ମୁମ୍ବଇ : ଦୀର୍ଘଦିନ ଧରି ଦୀପିକା ପାଦୁକୋନଙ୍କ ଚଳଚ୍ଚିତ୍ରକୁ ଅପେକ୍ଷା କରି ବସିଥିବା ତାଙ୍କ ପ୍ରଶଂସକଙ୍କ ପାଇଁ ଏକ ଖୁସିଖବର। ‘ଛପାକ୍’ ଓ ‘ମହାଭାରତ’ ବ୍ୟତୀତ ଖୁବଶୀଘ୍ର ଦୀପିକା ଏକ ହରର୍ ଚଳଚ୍ଚିତ୍ରରେ ନଜର ଆସିବେ। ଚଳଚ୍ଚିତ୍ରର ନାଁ ‘ଅରୁନ୍ଧତୀ’ ଏବଂ ଏହା ୨୦୦୯ରେ ମୁକ୍ତିଲାଭ କରିଥିବା ଅନୁଷ୍କା ଶେଟ୍ଟୀଙ୍କ ଅଭିନୀତ ତେଲୁଗୁ ଚଳଚ୍ଚିତ୍ର ‘ଅରୁନ୍ଧତୀ’ର ହିନ୍ଦୀ ରିମେକ୍। ଏହା ହେବ ଦୀପିକାଙ୍କ ପ୍ରଥମ ହରର୍ ଚଳଚ୍ଚିତ୍ର। ନିକଟରେ ସେ ଏହି ଚଳଚ୍ଚିତ୍ର ସାଇନ୍ କରିଥିବା ସୂଚନା ମିଳିଛି।
ସୂଚନାଯୋଗ୍ୟ, ପୂର୍ବରୁ ଏହି ଚଳଚ୍ଚିତ୍ରର ବଙ୍ଗାଳୀ ରିମେକ୍ ନିର୍ମାଣ ହୋଇସାରିଛି ଏବଂ ଏହା ଖୁବ୍ ଲୋକପ୍ରିୟତା ମଧ୍ୟ ହାସଲ କରିଥିଲା।
ପ୍ରଥମ ଥର ପାଇଁ ହରର୍ ଚଳଚ୍ଚିତ୍ରରେ ନଜର ଆସିବେ ଦୀପିକା
Popular Categories



