www.samajalive.in
Thursday, December 11, 2025
13.1 C
Bhubaneswar

ଆଉ କିଛି ସମୟ ପରେ ଦିଲ୍ଲୀରେ ଖେଳାଯିବ ଭାରତ-ବାଂଲାଦେଶ ପ୍ରଥମ ଟ୍ବେଣ୍ଟି-୨୦

ନୂଆଦିଲ୍ଲୀ : ଆଉ କିଛି ସମୟ ପରେ ଅର୍ଥାତ ସନ୍ଧ୍ୟା ୭ଟାରୁ ଦିଲ୍ଲୀର ଅରୁଣ ଜେଟଲୀ କ୍ରିକେଟ ଷ୍ଟାଡିୟମରେ ଭାରତ ଓ ବାଂଲାଦେଶ ମଧ୍ୟରେ ପ୍ରଥମ ଟ୍ବେଣ୍ଟି-୨୦ ମ୍ୟାଚ୍ ଖେଳାଯିବ। ଏହି ଟ୍ବେଣ୍ଟି-୨୦ ସିରିଜରେ ଅଧିନାୟକ ବିରାଟ କୋହଲିଙ୍କୁ ବିଶ୍ରାମ ଦିଆଯିବା କାରଣରୁ ରୋହିତ ଶର୍ମା ଅଧିନାୟକ ଭାର ସମ୍ଭାଳିବେ।
ଅଦ୍ୟାବଧି ବାଂଲାଦେଶ ବିପକ୍ଷରେ ଭାରତର ଟ୍ବେଣ୍ଟି-୨୦ରେ ଶତ ପ୍ରତିଶତ ରେକର୍ଡ ରହିଛି। ଏଯାବତ୍ ଦୁଇ ଦେଶ ୮ଟି ମ୍ୟାଚ୍ ଖେଳିଥିବା ବେଳେ ସମସ୍ତ ମ୍ୟାଚରେ ଭାରତ ବିଜୟୀ ହୋଇଛି। ଭାରତମାଟିରେ ଉଭୟ ଦଳଙ୍କ ମଧ୍ୟରେ ଗୋଟିଏ ଟ୍ବେଣ୍ଟି-୨୦ ମ୍ୟାଚ୍ ଖେଳା ଯାଇଥିବା ବେଳେ ଭାରତ ଏହାକୁ ୧ ରନ୍ ବ୍ୟବଧାନରେ ଜିତିଛି। ତେଣୁ ବାଂଲାଦେଶ ବିପକ୍ଷରେ ତା’ର ବିଜୟଧାରା ଜାରି ରଖିବାକୁ ଭାରତ ନିଶ୍ଚୟ ଚାହିଁବ। ପୁଣି ଦକ୍ଷିଣ ଆଫ୍ରିକା ବିପକ୍ଷରେ ଟ୍ବେଣ୍ଟି-୨୦ ସିରିଜ୍କୁ ୧-୧ରେ ଡ୍ର ରଖିବା ପରେ ଏହି ସିରିଜ୍ ଜିତିବାର ପ୍ରୟାସ ଭାରତ ନିଶ୍ଚୟ କରିବ। ଆଇସିସି ଟ୍ବେଣ୍ଟି-୨୦ ମାନ୍ୟତାରେ ଭାରତ ୫ମ ସ୍ଥାନରେ ଥିବା ବେଳେ ୯ମ ସ୍ଥାନରେ ରହିଛି ବାଂଲାଦେଶ। ତେଣୁ ନିଶ୍ଚିତ ଭାବେ ଭାରତ ଏହି ସିରିଜର ବଡ଼ ଫେଭରିଟ୍। ବାଂଲାଦେଶର ଦୁଇ ସବୁଠାରୁ ଅଭିଜ୍ଞ କ୍ରିକେଟର ସାକିବ୍ ଅଲ୍ ହାସନ୍ ଓ ଓପ୍ନର ତମିମ୍ ଇକ୍ବାଲ ଏହି ସିରିଜ୍ ଖେଳିବେନାହିଁ। ଫଳରେ ଦଳ ନିଶ୍ଚୟ ଦୁର୍ବଳ ହୋଇଯାଇଛି। ଭାରତୀୟ ଦଳରେ ଅଧିନାୟକ ବିରାଟ କୋହଲି, ହାର୍ଦିକ ପାଣ୍ଡ୍ୟା, ଯଶପ୍ରୀତ ବୁମ୍ରା, ଭୁବନେଶ୍ବର କୁମାର ପ୍ରଭୃତି ନଥିଲେ ହେଁ ଏହାର ପ୍ରଭାବ ସିରିଜ୍ ଫଳାଫଳ ଉପରେ ପଡ଼ିବନାହିଁ। ଭାରତୀୟ ଦଳ ବହୁତ ମଜ୍ବୁତ ରହିଛି। ଟେଷ୍ଟ ଓପ୍ନର ଭାବେ ପ୍ରଥମ ସିରିଜ୍ରେ ଚମତ୍କାର ସଫଳତା ପରେ ରୋହିତ ଶର୍ମା ତାଙ୍କ ବ୍ୟାଟିଂ ଫର୍ମ ଜାରି ରଖିବାକୁ ଚାହିଁବେ। ତାଙ୍କ ସହ ଶିଖର ଧାୱନ, ଋଷଭ ପନ୍ତ୍, ମନୀଷ ପାଣ୍ଡେ, ଶ୍ରେୟାସ ଆୟର ଓ କେ.ଏଲ୍. ରାହୁଲ ବହୁତ ଭଲ ବ୍ୟାଟ୍ସମ୍ୟାନ୍। ଦଳକୁ ଫେରିଥିବା ସଞ୍ଜୁ ସାମ୍ସନ ନିଶ୍ଚୟ ସୁଯୋଗର ସଦ୍ବ୍ୟବହାର କରିବାକୁ ଚାହିଁବେ। ପ୍ରଥମଥର ପାଇଁ ଭାରତୀୟ ଦଳରେ ସ୍ଥାନ ପାଇଥିବା ମୁମ୍ବଇର ଅଲ୍ରାଉଣ୍ଡର ଶିବମ୍ ଦୁବେ ମଧ୍ୟ ଦଳରେ ସ୍ଥାନ ପକ୍କା କରିବାକୁ ଚାହିଁବେ। ଶିବମ୍ ପ୍ରଥମ ମ୍ୟାଚ୍ ଖେଳିବେ ବୋଲି ଅଧିନାୟକ ରୋହିତ ଶର୍ମା ସୂଚନା ଦେଇଛନ୍ତି।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories