ବ୍ୟାଙ୍କକ୍ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି, ଭାରତରଆ ଆକ୍ଟ ଇଷ୍ଟ ବା ପ୍ରାଚ୍ୟମୁଖୀ ନୀତି ଏହାର ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳ ଦୂରଦୃଷ୍ଟିର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶବିଶେଷ । ରବିବାର ବ୍ୟାଙ୍କକ୍ ଠାରେ ଷୋଡଶ ଭାରତ-ଆସିଆନ୍
ଶିଖର ସମ୍ମିଳନୀରେ ଉଦ୍ବୋଧନ ଦେବା ଅବସରରେ ସେ କହିଛନ୍ତି,ଭାରତର ଏହି ନୀତିରେ ଆସିଆନ୍ କେନ୍ଦ୍ରବିନ୍ଦୁ ହୋଇ ରହିଛି ଏବଂ ଭବିଷ୍ୟତରେ ଏଥିରେ କୌଣସି ପରିବର୍ତ୍ତନ ହେବ ନାହିଁ। ସମନ୍ୱିତ,ସୁସଙ୍ଗଠିତ ଏବଂ ଆର୍ଥିକ ବିକାଶ କ୍ଷେତ୍ରରେ ଆସିଆନ୍ ଯେଉଁ କାର୍ଯ୍ୟ କରୁଛି, ସେଥିରେ ଭାରତର ସ୍ୱାର୍ଥ ନିହିତ। ଜଳ, ସ୍ଥଳ ଓ ଆକାଶ ପଥରେ ଦକ୍ଷିଣ-ପୂର୍ବ ଏସୀୟ ରାଷ୍ଟ୍ରସମୂହ ବା ଆସିଆନ୍ ସହ ସମ୍ପର୍କକୁ ଅଧିକ ସୁଦୃଢ଼ କରିବାକୁ ଭାରତ ଆଗ୍ରହୀ। ଏହାଛଡ଼ା ଏସବୁ ରାଷ୍ଟ୍ରମାନଙ୍କ ସହ ଡିଜିଟାଲ୍ ଲିଙ୍କ୍କୁ
ଅଧିକ ସୁଦୃଢ କରିବାକୁ ଭାରତ ଗୁରୁତ୍ୱ ଦେଉଛି । ଆସିଆନ୍ ଓ ଭାରତର ସହଯୋଗ ଏବଂ ସୁସମ୍ପର୍କ ଉପରେ ଏ ଅଞ୍ଚଳର ସାମଗ୍ରୀକ ବିକାଶ ନିର୍ଭରଶୀଳ ବୋଲି ସେ କହିଛନ୍ତି।
ଭାରତର ଆକ୍ଟ ଇଷ୍ଟ ନୀତି ଭାରତ-ପ୍ରଶାନ୍ତ ମହାସାଗରୀୟ ଦୂରଦୃଷ୍ଟିର ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ : ମୋଦୀ
Popular Categories



