www.samajalive.in
Friday, December 12, 2025
26.1 C
Bhubaneswar

ଉଜ୍ବଳ ତ୍ବଚା ପାଇଁ ଅଅଁଳା ରସ

ତ୍ବଚା ଏବଂ କେଶ ପାଇଁ କାହିଁ କେଉଁ କାଳରୁ ଅଅଁଳାର ବ୍ୟବହାର ହୋଇ ଆସୁଛି। ଅଅଁଳାରେ ଭରପୁର ମାତ୍ରରେ ପୋଷକ ତତ୍ତ୍ବ ରହିଥାଏ। ତ୍ବଚା ଓ କେଶ ଉଭୟ ପାଇଁ ଏହା ଖୁବ୍ ଲାଭଦାୟକ। ନିୟମିତ ଅଅଁଳା ରସ ସେବନ କରିବା ଦ୍ବାରା ତ୍ବଚାର ଚମକ ବୃଦ୍ଧି ହୋଇଥାଏ।
ଯଦି ଆପଣଙ୍କୁ ଅଅଁଳା ରସ ଆପଣଙ୍କୁ ଭଲ ଲାଗୁନି ବା କଷା ଲାଗୁଛି ତେବେ ଏଥିରେ ଆପଣ ଏକ ଚାମଚ ମହୁ ମିଶାଇ ସେବନ କରି ପାରିବେ। ମହୁ ମଧ୍ୟ ଶରୀର ପାଇଁ ଲାଭଦାୟକ। ଏଥିରେ ଏଣ୍ଟି-ଅକ୍ସିଡାଣ୍ଟ ଭରପୁର ମାତ୍ରାରେ ରହିଥାଏ। ତେବେ ଆସନ୍ତୁ ଜାଣିବା ଏହି ଅଅଁଳା ରସ ପ୍ରସ୍ତୁତ କରିବାର ସହଜ ଉପାୟ।
ଆବଶ୍ୟକୀୟ ସାମଗ୍ରୀ: ୫ରୁ ୭ଟି ଅଅଁଳା, ଅବଶ୍ୟକୀୟ ଅନୁଯାୟୀ ପାଣି, ଏକ ଛୋଟ ଚାମଚ ମହୁ
ପ୍ରସ୍ତୁତ ପ୍ରଣାଳୀ: ପ୍ରଥମେ ଅଅଁଳାକୁ ଭଲ ଭାବରେ ଧୋଇ ଛୋଟ ଛୋଟ ଖଣ୍ଡ କରି କାଟି ଦିଅନ୍ତୁ। ପାଣି ସହ ଅଅଁଳା ଖଣ୍ଡକୁ ମିକ୍ସରରେ ଭଲ ଭାବରେ ପେସି ଦିଅନ୍ତୁ। ପରେ ଏହି ମିଶ୍ରଣକୁ ଏକ ଛଣି ବା କପଡାରେ ଛାଣି ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ଅଁଳା ରସ। ଏବେ ଏଥିରେ ଏକ ଚାମଚ ମହୁ ମିଶାଇ ସେବନ କରନ୍ତୁ।

Hot this week

୬ ଦେଶରେ ବ୍ୟାନ ଫିଲ୍ମ ଧୁରନ୍ଧର

ମୁମ୍ବାଇ :ସାଉଦି ଆରବ ,ୟୂଏଇ ଓ କତାରରେ ବ୍ୟାନ ହେଲା ହିନ୍ଦୀ...

ତୃତୀୟ ବିଶ୍ୱଯୁଦ୍ଧ ପରିସ୍ଥିତି- ଟ୍ରମ୍ପ ଦେଲେ ଚେତାବନୀ

ନ୍ୟୁୟର୍କ - ବିଶ୍ୱ ତୃତୀୟ ବିଶ୍ୱ ଆଡକୁ ମୁହାଁଉଛି । ରୁଷ୍‌...

କମୁନି ‘ଧୁରନ୍ଧର’ର କ୍ରେଜ୍।

ମୁମ୍ବାଇ :କମୁନି 'ଧୁରନ୍ଧର'ର କ୍ରେଜ୍। ଡିସେମ୍ବର ୫ରେ ରିଲିଜ ଛି 'ଧୁରନ୍ଧର'।...

ସାଉଥ୍ ଏସିଆନ୍‌ ମୈତ୍ରୀ ସମ୍ମିଳନୀ ଉଦ୍‌ଘାଟିତ: ଯୋଗଦେଲେ ବିଭିନ୍ନ ରାଜ୍ୟର ଶତାଧିକ ପ୍ରତିନିଧି

ବ୍ରହ୍ମପୁର: ଶୁକ୍ରବାର ଗଞ୍ଜାମ ଜିଲ୍ଲାର ଗୋପାଳପୁର ବେଳାଭୂମିଠାରେ ୩୫ତମ ସାଉଥ୍ ଏସିଆନ୍...

ନିର୍ମାଣାଧିନ ପାଣିଟାଙ୍କିରୁ ଖସି ଯୁବକଙ୍କ ମୃତ୍ୟୁ

କେନ୍ଦ୍ରାପଡା: ନିର୍ମାଣାଧିନ ପାଣିଟାଙ୍କିରୁ ଖସି ଯୁବକର ମୃତ୍ୟୁ। ଏଭଳି ଅଭାବନୀୟ ଘଟଣା...

Related Articles

Popular Categories