୨୬ରେ ମୋଦିଙ୍କ କଟକ ଆଗମନ

0

କଟକ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦାୟିତ୍ୱ ଗ୍ରହଣ କରିବା ପରେ ପ୍ରଥମଥର ପାଇଁ କଟକ ଗସ୍ତରେ ଆସୁଛନ୍ତି। ଆସନ୍ତା ୨୬ତାରିଖରେ କଟକ ଗସ୍ତରେ ଆସିବେ ବୋଲି ବିଶେଷ ସୂତ୍ରରୁ ଜଣାପଡିଛି। ବିଜେପି ପକ୍ଷରୁ ତଳ ବାଲିଯାତ୍ରା ପଡିଆରେ ଆୟୋଜିତ ହେବାକୁ ଥିବା କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଉଦ୍‍ବୋଧନ ଦେବାର କାର୍ଯ୍ୟକ୍ରମ ରହିଛି। ଏହି ସଭାରେ ସେ ମହାନଦୀ ପ୍ରସଙ୍ଗରେ ବଡ ଘୋଷଣା କରିବେ ବୋଲି ସୂଚନା ମିଳିଛି। ଏଥିନେଇ ଶୁକ୍ରବାର ସନ୍ଧ୍ୟାରେ କେନ୍ଦ୍ରୀୟ ବିଜେପି ନେତା ସଦାନ ସିଂହ, ରାଜ୍ୟ ବିଜେପି ସଭାପତି ବସନ୍ତ ପଣ୍ଡା, ବିଜେପି ବିଧାୟକ ଦଳ ନେତା କନକବର୍ଦ୍ଧନ ସିଂହଦେଓ, ପୂର୍ବତନ ମନ୍ତ୍ରୀ ସମୀର ଦେ, ବିଜେପି ନେତା ପୃଥ୍ୱୀରାଜ ହରିଚନ୍ଦନ ପ୍ରମୁଖ ତଳ ବାଲିଯାତ୍ରା ପଡିଆ ଆସି ଅନୁଧ୍ୟାନ କରିଯାଇଛନ୍ତି। ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ବିଜେପି ଅତ୍ୟନ୍ତ ଗୋପନୀୟଭାବେ ଆୟୋଜନ କରିଛି।
ମହାନଦୀକୁ ନେଇ ବିଜେଡି ରାଜ୍ୟରେ ଯେଭଳି ପ୍ରମୁଖ ପ୍ରସଙ୍ଗ କରି ଫାଇଦା ହାସଲ କରିବାକୁ ଯୋଜନା କରିଛି, ସେଥିରେ ଅଙ୍କୁଶ ଲଗାଇବା ସହିତ ବିଜେଡି ଚାଲକୁ ବିଫଳ କରିବା ପାଇଁ ବିଜେପିର ଏହା ଏକ ଯୋଜନାବଦ୍ଧ କାର୍ଯ୍ୟକ୍ରମ ବୋଲି ଆଲୋଚନା ହେଉଛି।

Leave A Reply