www.samajalive.in
Friday, December 12, 2025
16.1 C
Bhubaneswar

ବାୟୁସେନା କିଣିବ ୩୦୦ ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ଯୁଦ୍ଧ ଓ ପ୍ରଶିକ୍ଷଣ ବିମାନ

ନୂଆଦିଲ୍ଲୀ: ଭାରତୀୟ ବାୟୁସେନା(ଆଇଏଏଫ) ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ୩୦୦ ଯୁଦ୍ଧ ଓ ପ୍ରଶିକ୍ଷଣ ବିମାନ କ୍ରୟ କରିବ। ହିନ୍ଦୁସ୍ତାନ ଏରୋନଟିକ୍ସ ଲିମିଟେଡ(ହାଲ୍‌) ଏସବୁ ବିମାନ ନିର୍ମାଣ କରିବ ବୋଲି ପ୍ରତିରକ୍ଷା ମନ୍ତ୍ରଣାଳୟର ଜଣେ ବରିଷ୍ଠ ଅଧିକାରୀ ନାମ ଗୋପନ ରଖି ସୂଚନା ଦେଇଛନ୍ତି। ଏ ସମ୍ପର୍କରେ କେନ୍ଦ୍ର ସରକାରଙ୍କୁ ଅବଗତ କରାଯିବା ସହିତ ଏ ନେଇ ବାୟୁସେନା ପ୍ରତିଶ୍ରୁତିବଦ୍ଧ ବୋଲି କୁହାଯାଇଛି।

ସମ୍ପୃକ୍ତ ଅଧିକାରୀଙ୍କ ସୂଚନା ଅନୁସାରେ, ହାଲ୍‌ ସହିତ ଡିଲ ହେବାର ନିର୍ଦ୍ଧାରିତ ସମୟ ମଧ୍ୟରେ କମ୍ପାନୀକୁ ବିମାନର ଡିଜାଇନ, ନିର୍ମାଣ ଏବଂ ଯୋଗାଣ କରିବାକୁ ହେବ। ଡିଆରଡିଓ ଅଧୀନରେ କାର୍ଯ୍ୟ କରୁଥିବା ଏରୋନଟିକାଲ ଡେଭେଲପମେଣ୍ଟ ଏଜେନ୍ସି(ଏଡିଏ) ଏବଂ ହାଲ୍‌ ଏକାଠି ଏହି ଡିଲ୍‌ ପାଇଁ କାମ କରିବେ।

- Advertisement -

ଏହା ସହିତ ବାୟୁସେନା କେନ୍ଦ୍ର ସରକାରଙ୍କୁ କହିଛି ଯେ, ଏହା ଅନ୍ୟ ୧୦ଟି ସ୍କ୍ବାଡ୍ରନ(୧୬୦ରୁ ୧୮୦) ତେଜସ ମାର୍କ-୨ ଏବଂ ୩୬ ଆଡଭାନ୍ସ ମିଡିୟମ କମ୍ବାଟ ଏୟାରକ୍ରାଫ୍ଟ(ଏଏମସିଏ) କ୍ରୟ କରିବାକୁ ପ୍ରତିଶ୍ରୁତିବଦ୍ଧ। ଏହା ବ୍ୟତୀତ ବାୟୁସେନା ନୂତନ ଭାବେ ନିର୍ମିତ ଟ୍ରେନର ଏୟାରକ୍ରାଫ୍ଟ ଏଚଟିଟିପି-୪୦ କ୍ରୟ କରିବ ବୋଲି ସରକାରଙ୍କୁ ଅବଗତ କରାଇଛି। ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ବିମାନ କିଣିବା କ୍ଷେତ୍ରରେ ବାୟୁସେନା ମୁଖ୍ୟ ଆରକେଏସ ଭଦୌରିଆଙ୍କ ଏହି ନିଷ୍ପତ୍ତି ସବୁଠାରୁ ଗୁରୁତ୍ଵପୂର୍ଣ୍ଣ ନିଷ୍ପତ୍ତି ବୋଲି କୁହାଯାଉଛି।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

ମାଲ୍ୟବନ୍ତ ମହୋତ୍ସବ ସ୍ଥଗିତ

ମାଲକାନଗିରି - ମାଲକାନଗିରି ଜିଲାରେ ଡିସେମ୍ବର ୪ ତାରିଖରେ ଏକ ମୁଣ୍ଡବିହୀନ...

Related Articles

Popular Categories