www.samajalive.in
Friday, December 12, 2025
23.1 C
Bhubaneswar

ଅଣନିଃଶ୍ବାସୀ କରୁଛି ପ୍ରଦୂଷଣ, ଦିଲ୍ଲୀ-ଏନସିଆର ଛାଡ଼ିବାକୁ ଚାହୁଁଛନ୍ତି ୪୦ ପ୍ରତିଶତ ବାସିନ୍ଦା

ନୂଆଦିଲ୍ଲୀ: ଦେଶର ରାଜଧାନୀ ନୂଆଦିଲ୍ଲୀରେ ଏବେ ପ୍ରଦୂଷଣ ଲୋକଙ୍କ ଚିନ୍ତା ବଢ଼ାଇଛି। ବାୟୁ ପ୍ରଦୂଷଣ ଏତେ ମାତ୍ରାରେ ବୃଦ୍ଧି ପାଇଛି ଯେ, ଲୋକଙ୍କୁ ନିଃଶ୍ବାସ ପ୍ରଶ୍ବାସ ନେବାରେ କଷ୍ଟ ଅନୁଭବ ହେଉଛି। ରାଜଧାନୀରେ ପ୍ରଦୂଷଣ ବିପଜ୍ଜନକ ସ୍ଥିତିରେ ପହଞ୍ଚିଥିବାବେଳେ ଦିଲ୍ଲୀ-ଏନସିଆରରେ ବାୟୁର ଗୁଣବତ୍ତା ସୂଚକାଙ୍କ ୧୨୦୦ ଅତିକ୍ରମ କରିଛି। ଏହି କାରଣରୁ ଲୋକମାନେ ଏବେ ଦିଲ୍ଲୀରୁ ଅନ୍ୟତ୍ର ଚାଲିଯିବାକୁ ଚାହୁଁଛନ୍ତି। ଏକ ସର୍ଭେକ୍ଷଣ ଅନୁସାରେ ଦିଲ୍ଲୀ ଏବଂ ଏନସିଆରର ପ୍ରାୟ ୪୦ ପ୍ରତିଶତ ଲୋକ ସହର ଛାଡ଼ିବାକୁ ଚାହୁଥିବା ଜଣାପଡ଼ିଛି।

ଦିଲ୍ଲୀ, ନୋଏଡା, ଗୁରୁଗ୍ରାମ, ଗାଜିଆବାଦ ଏବଂ ଫରୀଦାବାଦ ସହରରେ ଏହି ସର୍ଭେକ୍ଷଣ କରାଯାଇଥିଲା। ଏଥିରେ ୧୭ ହଜାର ଲୋକଙ୍କ ମତାମତ ସଂଗ୍ରହ କରାଯାଇଥିଲା। ଦିଲ୍ଲୀ ଏନସିଆରର ନିବାସୀମାନଙ୍କୁ ପଚରାଯାଇଥିଲା ଯେ, କେନ୍ଦ୍ର ଏବଂ ରାଜ୍ୟ ସରକାରମାନେ ପ୍ରଦୂଷଣ ବିରୋଧରେ ଗତ ୩ବର୍ଷ ଧରି ଯେଉଁଭଳି ଯୋଜନା କରୁଛନ୍ତି, ତାହା ଯଥେଷ୍ଟ କି ? ଏହାର ଉତ୍ତରରେ ୪୦ ପ୍ରତିଶତ ଲୋକ ଏହା ଯଥେଷ୍ଟ ନୁହେଁ ବୋଲି କହିବା ସହିତ ସେମାନେ ଦିଲ୍ଲୀ-ଏନସିଆରକୁ ଛାଡ଼ିବାକୁ ଚାହୁଁଥିବା ଜଣାଇଛନ୍ତି।

- Advertisement -

୩୧ ପ୍ରତିଶତ ଲୋକ କହିଥିଲେ ଯେ, ସେମାନେ ଏୟାର ପ୍ୟୁରିଫାୟର, ମାସ୍କ, ଏବଂ ବୃକ୍ଷ ସହିତ ଦିଲ୍ଲୀ-ଏନସିଆରରେ ରହିବେ। ଅନ୍ୟପଟେ ୧୬ ପ୍ରତିଶତ କହିଛନ୍ତି ଯେ, ସେମାନେ ଦିଲ୍ଲୀ-ଏନସିଆରରେ ରହିବେ। ତେବେ ଏଠାରେ ରହି ବୃଦ୍ଧି ପାଉଥିବା ପ୍ରଦୂଷଣ ସ୍ତର ସହିତ ମୁକାବିଲା କରିବା ବ୍ୟତୀତ ଅନ୍ୟ କୌଣସି ବିକଳ୍ପ ନାହିଁ ବୋଲି ୧୩ ପ୍ରତିଶତ କହିଛନ୍ତି।

Hot this week

ରାଜଧାନୀରେ ନାବାଳିକାକୁ ଦୁଷ୍କର୍ମ !

ଭୁବନେଶ୍ଵର : ଭୁବନେଶ୍ଵରରେ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ ହୋଇଛି। ଗୁରୁତର ଅବସ୍ଥାରେ...

ଫେବୃଆରୀ ୧୨ରେ ବାଂଲାଦେଶ ନିର୍ବାଚନ

ଢାକା,୧୧ା୧୨: ଆସନ୍ତା ବର୍ଷ ଫେବୃଆରୀ ୧୨ ତାରିଖରେ ବାଂଲାଦେଶ ନ୍ୟାସନାଲ ଆସେମ୍ବ୍ଲି...

ଉମର ଖାଲିଦଙ୍କୁ ଅନ୍ତରୀଣ ଜାମିନ

ନୂଆଦିଲ୍ଲୀ : ଦିଲ୍ଲୀ ଦଙ୍ଗା ଘଟଣାରେ ଗିରଫ ହୋଇଥିବା ଜେଏନୟୁର ପୂର୍ବତନ...

ଟସ୍ ଜିତିବା ପରେ ଭାରତ କରିଥିଲା ବଡ଼ ଭୁଲ: ଜାଣନ୍ତୁ କଣ କହିଲେ ଦକ୍ଷିଣ ଆଫ୍ରିକା ବ୍ୟାଟ୍ସମ୍ୟାନ୍‌

ନ୍ୟୁ ଚଣ୍ଡିଗଡ଼: ମୁଲାନପୁରରେ ଭାରତ ବିପକ୍ଷରେ ଦ୍ୱିତୀୟ ଟି-୨୦ ମ୍ୟାଚ୍ ରେ...

କୌନ୍ ବନେଗା କରୋଡ଼ପତିରେ କଟକ ଝିଅ

କଟକ: କଟକବାସୀଙ୍କ ପାଇଁ ଗୌରବର ଆଣିଛନ୍ତି ବିଦ୍ୟାଧରପୁର ନିବାସୀ ଶୀତଲ ସ୍ନିଗ୍ଧା...

Related Articles

Popular Categories