www.samajalive.in
Friday, December 12, 2025
26.1 C
Bhubaneswar

ଇଚ୍ଛା ମୃତ୍ୟୁ ପାଇଁ ଆବେଦନ କରି ଚିଠି ଲେଖିଲେ ୧୯ କିନ୍ନର

ଜୟପୁର: ଜୟପୁରର ୧୯ ଜଣ କିନ୍ନର ଇଚ୍ଛା ମୃତ୍ୟୁ ପାଇଁ ଆବେଦନ କରି ଚିଠି ଲେଖିଛନ୍ତି। ଅଲ୍ ଓଡ଼ିଶା ତୃତୀୟ ଲିଙ୍ଗ କଲ୍ୟାଣ ଟ୍ରଷ୍ଟ ସଭାପତି ମୀରା ପରିଡ଼ାଙ୍କ ପାଖକୁ ସେମାନେ ଏହି ଚିଠି ଲେଖିଛନ୍ତି ।  କାରଣ ସେମାନଙ୍କୁ ୨ ବର୍ଷ ନିଯୁକ୍ତିପରେ ବିନା କାରଣରେ ଚାକିରିରୁ କାଢି ଦିଆଯାଉଛି। ସେମାନଙ୍କୁ ୨୦୧୭ରେ ଡାକ୍ତରଖାନାରେ ସିକ୍ୟୁରିଟି ଗାର୍ଡ ରୁପେ ନିଯୁକ୍ତି ଦିଆଯାଇଥିଲା। ହେଲେ ଗତ ଅକ୍ଟୋବର ମାସରେ ୧୯ ଜଣଙ୍କୁ ମାଟ୍ରିକ ଫେଲ ବୋଲି କାଢି ଦିଆଯାଇଛି। ଏବେ ସେମନଙ୍କର ବଞ୍ଚିବା କଷ୍ଟକର ହୋଇପଡ଼ିଛି । ସେମାନେ ଜୟପୁର ଜିଲାପାଳ ଓ ଉପଜିଲାପାଳଙ୍କୁ ଲିଖିତ ଅଭିଯୋଗ କରିଥିଲେ ମଧ୍ୟ କିଛି ପଦକ୍ଷେପ ନିଆଯାଇନାହିଁ । ଯଦି ଏହି ଘଟଣାନେଇ କିଛି ନିଷ୍ପତ୍ତି ନ ନିଆଯାଏ ତେବେ ୧୯ ଜଣ କିନ୍ନର ଇଚ୍ଛାମୃତ୍ୟୁ ନେବାକୁ ବାଧ୍ୟହେବୁ । ଏଥିପାଇଁ କୋରାପୁଟ ଜିଲା ପ୍ରଶାସନ ଦାୟୀ ରହିବ ବୋଲି ଚିଠିରେ ଲେଖିଛନ୍ତି ।

ଏହି ଚିଠି ସେମାନେ ଅଲ୍ ଓଡ଼ିଶା ତୃତୀୟ ଲିଙ୍ଗ କଲ୍ୟାଣ ଟ୍ରଷ୍ଟ ସଭାପତି ମୀରା ପରିଡ଼ାଙ୍କ ପାଖକୁ ଲେଖିଛନ୍ତି ।

Hot this week

ମୁମ୍ବାଇ :କମୁନି 'ଧୁରନ୍ଧର'ର କ୍ରେଜ୍। ଡିସେମ୍ବର ୫ରେ ରିଲିଜ ଛି 'ଧୁରନ୍ଧର'।...

ସାଉଥ୍ ଏସିଆନ୍‌ ମୈତ୍ରୀ ସମ୍ମିଳନୀ ଉଦ୍‌ଘାଟିତ: ଯୋଗଦେଲେ ବିଭିନ୍ନ ରାଜ୍ୟର ଶତାଧିକ ପ୍ରତିନିଧି

ବ୍ରହ୍ମପୁର: ଶୁକ୍ରବାର ଗଞ୍ଜାମ ଜିଲ୍ଲାର ଗୋପାଳପୁର ବେଳାଭୂମିଠାରେ ୩୫ତମ ସାଉଥ୍ ଏସିଆନ୍...

ନିର୍ମାଣାଧିନ ପାଣିଟାଙ୍କିରୁ ଖସି ଯୁବକଙ୍କ ମୃତ୍ୟୁ

କେନ୍ଦ୍ରାପଡା: ନିର୍ମାଣାଧିନ ପାଣିଟାଙ୍କିରୁ ଖସି ଯୁବକର ମୃତ୍ୟୁ। ଏଭଳି ଅଭାବନୀୟ ଘଟଣା...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ୪ଜଣଙ୍କୁ ବହିଷ୍କାର କଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳବସ୍ଥା ଘଟଣାରେ ଡିଜିସିଏ...

ଭିଜିଲାନ୍ସ ନାଁରେ ଓଏଏସ୍‌ ଙ୍କୁ ଠକେଇ, ଦୁଇ ଗିରଫ

ରାଉରକେଲା : ନିଜକୁ ଭିଜିଲାନ୍ସ ଅଧିକାରୀ କହି ଠକେଇ ଅଭିଯୋଗରେ ଦୁଇ...

Related Articles

Popular Categories