www.samajalive.in
Monday, December 8, 2025
27.1 C
Bhubaneswar

ତୁଳସୀ ବୃକ୍ଷର ଏହି ମହତ୍ତ୍ୱ ଜାଣିଛନ୍ତି କି ? ଆପଣେଇଲେ ହେବେ ଲାଭବାନ

ଧାର୍ମିକ ମାନ୍ୟତା ଅନୁଯାୟୀ କୁହାଯାଏ ଦେବୀ-ଦେବତାଙ୍କ ଦ୍ୱାରା ହୋଇଥିବା ସମୁଦ୍ର ମନ୍ଥନ ସମୟରେ ଯେଉଁ ଅମୃତ ପୃଥିବୀକୁ ମିଳିଥିଲା ସେବେଠାରୁ ତୁଳସୀଙ୍କ ଉତ୍ପତ୍ତି ହୋଇଛି। ଏପରି କେତେକ ବିଶେଷ ମହତ୍ତ୍ୱ ତୁଳସୀଙ୍କର ରହିଛି ତାହା ହୁଏତ ସଭିଏଁ ଜାଣି ନଥିବେ….
ତୁଳସୀଙ୍କ ନିକଟରେ ଦୀପ ଲଗାନ୍ତୁ –
ତୁଳସୀ ବୃକ୍ଷ ନିକଟରେ ନିୟମିତ ସନ୍ଧ୍ୟା ସମୟରେ ଦୀପ ଲଗାନ୍ତୁ। ଏପରି କରିବା ଦ୍ୱାରା ଗୃହରେ ସର୍ବଦା ସୁଖ-ସମୃଦ୍ଧି ପ୍ରବେଶ କରିଥାଏ। ତୁଳସୀ ନକରାତ୍ମକ ଶକ୍ତିକୁ ମଧ୍ୟ ଦୂର କରି ଥାଆନ୍ତି।
ହିନ୍ଦୁ ପରମ୍ପରାରେ ତୁଳସୀ ପୂଜାକୁ ସୁଖ ଓ କଲ୍ୟାଣର ପ୍ରତୀକ ବୋଲି କୁହାଯାଏ। ସ୍କନ୍ଦ ପୁରାଣ ଅନୁଯାୟୀ, ଯେଉଁ ଘରେ ତୁଳସୀ ବୃକ୍ଷ ଥାଏ, ସେଠାରେ କୌଣସି ସମସ୍ୟା ସୃଷ୍ଟି ହୋଇନଥାଏ। ଭଗବାନ କୃଷ୍ଣଙ୍କ ଭୋଗରେ ଓ ସତ୍ୟନାରାୟଣ କଥା ଭୋଗରେ ତୁଳସୀ ପତ୍ର ପ୍ରୟୋଗ ନହେଲେ ଭୋଗ ଅସମ୍ପୂର୍ଣ୍ଣ ହୋଇଥାଏ ବୋଲି କୁହାଯାଏ।
ଚନ୍ଦ୍ରଗ୍ରହଣ, ଏକାଦଶୀ ଓ ରବିବାର ଦିନ ତୁଳସୀ ପତ୍ର ତୋଳିବା ଉଚିତ ନୁହେଁ। ସୂର୍ଯ୍ୟାସ୍ତ ପରେ ମଧ୍ୟ ତୁଳସୀ ପତ୍ର ତୋଳିବା ଉଚିତ ନୁହେଁ।
ସକାଳୁ ସକାଳୁ ତୁଳସୀଙ୍କୁ ଦର୍ଶନ କରିବା ଶହେ ଗ୍ରାମ ସୁନା ଦାନ କରିବା ସହ ସମାନ ବୋଲି କୁହାଯାଇଛି। ଘର ଅଗଣାରେ ତୁଳସୀ ରହିଲେ କଲ୍ୟାଣକାରୀ, ଧନପୁତ୍ର ପ୍ରଦାନ, ପୁଣ୍ୟଦାୟିନୀ ହୋଇଥାଏ ବୋଲି କୁହାଯାଏ।
ତୁଳସୀ ପତ୍ରକୁ ନିୟମିତ ଖାଲି ପେଟରେ ଖାଇବା ଦ୍ୱାରା ଶରୀର ସୁସ୍ଥ ରହିଥାଏ। ଏହା ବହୁ ରୋଗରୁ ମଧ୍ୟ ରକ୍ଷା କରିଥାଏ। ରକ୍ତ ସଫା ରହିବା ସହ କେଶ ଝଡ଼ିବା ବନ୍ଦ ହୋଇଥାଏ।

Hot this week

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

ନାବାଳିକା ଆତ୍ମହୁତି ଘଟଣାରେ ସରକାରଙ୍କୁ ନବୀନଙ୍କ ନିଶାଣ

ସମାଜ ଲାଇଭ ଡେସ୍କ : ରାଜଗାଙ୍ଗପୁର ନାବାଳିକା ଆତ୍ମହୁତି ଘଟଣାରେ ଦୁଖ...

ଓଡ଼ିଶାରେ ଡାକ୍ତର ମରୁଡି ବଢାଇଲା ଚିନ୍ତା

ଭୁବନେଶ୍ୱର: ଓଡ଼ିଶାରେ ଡାକ୍ତର ମରୁଡି ପଡିଛି । ଠିକାରେ ଚାଲିଛି ଡାକ୍ତରୀ...

ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ

ରାଉରକେଲା: ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ ହୋଇଛି। ସୁନ୍ଦରଗଡ...

Related Articles

Popular Categories