www.samajalive.in
Thursday, December 11, 2025
18.1 C
Bhubaneswar

ତୁଳସୀ ବିବାହ; ଜାଣନ୍ତୁ ଏହି ବିବାହର ପରମ୍ପରା, ଧାର୍ମିକ ଓ ପୌରାଣିକ ମହତ୍ତ୍ୱ

ହିନ୍ଦୁ ଧର୍ମରେ ତୁଳସୀ ବୃକ୍ଷର ମହତ୍ତ୍ୱ ଖୁବ ଅଧିକ। ଏହାର କେବଳ ଧାର୍ମିକ ନୁହେଁ ବରଂ ବହୁ ବୈଜ୍ଞାନିକ ମହତ୍ତ୍ୱ ମଧ୍ୟ ରହିଛି। ବ୍ରତ, ଉପବାସ, ଧାର୍ମିକ ଆୟୋଜନ ଓ ଭଗବାନଙ୍କୁ ଭୋଗ ଲଗାଇବାରେ ତୁଳସୀ ଅର୍ପଣ କରାଯାଏ।
ତୁଳସୀ ପୂଜା –
ହିନ୍ଦୁ ଧର୍ମର ପ୍ରତ୍ୟେକ ଲୋକଙ୍କ ଘରେ ତୁଳସୀ ବୃକ୍ଷ ନିଶ୍ଚୟ ରହିଥାଏ। ନିୟମିତ ସକାଳ ଓ ସନ୍ଧ୍ୟା ସମୟରେ ତୁଳସୀଙ୍କୁ ପୂଜାର୍ଚ୍ଚନା କରାଯାଏ। ଭଗବାନ ବିଷ୍ଣୁ ଓ କୃଷ୍ଣଙ୍କର ପୂଜାରେ ତୁଳସୀ ବିନା ପୂଜା ସମ୍ପୂର୍ଣ୍ଣ ହୋଇନଥାଏ। ସମସ୍ତ ପୁରାଣରେ ତୁଳସୀଙ୍କ ମହତ୍ତ୍ୱ ବିଷୟରେ ବର୍ଣ୍ଣନା କରାଯାଇଛି।
ତୁଳସୀ ବିବାହ –
କାର୍ତ୍ତିକ ମାସର ଶୁକ୍ଳ ପକ୍ଷର ଦେବଉଠନୀ ଏକାଦଶୀରେ ତୁଳସୀ ବିବାହ କରାଯାଇଥାଏ। ଏହି ଦିନ ଭଗବାନ ବିଷ୍ଣୁଙ୍କ ଶାଳଗ୍ରାମ ସ୍ୱରୂପ ସହ ତୁଳସୀଙ୍କ ବିବାହ ହୋଇଥାଏ। ତୁଳସୀ ବିବାହ କରାଇବା କନ୍ୟାଦାନ କରାଇବା ପୁଣ୍ୟ ସହ ସମାନ ବୋଲି କୁହାଯାଏ। ଏପରି କରିବା ଦ୍ୱାରା ଗୃହରେ ସୁଖ, ସମୃଦ୍ଧି, ବୈଭବ- ମଙ୍ଗଳ ବିରାଜିତ ହୋଇଥାଏ।
ତୁଳସୀଙ୍କ ଧାର୍ମିକ ମହତ୍ତ୍ୱ –
ଭଗବାନଙ୍କୁ ତୁଳସୀ ଦଳ ଅର୍ପଣ କରିବା ଦ୍ୱାରା ଖୁବ ଶୁଭଫଳ ପ୍ରାପ୍ତି ହୋଇଥାଏ।
ପଦ୍ମ ପୁରାଣ ଅନୁଯାୟୀ, ତୁଳସୀ ବୃକ୍ଷରେ ସାକ୍ଷାତ ଦେବତା ବାସ କରିଥାଆନ୍ତି।
ଯେଉଁ ଭୋଗରେ ତୁଳସୀ ପ୍ରୟୋଗ କରାଯାଏ ନାହିଁ, ତାହା ଭଗବାନ ସ୍ୱୀକାର କରନ୍ତି ନାହିଁ ବୋଲି ମାନ୍ୟତା ରହିଛି।
ଯେଉଁ ମହିଳାମାନେ ନିୟମିତ ତୁଳସୀଙ୍କୁ ପୂଜା କରନ୍ତି, ତାଙ୍କୁ ସୌଭାଗ୍ୟ, ସମୃଦ୍ଧି ଓ ଭଗବାନଙ୍କ ବିଶେଷ ଆଶୀର୍ବାଦ ପ୍ରାପ୍ତି ହୋଇଥାଏ।
ସକାଳ ସମୟରେ ତୁଳସୀଙ୍କୁ ଦର୍ଶନ କଲେ ମନରେ ସକରାତ୍ମକ ଭାବନା ସୃଷ୍ଟି ହୋଇଥାଏ।
ତୁଳସୀ ପୂଜାରେ ବ୍ୟବହୃତ ସାମଗ୍ରୀ
ଆଖୁ, ବିବାହ ପାଇଁ ସଧବା ନାରୀଙ୍କ ଶୃଙ୍ଗାରର ସମସ୍ତ ସାମଗ୍ରୀ, ଘିଅ, ଦୀପ, ସିନ୍ଦୂର, ଚନ୍ଦନ, ନୈବେଦ୍ୟ, ଫୁଲ ଇତ୍ୟାଦି।
ତୁଳସୀଙ୍କ ବୈଜ୍ଞାନିକ ମହତ୍ତ୍ୱ –
ତୁଳସୀ ବୃକ୍ଷ ପ୍ରାକୃତିକ ଉପାୟରେ ବାତାବରଣକୁ ସ୍ୱଚ୍ଛ ରଖିଥାଏ।
ତୁଳସୀରେ ଏଣ୍ଟି-ଅକ୍ସିଡ଼ାଣ୍ଟ ରହିଛି ଯାହା ଶରୀରର ମୃତ କୋଷିକାକୁ ଠିକ କରିବାକୁ ସାହାଯ୍ୟ କରିଥାଏ।
ନିୟମିତ ତୁଳସୀ ପତ୍ର ସେବନ କରିବା ଦ୍ୱାରା ଶରୀରକୁ ଶକ୍ତି ମିଳିବା ସହ ଆୟୁ ମଧ୍ୟ ବୃଦ୍ଧି ହୋଇଥାଏ।
ଥଣ୍ଡାକାଶ ଜନିତ ସମସ୍ୟା ମଧ୍ୟ ଦୂର କରିଥାଏ।

