www.samajalive.in
Sunday, December 14, 2025
23.1 C
Bhubaneswar

ଆଜି ଅପରାହ୍ଣରେ ଭିଲେପାଲେରେ ଶ୍ରୀବେଦୀଙ୍କ ଶେଷକୃତ୍ୟ

ସକାଳ ୯.୩୦ରୁ ୧୨.୩୦ ପର୍ଯ୍ୟନ୍ତ ଅନ୍ତିମ ଦର୍ଶନ

ମୁମ୍ବଇ : ଆଜି  ଅପରାହ୍ଣ ୩.୩୦ରୁ ୫.୩୦ ମଧ୍ୟରେ ଭିଲେପାଲେସ୍ଥିତ ପବନ ହଂସ ଶ୍ମଶାନରେ ଶ୍ରୀଦେବୀଙ୍କ ଶେଷକୃତ୍ୟ ସମ୍ପନ୍ନ କରାଯିବ। ସକାଳ ୯.୩୦ରୁ ୧୨.୩୦ ପର୍ଯ୍ୟନ୍ତ ଶେଷଦର୍ଶନର ସମୟ ରଖାଯାଇଛି ବୋଲି ପରିବାର ଲୋକ କହିଛନ୍ତି।  ସମସ୍ତ ବାଦ ବିବାଦ ଓ କଳ୍ପନାଜଳ୍ପନାର ଅବସାନ ପରେ  ଦିବଂଗତ ନାୟିକା ଶ୍ରୀଦେବୀଙ୍କ ମୃତଦେହ ମଙ୍ଗଳବାର ରାତି ୧୦ଟାରେ ମୁମ୍ବଇ ବିମାନ ବନ୍ଦରରେ ପହଞ୍ଚିଥିଲା। ଶିଳ୍ପପତି ଅନିଲ ଅମ୍ବାନୀଙ୍କ ବ୍ୟକ୍ତିଗତ ଜେଟ୍‌ ଯୋଗେ ଶ୍ରୀଦେବୀଙ୍କ ମୃତଦେହକୁ ଦୁବାଇରୁ ମୁମ୍ବଇ ଅଣାଯାଇଥିଲା। ମୁମ୍ବଇ ବିମାନ ବନ୍ଦରରେ ପହଞ୍ଚିବା ପରେ ୮ନମ୍ବର ଫାଟକ ଦେଇ ମରଶରୀରକୁ ବାହାରକୁ ଅଣାଯାଇଥିଲା। ସେଠାରୁ ସିଧାସଳଖ ଭର୍ସୋଭାରେ ଶ୍ରୀଦେବୀଙ୍କ ‘ଭାଗ୍ୟ’ ବଙ୍ଗଳାକୁ ନିଆଯାଇଥିଲା। ଏଠାରେ ଶ୍ରୀଦେବୀ ତାଙ୍କ ସ୍ୱାମୀ ବୋନି କପୁର, ଦୁଇ ଝିଅ ଜାହ୍ନବୀ ଓ ଖୁସିଙ୍କ ସହ ରହୁଥିଲେ। ଭାଗ୍ୟ ବଙ୍ଗଳା ପରିସରରେ ସେ ଏକ ଅନାଥ ପିଲାମାନଙ୍କ ଲାଗି ବିଦ୍ୟାଳୟ ଚଳାଉଥିଲେ। ସେଠାରୁ ମରଶରୀରକୁ ଲୋଖଣ୍ଡୱାଲା କମ୍ପ୍ଲେକ୍ସଠାରେ ଥିବା ସେଲିବ୍ରେସନ୍‌ କ୍ଲବ୍‌ ଗାର୍ଡେନଚୁ ନିଆଯାଇଥିଲା। ଏହି କ୍ଲବ୍‌ ତାଙ୍କ ବାସଭବନ ନିକଟରେ ଥିବାରୁ ସେଠାରେ ଶୁଭେଚ୍ଛୁ, ପ୍ରଶଂସକ, ବଲିଉଡ୍‌ କଳାକାର ଓ ଅନ୍ୟମାନଙ୍କ ଶେଷ ଦର୍ଶନ ଲାଗି ରଖାଯାଇଛି।

ଶ୍ରୀଦେବୀଙ୍କ ମୃତଦେହ ପହଞ୍ଚିବା ପରେ ବଲିଉଡ୍‌ର ଶତାଧିକ ଅନିନେତା, ଅଭିନେତ୍ରୀ, ନିର୍ଦେଶକ, ପ୍ରଯୋଜକଙ୍କ ସମେତ ସିନେଜଗତ ସହ ଜଡିତ ବ୍ୟକ୍ତିବିଶେଷଙ୍କ ସୁଅ ଶ୍ରୀଦେବୀଙ୍କ ବାସଭବନକୁ ଛୁଟିବାରେ ଲାଗିଛି। ଶନିବାର ବିଳମ୍ବିତ ରାତ୍ରିରେ ଦୁବାଇସ୍ଥିତ ଜୁମିରା ଏମିରେଟ୍ସ ଟାୱାର ହୋଟେଲର ଶ୍ରୀଦେବୀଙ୍କର ପରଲୋକ ହୋଇଥିବା ବେଳେ ତାଙ୍କ ମୃତଦେହ ସ୍ୱଦେଶ ଆଣିବା ଲାଗି ବିଳମ୍ବିତ ହୋଇଥିଲା। ମୃତ୍ୟୁର ପରଦିନ ରବିବାର ତାଙ୍କ ମୃତଦେହ ଭାରତ ପହଞ୍ଚିବା ନେଇ ପ୍ରଥମରୁ କୁହାଯାଇଥିଲା। ମାତ୍ର ମୃତଦେହ ଭାରତ ପହଞ୍ଚିବାରେ ଅନେକ ବିଳମ୍ବ ହୋଇଥିଲା। ତାଙ୍କର ମୃତ୍ୟୁକୁ ନେଇ ବିବାଦ ଦେଖାଯାଇଥିବାବେଳେ ମୃତଦେହ ବ୍ୟବଚ୍ଛେଦ ସହିତ ଅନ୍ୟାନ୍ୟ ପ୍ରକ୍ରିୟାଗତ କାର୍ଯ୍ୟକୁ ନେଇ ବିଳମ୍ବିତ ହୋଇଥିଲା। ଶ୍ରୀଦେବୀଙ୍କ ମୃତ୍ୟୁକୁ ନେଇ ଦେଖାଯାଇଥିବା ବିବାଦ ଉପରେ ଦୁବାଇର ପବ୍ଲିକ ପ୍ରସିକ୍ୟୁସନ (ସରକାରୀ ଅଭିଯୋଜନ) ବିଭାଗ ତଦନ୍ତ କରିବା ପରେ ମୃତଦେହକୁ ଛାଡିବା ପାଇଁ ପୁଲିସ ଅନୁମତି ଦେଇଥିଲା। ମଙ୍ଗଳବାର ଅପରାହ୍ଣ ପ୍ରାୟ ୪ଟାରେ ଦୁବାଇ ପ୍ରସିକ୍ୟୁସନ ବିଭାଗ ହୋଟେଲ କର୍ମଚାରୀ ଓ ଶ୍ରୀଦେବୀଙ୍କ ସ୍ୱାମୀ ବୋନି କପୁରଙ୍କୁ ପଚରା ଉଚରା କରିବା ପରେ ମାମଲାକୁ ବନ୍ଦ କରିଦେଇଥିଲା। ଶବ ବ୍ୟବଚ୍ଛେଦ ରିପୋର୍ଟରେ ଶ୍ରୀଦେବୀଙ୍କର ମୃତ୍ୟୁ ଆକସ୍ମିକ ବୁଡିଯିବା ଯୋଗୁଁ ହୋଇଥିବା ଉଲ୍ଲେଖ କରାଯାଇଛି। ତେଣୁ ଏହି ମୃତ୍ୟୁ ଘଟଣାକୁ ପ୍ରସିକ୍ୟୁସନ ବିଭାଗ ସେପରି ଗୁରୁତ୍ୱ ଦେଇ ନଥିଲା। ଅନ୍ୟ ସମସ୍ତ ମାମଲା ପରି ନିୟମିତ ପ୍ରକ୍ରିୟା ଅବଲମ୍ବନ ପରେ ଏହାକୁ ବନ୍ଦ କରିଦେଇଥିଲା। ମାମଲା ବନ୍ଦ ଘୋଷଣା ପରେ ୫ଟାରେ ଶ୍ରୀଦେବୀଙ୍କ ମୃତଦେହକୁ ରାସାୟନିକ ପ୍ରଲେପ ଲାଗି ପଠାଯାଇଥିଲା। ରାସାୟନିକ ପ୍ରଲେପ ପରେ ଦୁବାଇ ପୁଲିସ ମୃତଦେହକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲା। ମୃତଦେହ ହସ୍ତାନ୍ତର ସମ୍ପର୍କିତ ଚିଠି ଉଭୟ ଶ୍ରୀଦେବୀଙ୍କ ପରିବାର ଓ ଭାରତୀୟ ଦୂତାବାସ ଅଧିକାରୀଙ୍କୁ ପ୍ରଦାନ କରାଯାଇଥିଲା। ମୃତଦେହ ହସ୍ତାନ୍ତର ପରେ ଏହାକୁ ଦୁବାଇ ବିମାନ ବନ୍ଦରକୁ ଅଣାଯାଇଥିଲା। ଏଠାରେ ପୂର୍ବରୁ ପ୍ରସ୍ତୁତ ରହିଥିବା ବିମାନ ଯୋଗେ ସନ୍ଧ୍ୟା ପ୍ରାୟ ୬ଟା ୩୦ରେ ଶ୍ରୀଦେବୀଙ୍କ ମୃତଦେହକୁ ଭାରତ ଅଣାଯାଇଥିଲା।

