www.samajalive.in
Saturday, December 13, 2025
14.1 C
Bhubaneswar

ଶିବସେନାର ଦୃଢ଼ୋକ୍ତି; ଆମ ପାଖରେ ୧୭୦ ବିଧାୟକଙ୍କ ସମର୍ଥନ ରହିଛି

ମୁମ୍ବଇ: ମହାରାଷ୍ଟ୍ରରେ ସରକାର ଗଢ଼ିବା ଲାଗି କୌଣସି ଦଳ ପାଖରେ ଆବଶ୍ୟକ ସଂଖ୍ୟା ନାହିଁ। ଏପରି ସ୍ଥଳେ ଚଳିତମାସ ୭ ତାରିଖ ସୁଦ୍ଧା ରାଜ୍ୟରେ ସରକାର ଗଠନ ନ ହେଲେ ରାଷ୍ଟ୍ରପତି ଶାସନ ଲାଗୁ ହେବ ବୋଲି ବିଜେପି ନେତା ଧମକ ଦେବାର ଦିନକ ପରେ ଶିବସେନା ସରକାର ଗଢ଼ିବା ଲାଗି ଦମ୍ଭ ଦେଖାଇଛି। ଦଳ ପାଖରେ ୧୭୦ ବିଧାୟକଙ୍କ ସମର୍ଥନ ରହିଥିବା ଶିବସେନା ନେତା ସଞ୍ଜୟ ରାଉତ ରବିବାର ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି।

ଗଣମାଧ୍ୟମକୁ ସୂଚନା ଦେଇ ସଞ୍ଜୟ କହିଛନ୍ତି, ତାଙ୍କ ଦଳକୁ ୧୭୦ ବିଧାୟକ ସମର୍ଥନ କରୁଛନ୍ତି। ଏହି ସଂଖ୍ୟା ୧୭୫ରେ ମଧ୍ୟ ପହଞ୍ଚିପାରେ। ସୂଚନାଯୋଗ୍ୟ, ବିଜେପି-ଶିବସେନା ମେଣ୍ଟ କରି ନିର୍ବାଚନ ଲଢ଼ିଥିଲେ। କିନ୍ତୁ ଫଳାଫଳ ପ୍ରକାଶ ପାଇବା ପରଠାରୁ ମୁଖ୍ୟମନ୍ତ୍ରୀ ପଦବୀକୁ ଉଭୟ ଦଳ ମଧ୍ୟରେ ଅଢ଼େଇ ବର୍ଷ ଲେଖାଏ ବାଣ୍ଟିବା ଦାବି କରି ଶିବସେନା ନିଜ ଜିଦରେ ଅଟଳ ରହିଛି। ବିଜେପି ଏଥିରେ ସହମତ ହେଉ ନ ଥିବାରୁ ଶିବସେନା ସରକାର ଗଠନ କରିବା ପାଇଁ ଅନ୍ୟ ବିକଳ୍ପ ପନ୍ଥା ଖୋଜୁଛି।

Hot this week

ସରକାରଙ୍କ ଉପଲବ୍ଧିର ପ୍ରଚାର କରିବ ବିଜେପି ଯୁବ ମୋର୍ଚ୍ଚା: ଅଭିଳାଷ

ଖୁବ୍‌ଶୀଘ୍ର ୩୭ ଜିଲାରେ ସଭାପତି ଭୁବନେଶ୍ବର : ବିଜେପି ଯୁବମୋର୍ଚ୍ଚାର ରାଜ୍ୟ ସଭାପତି...

କଂଗ୍ରେସର ଆଭ୍ୟନ୍ତରୀଣ ରାଜନୀତି ସରଗରମ

ଏବେ କିଛି କହୁନାହିଁ, ସମୟ କହିବ: ଭକ୍ତ ଦିଲ୍ଲୀରେ ସମାଧାନ...

ଶୀତରେ ରୁମ୍‌ ହିଟର ଲଗାଉଛନ୍ତି କି? ପିଲାଙ୍କ କେତେ ସୁରକ୍ଷିତ ଜାଣନ୍ତୁ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ, କୋଠରୀକୁ ଉଷ୍ମ ରଖିବା ପାଇଁ...

ଗୁରୁ ପୃଷ୍ଟିଙ୍କ ମୃତ୍ୟୁ ଘଟଣା : ହତ୍ୟା ଅଭିଯୋଗ ଆଣିଲେ ମଉସା

ଧାମନଗର : ଯାତ୍ରା ଅଭିନେତା ଗୁରୁ ପୃଷ୍ଟିଙ୍କ ଦୁର୍ଘଟଣାଜନିତ ମୃତ୍ୟୁର ୬...

ନିଯୁକ୍ତିଭିତ୍ତିକ ପ୍ରଶିକ୍ଷଣ ସତ୍ତ୍ବେ ମିଳୁନି ଚାକିରି

୧.୪୭ ଲକ୍ଷ ତାଲିମଧାରୀ; ୪୩ ହଜାରଙ୍କୁ ନିଯୁକ୍ତି ସର୍ତ୍ତ ମାନୁନାହାନ୍ତି...

Related Articles

Popular Categories