www.samajalive.in
Friday, December 12, 2025
23.1 C
Bhubaneswar

ମୁମୂର୍ଷୁ ନାବାଳିକାଙ୍କୁ ଡାକ୍ତରଖାନାରେ ଛାଡ଼ି ଫେରାର ଦୁର୍ବୃତ୍ତ ; ୩ ଅଟକ

ଭଦ୍ରକ : ଭଦ୍ରକ ଜିଲା ଧାମନଗର ମଙ୍ଗଳବାର ଏକ ଅଭାବନୀୟ ଘଟଣା ଘଟିଛି।  ମୁମୂର୍ଷୁ ନାବାଳିକାଙ୍କୁ ୪ ଦୁର୍ବୃତ୍ତ ଧାମନଗର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଛାଡ଼ି ଫେରାର ହୋଇଯାଉଥିବା ବେଳ ସ୍ଥାନୀୟ ଲୋକେ ସେମାନଙ୍କ ମଧ୍ୟରୁ ୩ ଜଣଙ୍କୁ କାବୁ କରିଛନ୍ତି। ଖବର ପାଇ ଟାଉନ ଥାନା ପୁଲିସ ପହଞ୍ଚି ୩ଜଣଙ୍କୁ ଅଟକ ରଖି ପଚରାଉଚରା ଜାରିରଖିଛି। ନାବାଳିକାର ଅବସ୍ଥା ଗୁରୁତର ଥିବାରୁ ଧାମନଗର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରୁ ଭଦ୍ରକ ମେଡ଼ିକାଲ ସ୍ଥନାନ୍ତରଣ କରାଯାଇଥିବା ଜଣାପଡ଼ିଛି। ସଜ୍ଞାହୀନ ନାବାଳିକାକୁ ଦୁର୍ବୃତ୍ତମାନେ କେଉଁ ପରିସ୍ଥିତିରେ ଛାଡି ପାଳାଉଥିଲେ ତାହା ଜଣା ପଡି ନାହିଁ।

ସୂଚାନା ଅନୁଯାୟୀ,  ଗତ ୨ ତାରିଖରେବ ସମାନ ଅବସ୍ଥାରେ ଜଣେ ଯୁବତୀଙ୍କୁ ଦୁର୍ବୃତ୍ତମାନେ ଛାଡି ପଳାଇଥିଲେ। ଗୁରୁତର ଯୁବତୀଙ୍କର କଟକ ବଡ଼ ମେଡ଼ିକାଲରେ ମୃତ୍ୟୁ ଘଟିଥିଲା।

Hot this week

ନିଆଁ ଆୟତ୍ତ : ନୋ ଲିମିଟ୍ ବାର୍‌କୁ ମିଳିନଥିଲା ଲାଇସେନ୍ସ

ଭୁବନେଶ୍ଵର: ଭୁବନେଶ୍ଵର ସତ୍ୟବିହାର ସ୍ଥିତ ଏକ ବାର୍‌ ରେ ଭୟାବହ ଅଗ୍ନିକାଣ୍ଡ...

ସ୍ତ୍ରୀକୁ ପେଟ୍ରୋଲ ଢାଳି ଜାଳିଦେଲା ସ୍ଵାମୀ

ପାଟଣାଗଡ: ପାଟଣାଗଡ ବେଲପଡା ଥାନା କଟାପାଲି ଗାଁରେ ବିଭତ୍ସ ହତ୍ୟାକାଣ୍ଡ ଘଟିଛି।...

ପୁଣି ସ୍କୁଲକୁ ବୋମା ଧମକ

ନୂଆଦିଲ୍ଲୀ : ଶୁକ୍ରବାର ସକାଳେ ଅମୃତସରର ପ୍ରତିଷ୍ଠିତ ସିନିୟର ଷ୍ଟଡି ସ୍କୁଲକୁ...

ପୁଣି ୩ ଡିଗ୍ରୀ ଛୁଇଁଲା ପାରଦ

ଭୁବନେଶ୍ବର : ସାରା ରାଜ୍ୟରେ ଶୀତ ଲହରୀ ଜାରି ରହିଛି। ଉତ୍ତର-ପଶ୍ଚିମ...

ରାଜଧାନୀରେ ନାବାଳିକାକୁ ଦୁଷ୍କର୍ମ !

ଭୁବନେଶ୍ଵର : ଭୁବନେଶ୍ଵରରେ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ ହୋଇଛି। ଗୁରୁତର ଅବସ୍ଥାରେ...

Related Articles

Popular Categories