www.samajalive.in
Friday, December 12, 2025
23.1 C
Bhubaneswar

ଭାରତ ପୁଞ୍ଜିନିବେଶ ପାଇଁ ବିଶ୍ୱର ସର୍ବୋତ୍କୃଷ୍ଟ ସ୍ଥାନ : ମୋଦୀ

ବ୍ୟାଙ୍କକ୍ :  ଭାରତୀୟ ଅର୍ଥନୀତି ଏବେ ପୁଞ୍ଜିନିବେଶ ପାଇଁ ବିଶ୍ୱର ସର୍ବୋତ୍କୃଷ୍ଟ ତେଣୁ ଏହାର ସୁଯୋଗ ନେବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଥାଇଲାଣ୍ଡର ପୁଞ୍ଜିପତିମାନଙ୍କୁ ଆମନ୍ତ୍ରଣ ଜଣାଇଛନ୍ତି । ରବିବାର ବ୍ୟାଙ୍କକ୍ ଠାରେ ଆଦିତ୍ୟ-ବିର୍ଲା ଗ୍ରୁପ୍‍ର ସୁବର୍ଣ୍ଣ ଜୟନ୍ତୀ ଉତ୍ସବରେ ଉଦ୍‍ବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି, ଭାରତରେ ପୁଞ୍ଜିନିବେଶ ପାଇଁ ଥାଇଲ୍ୟାଣ୍ଡ ଶିଳ୍ପପତିମାନେ ଆଗେଇ ଆସିବା ଉଚିତ।
ଭାରତରେ ଆର୍ଥିକ ସଂସ୍କାର କାର୍ଯ୍ୟକ୍ରମ ନିୟମିତଭାବେ ଓ ନିରନ୍ତର ଚାଲିଛି । ଏଥିରେ ନାଲିଫିତାର ପ୍ରଭାବ ଆଉ ନାହିଁ। ଏଥିସହିତ ଟିକସ ବ୍ୟବସ୍ଥା ଏବଂ ଶ୍ରମସଂସ୍କୃତିରେ ଉଲ୍ଲେଖନୀୟ ପରିବର୍ତ୍ତନ ଘଟିଛି। ଟିକସକୁ କେନ୍ଦ୍ରକରି କାହାକୁ ହଇରାଣ ହରକତ କରାଯିବା ବା ଶୋଷଣ କରାଯିବାର ପରିବେଶ ଆଉ ନାହିଁ । ଗତ ୫ ବର୍ଷ ମଧ୍ୟରେ ବିଶ୍ୱବ୍ୟାଙ୍କ୍‍ର ରିପୋର୍ଟ ଅନୁସାରେ  ସୁଗମ ବାଣିଜ୍ୟ ବ୍ୟବସାୟ ପରିବେଶରେ ଭାରତ ବିଶେଷ ଉନ୍ନତି ଲାଭ କରିଛି। ଦେଶର ଅର୍ଥନୀତିକୁ ୫ ଟ୍ରିଲିୟନ୍‍ ଡଲାର
ବିଶିଷ୍ଟ କରିବାପାଇଁ ଭାରତ ଏବେ ଏକ ନୂଆ ସ୍ୱପ୍ନକୁ ସାକାର କରିବା ଉଦ୍ୟମରେ ବ୍ରତୀ ରହିଛି । ତାଙ୍କ ସରକାର ୨୦୧୪ରେ କ୍ଷମତାକୁ ଆସିବାବେଳେ ଭାରତର ମୋଟି ଜିଡିପି ୨ ଟ୍ରିଲୟନ୍‍ ଡଲାର ବିଶିଷ୍ଟ ଥିଲା। ମାତ୍ର ୫ ବର୍ଷ ମଧ୍ୟରେ ଏହା ପ୍ରାୟ ୩ ଟ୍ରିଲିୟନ୍‍ ଡଲାର୍‍ରେ ପହଞ୍ଚିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

Hot this week

ପୁଣି ୩ ଡିଗ୍ରୀ ଛୁଇଁଲା ପାରଦ

ଭୁବନେଶ୍ବର : ସାରା ରାଜ୍ୟରେ ଶୀତ ଲହରୀ ଜାରି ରହିଛି। ଉତ୍ତର-ପଶ୍ଚିମ...

ରାଜଧାନୀରେ ନାବାଳିକାକୁ ଦୁଷ୍କର୍ମ !

ଭୁବନେଶ୍ଵର : ଭୁବନେଶ୍ଵରରେ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ ହୋଇଛି। ଗୁରୁତର ଅବସ୍ଥାରେ...

ଫେବୃଆରୀ ୧୨ରେ ବାଂଲାଦେଶ ନିର୍ବାଚନ

ଢାକା,୧୧ା୧୨: ଆସନ୍ତା ବର୍ଷ ଫେବୃଆରୀ ୧୨ ତାରିଖରେ ବାଂଲାଦେଶ ନ୍ୟାସନାଲ ଆସେମ୍ବ୍ଲି...

ଉମର ଖାଲିଦଙ୍କୁ ଅନ୍ତରୀଣ ଜାମିନ

ନୂଆଦିଲ୍ଲୀ : ଦିଲ୍ଲୀ ଦଙ୍ଗା ଘଟଣାରେ ଗିରଫ ହୋଇଥିବା ଜେଏନୟୁର ପୂର୍ବତନ...

ଟସ୍ ଜିତିବା ପରେ ଭାରତ କରିଥିଲା ବଡ଼ ଭୁଲ: ଜାଣନ୍ତୁ କଣ କହିଲେ ଦକ୍ଷିଣ ଆଫ୍ରିକା ବ୍ୟାଟ୍ସମ୍ୟାନ୍‌

ନ୍ୟୁ ଚଣ୍ଡିଗଡ଼: ମୁଲାନପୁରରେ ଭାରତ ବିପକ୍ଷରେ ଦ୍ୱିତୀୟ ଟି-୨୦ ମ୍ୟାଚ୍ ରେ...

Related Articles

Popular Categories