www.samajalive.in
Thursday, December 11, 2025
18.1 C
Bhubaneswar

ସବୁଠୁ ପୁଷ୍ଟିକର ଖାଦ୍ୟ ମାଛ, ଦୂର କରେ ଅନେକ ରୋଗ

ମାଛ ହେଉଛି ଏକ ପୁଷ୍ଟିକର ଖାଦ୍ୟ। ଆପଣ ଶୁଣିଥିବେ ନିଶ୍ଚୟ, ସୁସ୍ଥ ଶରୀର ପାଇଁ ଭୋଜନରେ ମାଛ ସାମିଲ କରିବାକୁ ଡାକ୍ତରମାନେ ପରାମର୍ଶ ଦିଅନ୍ତି। ମାଛରେ ପ୍ରୋଟିନ୍, ଓମେଗା-୩ ଫ୍ୟାଟି ଏସିଡ ରହିଥାଏ। ଯାହା ଅନେକ ରୋଗରୁ ଦୂରେଇ ରଖିବା ସହ ଶରୀର ପାଇଁ ଅତ୍ୟନ୍ତ ଲାଭକାରୀ ହୋଇଥାଏ।
ଭୋଜନରେ ଓମେଗା-୩ ଭରପୁର ମାତ୍ରାରେ ନେବା ଦ୍ବାରା ହୃଦୟ ଜନିତ ରୋଗ ହୁଏ ନାହିଁ।
ଯଦି ଭୋଜନରେ ଭରପୁର ମାତ୍ରାରେ ମାଛ ସାମିଲ କରୁଛନ୍ତି ତେବେ ଆପଣଙ୍କୁ ମଧୁମେହ ରୋଗ ହେବାର ଆଶଙ୍କା କମ୍ ଥାଏ।
ଷ୍ଟ୍ରୋକ୍ ଏବଂ ହୃଦଘାତ୍ ଭଳି ପ୍ରାଣଘାତକ ରୋଗରୁ ମାଛ ସୁରକ୍ଷା ପ୍ରଦାନ କରେ।
ମାଛରେ ପ୍ରୋଟିନ୍ ଅଧିକ ମାତ୍ରାରେ ଥିବା କାରଣରୁ ଶରୀରରେ ମେଟାବୋଲିଜମ୍(ବିପାକ କ୍ରିୟା) ସ୍ତର ବଢିଥାଏ।
ମାଛ ଶରୀରକୁ ସୁସ୍ଥ ରଖିବା ସହ ମସଲ୍‌ସକୁ ମଜବୁତ କରିଥାଏ। ଏହା ସହ ମସ୍ତିଷ୍କକୁ ସୁସ୍ଥ ରଖିଥାଏ।
ମାଛ ଖାଇବା ଦ୍ବାରା ସ୍ମରଣ ଶକ୍ତି ବୃଦ୍ଧି ହୋଇଥାଏ। ଏହା ସହ ସ୍ମରଣ ଶକ୍ତି ହ୍ରାସ(ମେମୋରି ଲସ୍) ହେବାର ଆଶଙ୍କା କମ୍ ଥାଏ। ଏକାଗ୍ରତା ମଧ୍ୟ ବଢିଥାଏ।ଓମେଗା-୩ ଏସିଡ୍ ଆଖିର ଜ୍ୟୋତି ବୃଦ୍ଧି କରିବାରେ ସହାୟକ ହୋଇଥାଏ।
ମାଛ ଖାଇବା ଦ୍ବାରା ନିଦ ଭଲ ଭାବରେ ହୋଇଥାଏ। ଯଦି ନିଦ ଜନିତ ସମସ୍ୟା ରହିଛି, ତେବେ ନିୟମିତ ମାଛ ଖାଆନ୍ତୁ। ମାଛରେ ଥିବା ଭିଟାମିନ୍-ଡି ଉତ୍ତମ ନିଦ କରାଇବା ପାଇଁ ଲାଭଦାୟକ ହୋଇଥାଏ।
ତ୍ବଚା ପାଇଁ ମଧ୍ୟ ମାଛ ଲାଭକାରୀ ହୋଇଥାଏ। ମାଛ ଖାଇବା ଦ୍ବାରା ବ୍ରଣ ସମସ୍ୟା ଦୂର ହୋଇଥାଏ।
ମାଛ ଖାଇବା ଦ୍ବାରା ଶରୀରରେ କୋଲେଷ୍ଟେରୋଲ ମାତ୍ର କମ୍ ହୋଇଥାଏ। ଯଦି ଆପଣଙ୍କର ହାଇ- କୋଲେଷ୍ଟେରୋଲ ରହିଥାଏ, ତେବେ ଆପଣଙ୍କ ପାଇଁ ମାଛ ଫଳପ୍ରଦ ସାବ୍ୟସ୍ତ ହେବ।
ମାଛ ଖାଇବା ଦ୍ବାରା ଷ୍ଟ୍ରୋକ୍ ହେବାର ଆଶଙ୍କା କମ୍ ଥାଏ। ଏଥିରେ ଥିବା ଭିଟାମିନ୍-ଡି ଶରୀରରେ ରୋଗ ପ୍ରତିରୋଧକ କ୍ଷମତା ବୃଦ୍ଧି କରାଇଥାଏ।

ମାଛ ଖାଇବା ଦ୍ବାରା କର୍କଟ ରୋଗ ହେବାର ସମ୍ଭାବନା କମ୍ ଥାଏ।
ଯଦି ଆପଣଙ୍କୁ ଉଚ୍ଚ-ରକ୍ତଚାପ ଜନିତ ସମସ୍ୟା ରହିଥାଏ, ତେବେ ମାଛ ଆପଣଙ୍କ ପାଇଁ ଲାଭଦାୟକ ସାବ୍ୟସ୍ତ ହେବ। ମାଛ ଖାଇବା ଦ୍ବାରା ଉଚ୍ଚ-ରକ୍ତଚାପ ନିୟନ୍ତ୍ରିତ ରହିଥାଏ।
ଯଦି ଆପଣ ମେଦ ବହୁଳତାକୁ ନେଇ ଚିନ୍ତିତ ଅଛନ୍ତି, ତେବେ ଆପଣ ଭୋଜନରେ ମାଛ ସାମିଲ କରିପାରିବେ। ଏହା ଦ୍ବାରା ମେଦ ବହୁଳତା ଦୂର ହୋଇଥାଏ।

Hot this week

୨୧୪ ରନ କଲେ ଜିତିବ ଭାରତ

ସମାଜଲାଇଭ ଡେସ୍କ: ୨ୟ ଟି-୨୦​‌ରେ ଭାରତକୁ ୨୧୪ ରନର ବିଜୟ ଲକ୍ଷ୍ୟ...

ନାଗରିକତା ପାଇଥିବା ସମସ୍ତଙ୍କୁ ମିଳିବ ସରକାରୀ ସୁବିଧା , ୩୫ ଜଣଙ୍କୁ ନାଗରିକତା ପ୍ରମାଣ ପତ୍ର

ଭୁବନେଶ୍ୱର :ଜନଗଣନା ନିର୍ଦ୍ଦେଶାଳୟ ଓଡ଼ିଶା ଓ ଗୃହ ମନ୍ତ୍ରାଳୟ ଭାରତ ସରକାରଙ୍କ...

ହତ୍ୟାପରେ ପଡୋଶୀଙ୍କ ରକ୍ତ ପିଇଥିଲେ ଏହି ମହିଳା- ୫୦ ବର୍ଷ କାରା ଦଣ୍ଡାଦେଶ

ନ୍ୟୁୟର୍କ- ଆମେରିକାର ଜଣେ ମହିଳା ତାଙ୍କ ପଡୋଶୀଙ୍କୁ ରାଗରେ ହତ୍ୟା କରିଥିଲେ...

୨୦ ବର୍ଷ ପରେ ନୂଆ ଜୀବନ ପାଇଲେ ବିଶ୍ଵଭୂଷଣ

ଭୁବନେଶ୍ୱର: ଯୁବ ଅବସ୍ଥାରେ ଅଣ୍ଟା ଭାଙ୍ଗିପଡ଼ିଥିଲା। ୮୦ ବର୍ଷର ବୃଦ୍ଧ ପରି...

Related Articles

Popular Categories