www.samajalive.in
Friday, December 12, 2025
16.1 C
Bhubaneswar

ଆକାଶବାଣୀ କଟକ କେନ୍ଦ୍ରର ଶ୍ରୋତା ଅନୁସନ୍ଧାନ ଅଧିକାରୀଙ୍କ ଅବସର ଗ୍ରହଣ

କଟକ: ଆକାଶବାଣୀ କଟକ କେନ୍ଦ୍ରର ଶ୍ରୋତା ଅନୁସନ୍ଧାନ ଅଧିକାରୀ ଅନଙ୍ଗ ମଞ୍ଜରୀ ପ୍ରଧାନ ଗୁରୁବାର ଅବସର ଗ୍ରହଣ କରିଛନ୍ତି। ଅନଙ୍ଗ ମଞ୍ଜରୀ ଆକାଶବାଣୀ କଟକର ଶ୍ରୋତା ଅନୁସନ୍ଧାନ ବିଭାଗରେ ଉପନିର୍ଦ୍ଦେଶକ ଭାବେ କାର୍ଯ୍ୟ କରୁଥିଲେ। ସେ ଆକାଶବାଣୀ କଟକ ସହିତ ଦୂରଦର୍ଶନରେ ମଧ୍ୟ ସଫଳତାର ସହ କାର୍ଯ୍ୟ କରିଛନ୍ତି। ୧୯୯୧ ମସିହାରେ କଟକସ୍ଥିତ ଦୂରଦର୍ଶନ କେନ୍ଦ୍ରରେ ଅନୁସନ୍ଧାନ ସହାୟକ ଭାବେ ସେ ତାଙ୍କର କାର୍ଯ୍ୟ ଆରମ୍ଭ କରିଥିଲେ। ପରେ ସେ ଅଗରତାଲା ଓ ଛତିଶଗଡ ଆକାଶବାଣୀରେ ଶ୍ରୋତା ଅନୁସନ୍ଧାନ ଅଧିକାରୀଭାବେ କାର୍ଯ୍ୟ ତୁଲାଇଥିଲେ।

ତାଙ୍କ ବିଦାୟକାଳୀନ ସମ୍ବର୍ଦ୍ଧନା ସଭା ଆକାଶବାଣୀ କଟକ କେନ୍ଦ୍ର ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ସମସ୍ତ କର୍ମଚାରୀ ଉପସ୍ଥିତ ରହି ତାଙ୍କ ଅବସରକାଳୀନ ଜୀବନ ଆନନ୍ଦମୟ ହେଉ ବୋଲି କାମନା କରିଥିଲେ। ସେହିଭଳି ଆକାଶବାଣୀ କଟକର ଅନ୍ୟତମ କର୍ମଚାରୀ କୃଶାସନ ପରିଡାଙ୍କୁ ମଧ୍ୟ ବିଦାୟକାଳୀନ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories