www.samajalive.in
Saturday, December 13, 2025
14.1 C
Bhubaneswar

ବିଶ୍ୱ ତାପାୟନ ହ୍ରାସ ପାଇଁ ସାମୂହିକ ଉଦ୍ୟମ ଜରୁରୀ – ଜଷ୍ଟିସ ଜାଭେରୀ

କଟକ: ସାଇକେଲ ଚଳାଇବା, ପରିବେଶକୁ ପ୍ରଦୂଷଣ ମୁକ୍ତ ରଖିବା ସହ ସୁସ୍ଥ ରହିବା ଏବଂ ସବୁଜ ଓ ସୁନ୍ଦର କଟକ ଗଢ଼ିବାରେ ସହାୟକ ହେବା। ଏପରି ବାର୍ତ୍ତା ନେଇ (ରବିବାର) କଟକରେ ବହୁ ବୁଦ୍ଧିଜୀବୀ ସକାଳୁ ସାଇକେଲ ରାଲିରେ ବାହାରିଥିଲେ। କଟକସ୍ଥିତ ଓଡ଼ିଶା ରାଜ୍ୟ ଆଇନସେବା ପ୍ରାଧିକରଣ ଓ ଜିଲ୍ଲା ପ୍ରଶାସନର ମିଳିତ ଆନୁକୂଲ୍ୟରେ ଆଜି ଏହି ସାଇକେଲ ରାଲି ଅନୁଷ୍ଠିତ ହୋଇଥିଲା। ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି କଳ୍ପେସ ସତ୍ୟେନ୍ଦ୍ର ଝାଭେରୀଙ୍କ କ୍ୟାଣ୍ଟନମେଣ୍ଟସ୍ଥିତ ସରକାରୀ କ୍ୱାର୍ଟସ ପାଖରୁ ଆରମ୍ଭ ହୋଇଥିବା

- Advertisement -

ଏହି ସାଇକେଲ ରାଲିକୁ ମୁଖ୍ୟ ବିଚାରପତିଙ୍କ ଅନୁରୋଧକ୍ରମେ ବିଚାରପତି ଚିତ୍ତରଞ୍ଜନ ଦାଶ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ଏହି ରାଲି ସେଠାରୁ ବାହାରି ଐତିହାସିକ ବାରବାଟୀ ଦୁର୍ଗ ଦେଇ ବାଲିଯାତ୍ରା ପଡ଼ିଆ, ରିଙ୍ଗ ରୋଡ଼ ଦେଇ ରାଜ୍ୟ ଆଇନସେବା ପ୍ରାଧିକରଣ ପର୍ଯ୍ୟନ୍ତ ଆସିଥିଲା। ଏହି ରାଲିରେ ଓଡ଼ିଶା ହାଇକୋର୍ଟର ବିଚାରପତି ବିଦ୍ୟୁତ୍‍ ରଞ୍ଜନ ଷଡ଼ଙ୍ଗୀ, ବିଚାରପତି ସଙ୍ଗମ କୁମାର ସାହୁଙ୍କ ସମେତ ଅନ୍ୟ ବିଚାରପତି ବୃନ୍ଦ ଯୋଗଦେଇଥିଲେ। ଏହି ଅବସରରେ ମୁଖ୍ୟ ବିଚାରପତି ବିଶ୍ୱ ତାପାୟନକୁ ହ୍ରାସ ପାଇଁ ସାମୂହିକ ଉଦ୍ୟମ ଉପରେ ଗୁରୁତ୍ୱ ଆରୋପ କରିଥିଲେ।

Hot this week

ସରକାରଙ୍କ ଉପଲବ୍ଧିର ପ୍ରଚାର କରିବ ବିଜେପି ଯୁବ ମୋର୍ଚ୍ଚା: ଅଭିଳାଷ

ଖୁବ୍‌ଶୀଘ୍ର ୩୭ ଜିଲାରେ ସଭାପତି ଭୁବନେଶ୍ବର : ବିଜେପି ଯୁବମୋର୍ଚ୍ଚାର ରାଜ୍ୟ ସଭାପତି...

କଂଗ୍ରେସର ଆଭ୍ୟନ୍ତରୀଣ ରାଜନୀତି ସରଗରମ

ଏବେ କିଛି କହୁନାହିଁ, ସମୟ କହିବ: ଭକ୍ତ ଦିଲ୍ଲୀରେ ସମାଧାନ...

ଶୀତରେ ରୁମ୍‌ ହିଟର ଲଗାଉଛନ୍ତି କି? ପିଲାଙ୍କ କେତେ ସୁରକ୍ଷିତ ଜାଣନ୍ତୁ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ, କୋଠରୀକୁ ଉଷ୍ମ ରଖିବା ପାଇଁ...

ଗୁରୁ ପୃଷ୍ଟିଙ୍କ ମୃତ୍ୟୁ ଘଟଣା : ହତ୍ୟା ଅଭିଯୋଗ ଆଣିଲେ ମଉସା

ଧାମନଗର : ଯାତ୍ରା ଅଭିନେତା ଗୁରୁ ପୃଷ୍ଟିଙ୍କ ଦୁର୍ଘଟଣାଜନିତ ମୃତ୍ୟୁର ୬...

ନିଯୁକ୍ତିଭିତ୍ତିକ ପ୍ରଶିକ୍ଷଣ ସତ୍ତ୍ବେ ମିଳୁନି ଚାକିରି

୧.୪୭ ଲକ୍ଷ ତାଲିମଧାରୀ; ୪୩ ହଜାରଙ୍କୁ ନିଯୁକ୍ତି ସର୍ତ୍ତ ମାନୁନାହାନ୍ତି...

Related Articles

Popular Categories