www.samajalive.in
Friday, December 12, 2025
15.1 C
Bhubaneswar

ପୁଲିସ ପାଖରୁ ଅଟକ ବାଉଁଶ ବୋଝେଇ ଟ୍ରକ ଛଡାଇ ନେଲେ ବେପାରୀ

ଖୁଣ୍ଟା/ବଡସାହି : ପୁଲିସ ଦ୍ୱାରା ଅଟକ ଏକ ବାଉଁଶ ବୋଝେଇ ଟ୍ରକକୁ ବେପାରୀ ମାନେ ଛଡାଇ ନେବାରେ ସକ୍ଷମ ହୋଇଛନ୍ତି। ଏହାର ଏକ ଭାଇରାଲ ଭିଡିଓ ବର୍ତ୍ତମାନ ଯେତିକି ଚର୍ଚ୍ଚାର ବିଷୟ ନ ହୋଇଛି ପୁଲିସର କାର୍ଯ୍ୟ ଦକ୍ଷତା ପ୍ରତି ସେତିକି ପ୍ରଶ୍ନ ବାଚୀ ସୃଷ୍ଟି କରିଛି। ଶନିବାର ଅପରାହ୍ଣରେ ଉଦଳା ବାରିପଦା ରାସ୍ତାରେ ବାଉଁଶ ବୋଝେଇ କରି ଯାଉଥିବା ଏକ ଟ୍ରକକୁ ସାନକେରକୋ ନିକଟରେ ବଡସାହି ପୁଲିସ ଅଟକାଇଥିଲା। ପରିବହନ ନିୟମ ଉଲଂଘନ କରିଥିବାରୁ ଟ୍ରକଟିକୁ ବଡସାହି ଥାନାକୁ ନିଆଯାଉଥିଲା। ତେବେ ଖୁଣ୍ଟା ଥାନା ଅଧିନ ଡୁକୁରା ନିକଟରେ ସେହି ଟ୍ରକର ବେପାରୀ ସହିତ ଅନ୍ୟ ସାଥୀ ବେପାରୀ ପହଞ୍ଚି ଟ୍ରକ ନେବାକୁ ଦେଇନଥିଲେ।

ଘଟଣା କ୍ରମେ ସେଠାରେ ଭିଡ ଜମିବା ସହ ଉତ୍ତେଜନା ପ୍ରକାଶ ପାଇଥିଲା। ଲୋକମାନେ ପୁଲିସକୁ ଘେରିବା ସହିତ ପୁଲିସ ଗାଡିର ଚାଳକକୁ ଲାଇସେନ୍ସ ମାଗିବା ଓ ଗାଡି କାଗଜ ପତ୍ର ମଧ୍ୟ ମାଗୁଥିବାର ଦୃଶ୍ୟ ଭାଇରାଲ ଭିଡିଓରେ ଦେଖିବାକୁ ମିଳିଛି। ପରିସ୍ଥିତି ଅଣାୟତ ହେବାରୁ ଖଣ୍ଟା ଥାନାଧିକାରୀ ନବକୃଷ୍ଣ ନାଏକ ସଦଳବଳେ ପହଞ୍ଚି ଉଭୟ ପକ୍ଷଙ୍କୁ ଡୁକୁରା ଫାଣ୍ଡିକୁ ନେଇଥିଲେ। ସେଠାରେ ଆପୋଷ ବୁଝାମଣା ପରେ ବଡସାହି ଥାନାଧିକାରୀ ବିଶ୍ୱଜିତ ରାଉତରାୟ ସଦଳବଳେ ବଡସାହି ଥାନାକୁ ଫେରିଥିବା ବେଳେ ବାଉଁଶ ବେପାରୀ ଟ୍ରକଟିକୁ ନେଇଯାଇଥିଲେ। ଏ ସମ୍ପର୍କରେ ଖୁଣ୍ଟା ଥାନାରେ କୌଣସି ମାମଲା ରୁଜୁ ହୋଇନଥିବା ପୁଲିସ ସୁତ୍ରରୁ ଜଣା ପଡିଛି।

- Advertisement -

 

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories