ପର୍କରେ ବୋର୍ଡ କର୍ତ୍ତୃପକ୍ଷ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ମନ୍ତ୍ରୀ ଓ ସଚିବ ତଥା କମିସନର ପ୍ରଶ୍ନପତ୍ର ପ୍ରଘଟକୁ ଅସ୍ୱୀକାର କରିଥିଲେ। ତେବେ ଘଟଣାର ଗୁରୁତ୍ୱ ଦୃଷ୍ଟିରୁ କ୍ରାଇମବ୍ରାଞ୍ଚ ସାହିତ୍ୟ ପ୍ରଶ୍ନପତ୍ର ପ୍ରଘଟର ତଦନ୍ତ ଆରମ୍ଭ କରିଛି।
ମଙ୍ଗଳବାର କ୍ରାଇମବ୍ରାଞ୍ଚର ଦୁଇଜଣ ଇନ୍ସପେକ୍ଟର ଏଠାକୁ ଆସି ତଦନ୍ତ କରିଛନ୍ତି। ପ୍ରଥମେ ଶରତ କୁମାର ଦେବ ହାଇସ୍କୁଲ ଓ ପରେ ଆଳି ହାଇସ୍କୁଲ ନୋଡାଲ ସେଣ୍ଟରରେ ପହଞ୍ଚିଥିଲେ। ହାଇସ୍କୁଲର ପରୀକ୍ଷା ବ୍ୟବସ୍ଥା, ଚତୁଃପାର୍ଶ୍ବରେ ସୁରକ୍ଷା ବ୍ୟବସ୍ଥା, କିଏ ଓ କେଉଁ ପରିସ୍ଥିତିରେ ସାହିତ୍ୟ ପ୍ରଶ୍ନପତ୍ରକୁ ସୋସିଆଲ ମିଡିଆରେ ପ୍ରଘଟ କଲା ତାହା ଜାଣିବା ପାଇଁ କ୍ରାଇମବ୍ରାଞ୍ଚ ଟିମ୍‌ ତଦନ୍ତ କରିଥିଲେ। ଏପରିିକି ଆଳି ହାଇସ୍କୁଲ ପରୀକ୍ଷା ଦାୟିତ୍ୱରେ ଥିବା ସୁପରିଣ୍ଟେଣ୍ଡେଣ୍ଟ ଓ ଶିକ୍ଷୟିତ୍ରୀଙ୍କ ବୟାନକୁ କ୍ରାଇମବ୍ରାଞ୍ଚ ରେକର୍ଡ କରିଥିବା ଜଣାପଡିଛି। ଉପରୋକ୍ତ ସ୍କୁଲ ବାଦ୍‌ କ୍ରାଇମବ୍ରାଞ୍ଚର ଏହି ଟିମ୍‌ ଭିନ୍ନଭିନ୍ନ ସ୍ଥାନରେ ତଦନ୍ତ ଚଳାଇଥିଲେ। ସୋସିଆଲ ମିଡିଆରେ ପ୍ରଶ୍ନପତ୍ର ପ୍ରଘଟ କରିଥିବା ଅଭିଯୁକ୍ତ ସମ୍ପର୍କରେ ତଥ୍ୟ କ୍ରାଇମବ୍ରାଞ୍ଚର ହସ୍ତଗତ ହୋଇଥିବା ଜଣାପଡ଼ିଛି। ପ୍ରଶ୍ନପତ୍ର ଜେରକ୍ସ କରାଯାଉଥିବା ଦୋକାନୀକୁ ମଧ୍ୟ ପୁଲିସ ପଚରାଉଚରା କରିଛି।

Hot this week

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

Related Articles

Popular Categories