Hot this week

୨୧୪ ରନ କଲେ ଜିତିବ ଭାରତ

ସମାଜଲାଇଭ ଡେସ୍କ: ୨ୟ ଟି-୨୦​‌ରେ ଭାରତକୁ ୨୧୪ ରନର ବିଜୟ ଲକ୍ଷ୍ୟ...

ନାଗରିକତା ପାଇଥିବା ସମସ୍ତଙ୍କୁ ମିଳିବ ସରକାରୀ ସୁବିଧା , ୩୫ ଜଣଙ୍କୁ ନାଗରିକତା ପ୍ରମାଣ ପତ୍ର

ଭୁବନେଶ୍ୱର :ଜନଗଣନା ନିର୍ଦ୍ଦେଶାଳୟ ଓଡ଼ିଶା ଓ ଗୃହ ମନ୍ତ୍ରାଳୟ ଭାରତ ସରକାରଙ୍କ...

ହତ୍ୟାପରେ ପଡୋଶୀଙ୍କ ରକ୍ତ ପିଇଥିଲେ ଏହି ମହିଳା- ୫୦ ବର୍ଷ କାରା ଦଣ୍ଡାଦେଶ

ନ୍ୟୁୟର୍କ- ଆମେରିକାର ଜଣେ ମହିଳା ତାଙ୍କ ପଡୋଶୀଙ୍କୁ ରାଗରେ ହତ୍ୟା କରିଥିଲେ...

୨୦ ବର୍ଷ ପରେ ନୂଆ ଜୀବନ ପାଇଲେ ବିଶ୍ଵଭୂଷଣ

ଭୁବନେଶ୍ୱର: ଯୁବ ଅବସ୍ଥାରେ ଅଣ୍ଟା ଭାଙ୍ଗିପଡ଼ିଥିଲା। ୮୦ ବର୍ଷର ବୃଦ୍ଧ ପରି...

Related Articles

Popular Categories