www.samajalive.in
Friday, December 12, 2025
15.1 C
Bhubaneswar

ଦୀପାବଳି ରାତିର ହତ୍ୟାକାଣ୍ଡ ବର୍ବର ଘଟଣା; ୨ ଅଭିଯୁକ୍ତ ଗିରଫ

ଭୁବନେଶ୍ୱର : ଭୁବନେଶ୍ୱର ଏୟାରଫିଲ୍ଡ ଥାନା ଅଞ୍ଚଳରେ ଦୀପାବଳି ରାତିରେ ଘଟିଥିବା ହତ୍ୟାକାଣ୍ଡ ମାମଲାରେ ଶୁକ୍ରବାର ଦୁଇ ଜଣ ଅଭିଯୁକ୍ତ ଗିରଫ ହୋଇଛନ୍ତି। ସେମାନେ ହେଲେ ରାଘବ ଓ ଶଙ୍କର। ଭୁବନେଶ୍ୱର ବାହାରୁ କମିଶନରେଟ ପୁଲିସ ଏମାନଙ୍କୁ ଗିରଫ କରିଛି।

ସୂଚନାଯୋଗ୍ୟ, ଗତ ରବିବାର ଦୀପାବଳି ରାତିରେ ବାଣ ଫୁଟାକୁ କେନ୍ଦ୍ର କରି ଏହି ହତ୍ୟାକାଣ୍ଡ ଘଟିଥିଲା। ଏୟାରଫିଲ୍ଡ ଥାନା ଅଞ୍ଚଳରେ ଥିବା ଏକ ନିଛାଟିଆ ସ୍ଥାନରେ ଗୋଟିଏ ଗୋଷ୍ଠୀ ବାଣ ଫୁଟା ଓ ଭୋଜିଭାତରେ ମାତିଥିବା ବେଳେ ଅନ୍ୟ ଗୋଟିଏ ଗୋଷ୍ଠି ଆସି ସେମାନଙ୍କୁ ବାରଣ କରିଥିଲେ। ପରେ ଉଭୟ ଗୋଷ୍ଠୀ ମଧ୍ୟ ମୁହାଁମୁହିଁ ପରିସ୍ଥିତି ଉପୁଜିଥିଲା। ଏହି ସମୟରେ ବାରଣ କରିଥିବା ଗୋଷ୍ଠୀର କିଛି ଯୁବକ ଅପର ପକ୍ଷର ଜଣେ ଯୁବକ ଅମରେଶ ନାୟକଙ୍କୁ ପିଟି ପିଟି ହତ୍ୟା କରିଥିଲେ ବୋଲି ଅଭିଯୋଗ ହୋଇଥିଲା। ହତ୍ୟାକଣ୍ଡ ଘଟାଇବା ପରେ ଅଭିଯୁକ୍ତମାନେ ରାଜ୍ୟ ବାହାରକୁ ପଳାଇ ଯାଇଥିଲେ। ହତ୍ୟାକାଣ୍ଡର ୩ ଦିନ ପରେ ପୁଲିସ ଏଥିରେ ସମ୍ପୃକ୍ତ ଥିବା ଅଭିଯୁକ୍ତଙ୍କୁ ଚିହ୍ନଟ କରି ଛାନଭିନ୍ ଆରମ୍ଭ କରିଥିଲା।

- Advertisement -

 

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories