www.samajalive.in
Friday, December 12, 2025
27.1 C
Bhubaneswar

ଚିରାଗ ପାସୱନ ହେଲେ ଲୋକ ଜନଶକ୍ତି ପାର୍ଟିର ଅଧ୍ୟକ୍ଷ

ପାଟନା: ଜମୁଈର ସାଂସଦ ତଥା କେନ୍ଦ୍ରମନ୍ତ୍ରୀ ରାମବିଳାଶ ପାସୱନଙ୍କ ପୁତ୍ର ଚିରାଗ ପାଶୱନ ଲୋକ ଜନଶକ୍ତି ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ହୋଇଛନ୍ତି। ମଙ୍ଗଳବାର ରାଷ୍ଟ୍ରୀୟ କର୍ଯ୍ୟକାରୀଣ ବୈଠକରେ ଚିରାଗଙ୍କୁ ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଭାବେ ଚୟନ କରାଯାଇଛି। ଚିରାଗଙ୍କ ପୂର୍ବରୁ ତାଙ୍କ ପତା ତଥା କେନ୍ଦ୍ରମନ୍ତ୍ରୀ ରାମବିଳାଶ ପାସୱନ ଦଳର ଅଧ୍ୟକ୍ଷ ଥିଲେ।୨୦୧୪ ଲୋକସଭା ନିର୍ବାଚନରେ ପୂର୍ବରୁ ରାମବିଳାଶ ପାସୱନ ତାଙ୍କ ପୁତ୍ର ଚିରାଗଙ୍କୁ ଲାଜପା ସଂସଦୀୟ ବୋର୍ଡର ଅଧ୍ୟକ୍ଷ କରିଥିଲେ। ଏହାର ପାଞ୍ଚ ବର୍ଷରେ ବର୍ଷ ପରେ ଚିରାଗଙ୍କୁ ପାର୍ଟିର ଅଧ୍ୟକ୍ଷ ପଦ ସମ୍ଭାଳିବା ପାଇଁ ଦାୟିତ୍ୱ ହେଇଛନ୍ତି। ଚିରାଗଙ୍କୁ ଅଧ୍ୟକ୍ଷ କରିବା ପୂର୍ବରୁ ରାମବିଳାସ ଦିଲ୍ଲୀର ଏହାର ସଙ୍କେତ ଦେଇଥିଲେ। ସେ କହିଥିଲେ କି, ଏବେ ଆସନ୍ତା ପିଢିଙ୍କୁ ତାଙ୍କର ଦାୟିତ୍ଵ ଗ୍ରହଣ କରିବା ଉଚିତ୍।  ଚଳିତ ବର୍ଷ ଲୋକସଭା ନିର୍ବାଚନ ସମୟରେ ଦଳର ପ୍ରାର୍ଥି ଚୟନ ଏବଂ ସିଟ ବଣ୍ଟନର ସମସ୍ତ କାର୍ଯ୍ୟ କରିଥିଲେ ଚିରାଗ। ଚଳଚିତ୍ର ଜଗତରେ ବିଫଳ ହେବା ପରେ ଚିରାଗ ରାଜନୀତିରେ ପାଦ ଥାପିଥିଲେ। ୨୦୧୩ରେ ଚିରାଗ ଫିଲ୍ମ ଦୁନିଆ ଛାଡି ରାଜନୀତିରେ ନିଜର ଭାଗ୍ୟ ଆପଣେଇ ଥିଲେ। ଏହି ସମୟରେ ଚିରାଗ ରାଷ୍ଟ୍ରୀୟ ଜନତା ଦଳ ଏବଂ ଭୁନାଥ ସିଂହଙ୍କ ପାଇଁ ନିର୍ବାଚନ ପ୍ରଚାର କରିଥିଲେ। ସେ ରାମବିଳାସ ପାସୱାନଙ୍କ ଏକମାତ୍ର ପୁତ୍ର। ୨୦୧୯ରେ ଲୋକସଭା ନିର୍ବାଚନରେ ସେ ଦ୍ଵିତୀୟ ଥର ପାଇଁ ବିହାରର ଜମୁଈ ଆସନ ଜିତି ସଂସଦ ଭବନ ପହଁଚିଥିଲେ। ନିର୍ବାଚନରେ ସେ ରାଷ୍ଟ୍ରୀୟ ଲୋକତାନ୍ତ୍ରିକ ସମତା ପାର୍ଟିର ପ୍ରାର୍ଥୀ ଭୂଦେବ ଚୌଧୁରୀଙ୍କୁ ହରାଇଥିଲେ।

 

Hot this week

ମଣ୍ଡି ଅଚଳାବସ୍ଥା : ତାତିଲେ ଚାଷୀ

ନୂଆପଡ଼ା: ନୂଆପଡା ଜିଲ୍ଲାରେ ଖରିଫ୍‌ ମଣ୍ଡିରେ ଅଚଳାବସ୍ଥା ଲାଗିରହିଛି। ଜିଲ୍ଲାରେ ଗତ...

ଟ୍ରମ୍ପଙ୍କ ସହ ବାଣିଜ୍ୟିକ ଆଲୋଚନା କଲେ ମୋଦୀ

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ...

ନିଆଁ ଆୟତ୍ତ : ନୋ ଲିମିଟ୍ ବାର୍‌କୁ ମିଳିନଥିଲା ଲାଇସେନ୍ସ

ଭୁବନେଶ୍ଵର: ଭୁବନେଶ୍ଵର ସତ୍ୟବିହାର ସ୍ଥିତ ଏକ ବାର୍‌ ରେ ଭୟାବହ ଅଗ୍ନିକାଣ୍ଡ...

ସ୍ତ୍ରୀକୁ ପେଟ୍ରୋଲ ଢାଳି ଜାଳିଦେଲା ସ୍ଵାମୀ

ପାଟଣାଗଡ: ପାଟଣାଗଡ ବେଲପଡା ଥାନା କଟାପାଲି ଗାଁରେ ବିଭତ୍ସ ହତ୍ୟାକାଣ୍ଡ ଘଟିଛି।...

ପୁଣି ସ୍କୁଲକୁ ବୋମା ଧମକ

ନୂଆଦିଲ୍ଲୀ : ଶୁକ୍ରବାର ସକାଳେ ଅମୃତସରର ପ୍ରତିଷ୍ଠିତ ସିନିୟର ଷ୍ଟଡି ସ୍କୁଲକୁ...

Related Articles

Popular Categories