www.samajalive.in
Tuesday, December 9, 2025
16.1 C
Bhubaneswar

ଚିଦମ୍ବରମ୍‍ଙ୍କ ମଧ୍ୟବର୍ତ୍ତୀକାଳୀନ ଜାମିନ୍‍ ଆବେଦନ ଖାରଜ

ନୂଆଦିଲ୍ଲୀ : ଦିଲ୍ଲୀ ହାଇକୋର୍ଟ ଆଇଏନ୍‍ଏକ୍ସ ମିଡିଆ କଳାଧନ ମାମଲାରେ ପୂର୍ବତନ ଅର୍ଥମନ୍ତ୍ରୀ ତଥା କଂଗ୍ରେସ ନେତା ପି. ଚିଦମ୍ବରମ୍‍ଙ୍କ ମଧ୍ୟବର୍ତ୍ତୀକାଳୀନ ଜାମିନ୍‍ ଆବେଦନ ଖାରଜ କରିଦେଇଛନ୍ତି । ସଲିସିଟର ଜେନେରାଲ୍‍ ତୁଷାର ମେହେଟ୍ଟା ଏମସ୍‍ ମେଡିକାଲ୍‍ ବୋର୍ଡର ରିପୋର୍ଟ ପାଠ କରି ଶୁଣାଇବା ପରେ କୋର୍ଟ ତାଙ୍କର ଆବେଦନକୁ ଖାରଜ କରିଦେଇଛନ୍ତି । ଶ୍ରୀ ଚିଦମ୍ବରମ୍‍ଙ୍କର ସ୍ୱାସ୍ଥ୍ୟ ଠିକ୍‍ ରହିଛି ଓ ସେ ହସ୍ପିଟାଲରେ ରହିବାର କୌଣସି ଆବଶ୍ୟକତା ନାହିଁ ବୋଲି ଏମସ୍‍ ମେଡିକାଲ୍‍ ବୋର୍ଡ ରିପୋର୍ଟ ଦେଇଥିଲେ। ଶ୍ରୀ ଚିଦମ୍ବରମ୍‍ଙ୍କ ସ୍ୱାସ୍ଥ୍ୟାବସ୍ଥାର ପରୀକ୍ଷା ନିରୀକ୍ଷା କରିବାକୁ କୋର୍ଟ୍‍ଙ୍କ ନିର୍ଦ୍ଦେଶକ୍ରମେ ସେହି ବୋର୍ଡର ଗଠନ କରାଯାଇଥିଲା। ଶ୍ରୀ ଚିଦମ୍ବରମ୍‍ ବର୍ତ୍ତମାନ ତିହାର ଜେଲରେ ରହିଛନ୍ତି।

thehansindia.com

ତାଙ୍କର ମଧ୍ୟବର୍ତ୍ତୀକାଳୀନ ଜାମିନ୍‍ ଆବେଦନର ଶୁଣାଣି କରୁଥିବା ଜଷ୍ଟିସ୍‍ ସୁରେଶ କେତ୍‍ ଶ୍ରୀ ଚିଦମ୍ବରମ୍‍ଙ୍କୁ ଏକ ସୁସ୍ଥ ତଥା ପରିଷ୍କାର ପରିଚ୍ଛନ ବାତାବରଣ ଯୋଗାଇ ଦେବାକୁ ତିହାର ଜେଲ୍‍  ଅଧୀକ୍ଷକଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ତାଙ୍କର ନିୟମିତ ଭାବେ ଡାକ୍ତରୀ ପରୀକ୍ଷା କରାଯିବାକୁ ମଧ୍ୟ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

Hot this week

ଦୁର୍ନୀତି : ବିକାଶରେ ବାଧା

ଦୁର୍ନୀତି ବିରୋଧରେ ଶୂନ୍ୟ ସହନଶୀଳତା ନୀତି ଆପଣା ଯାଉଛି। ମାତ୍ର ଭାରତ...

୨୦୨୬ରେ ଦୁଇ ଥର ଚଳନ କରିବେ ରହୁ: ଏହି ରାଶିରେ ବର୍ଷିବ ଧନ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷ, ନୂଆ ଆଶା ନେଇ ଆସୁଛି...

ସେନସେକ୍ସ ୬୧୦ ପଏଣ୍ଟ ଓ ନିଫ୍ଟି ୨୨୬ ପଏଣ୍ଟ ହ୍ରାସ

ନୂଆଦିଲ୍ଲୀ : ଘରୋଇ ଇକ୍ୱିଟି ସୂଚକାଙ୍କ ସୋମବାର ହ୍ରାସ ପାଇଛି। ସୂଚକାଙ୍କଗୁଡ଼ିକ...

ବୁଧବାର ଭାରତ-ଆମେରିକା ଆଲୋଚନା

ନୂଆଦିଲ୍ଲୀ : ବୁଧବାର ପରବର୍ତ୍ତୀ ପର୍ଯ୍ୟାୟ ଭାରତ-ଆମେରିକା ମୁକ୍ତ ବାଣିଜ୍ୟ ଚୁକ୍ତି...

ଦୁର୍ନୀତି ବ୍ୟାଧିର ଉପଚାର

ପୂର୍ବ ୟୁରୋପର ଦେଶ ଜର୍ଜିଆ, ଯାହା କି ପୂର୍ବରୁ ସୋଭିଏତ୍‌‌ ରୁଷ...

Related Articles

Popular Categories