- Advertisement -

ଶନିବାର ବିଳମ୍ବିତ ରାତିରେ ଶ୍ରୀଦେବୀଙ୍କର ମୃତ୍ୟୁ ହୋଇଥିଲା। ତାଙ୍କୁ ଦୁବାଇସ୍ଥିତ ଜୁମିରା ଏମିରେଟ୍ସ ଟାୱାର ହୋଟେଲର ଗାଧୁଆ ଘରୁ ଅଚେତ ଅବସ୍ଥାରେ ଉଦ୍ଧାର କରାଯାଇଥିଲା। ତାଙ୍କୁ ଡାକ୍ତରଖାନା ନିଆଯାଇଥିବାବେଳେ ସେଠାରେ ମୃତ ଘୋଷଣା କରାଯାଇଥିଲା। ଭଣଜା ମୋହିତ ମାରୱାଙ୍କ ବିବାହ ଲାଗି ଶ୍ରୀଦେବୀ ତାଙ୍କ ସ୍ୱାମୀ ବୋନି କପୁର ଓ ଝିଅ ଖୁସି ଦୁବାଇ ଯାଇଥିଲେ।

 

Hot this week

ଛଅଟି ଦେଶରେ ନବକଳେବର ଚଳଚ୍ଚିତ୍ର ପ୍ରଦର୍ଶିତ, ଭାବବିହ୍ୱଳ ଦର୍ଶକ

ଭୁବନେଶ୍ୱର: ନବକଳେବର ୬ଟି ଦେଶ (ଯୁଏସଏ, କାନାଡା, ଦକ୍ଷିଣ ଆଫ୍ରିକା, ଇଣ୍ଡୋନେସିଆ,...

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

Related Articles

Popular Categories