www.samajalive.in
Sunday, December 14, 2025
16.1 C
Bhubaneswar

ଦିଲ୍ଲୀରେ ‘ରନ୍‌ ଫର ୟୁନିଟି’ର ଶୁଭାରମ୍ଭ କଲେ ଶାହ; କହିଲେ ଆତଙ୍କବାଦୀଙ୍କ ଦ୍ବାର ବନ୍ଦ କରିଦେଇଛନ୍ତି ମୋଦୀ

ନୂଆଦିଲ୍ଲୀ: ରାଷ୍ଟ୍ରୀୟ ଏକତା ଦିବସ ଅବସରରେ ଦେଶବ୍ୟାପୀ ‘ରନ୍‌ ଫର ୟୁନିଟି’ କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ। ନୂଆଦିଲ୍ଲୀଠାରେ ଶାହ ‘ରନ୍‌ ଫର ୟୁନିଟି’କୁ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ଏହି ଅବସରରେ ସେ କହିଥିଲେ, ଅନୁଚ୍ଛେଦ ୩୭୦ ଏବଂ ୩୫ଏ ଦେଶରେ ଆତଙ୍କବାଦର ପ୍ରବେଶ ଦ୍ବାର ଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଧାରା ୩୭୦ ଏବଂ ୩୫ଏ ଉଚ୍ଛେଦ କରି ଏହି ଦ୍ବାର ବନ୍ଦ କରିଦେଇଛନ୍ତି। ଏହା ସହିତ ଜାମ୍ମୁ-କାଶ୍ମୀରକୁ ଦୁଇ ଭାଗ କରି ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳରେ ପରିଣତ କରିଛନ୍ତି।

ଶାହ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ କହିଥିଲେ, ଆଜି ଆମେ ଯେଉଁ ଭାରତର ମାନଚିତ୍ର ଦେଖୁଛୁ ତାହା କେବଳ ସର୍ଦ୍ଦାର ପଟେଲଙ୍କ ଯୋଗୁ ସମ୍ଭବ ହୋଇପାରିଛି। ସର୍ଦ୍ଦାର ପଟେଲ ୫୫୦ ପ୍ରଦେଶକୁ ଏକତ୍ର କରି ଭାରତର ସଂହତିକୁ ସୁନିଶ୍ଚିତ କରିଥିଲେ। କିନ୍ତୁ ଜାମ୍ମୁ-କାଶ୍ମୀରକୁ ନେଇ ତାଙ୍କର ଦୁଃଖ ରହିଥିଲା। ଜାମ୍ମୁ-କାଶ୍ମୀର ଭାରତ ସହିତ ମିଶିଥିଲା, କିନ୍ତୁ ଅନୁଚ୍ଛେଦ ୩୭୦ ଏବଂ ୩୫ଏ ଆମ ପାଇଁ ସମସ୍ୟା ସୃଷ୍ଟି କରୁଥିଲା, ଯାହାର ଆଜି ସମାଧାନ ହୋଇପାରିଛି। ଆଜି ପଟେଲଙ୍କ ଜୟନ୍ତୀରୁ ଦେଶରେ ଗୋଟିଏ ସମ୍ବିଧାନ ଲାଗୁ ହୋଇଛି।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories