www.samajalive.in
Tuesday, December 9, 2025
16.1 C
Bhubaneswar

ବାଲିଯାତ୍ରାକୁ ମିଳୁନି ସହାୟତା କି ମାନ୍ୟତା : ୧ରେ ବୈଠକ, ରାଜ୍ୟବାସୀ ଆଶାବାଦୀ

କଟକ : ମୁଣ୍ଡ ଉପରେ ବାଲିଯାତ୍ରା। ପୂର୍ବବର୍ଷ ବାଲିଯାତ୍ରା ଅପେକ୍ଷା ଚଳିତବର୍ଷ ବାଲିଯାତ୍ରାକୁ ନେଇ କେବଳ କଟକିଆ କାହିଁକି ରାଜ୍ୟବାସୀଙ୍କ ମଧ୍ୟରେ ଅନେକ ଉତ୍ସାହ ଓ ଉଦ୍ଦୀପନା। ଖୁବଶୀଘ୍ର ବାଲିଯାତ୍ରାକୁ ସରକାରୀ ମାନ୍ୟତା ମିଳିବାକୁ ନେଇ ସମସ୍ତେ ଆଶାବାଦୀ ଅଛନ୍ତି। ଆସନ୍ତା ୧ତାରିଖରେ ଏ ସଂକ୍ରାନ୍ତରେ ସରକାରୀସ୍ତରରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିବାକୁ ଯାଉଛି। ତାହାରି ଉପରେ ସମଗ୍ର ରାଜ୍ୟବାସୀଙ୍କ ନଜର। ଅର୍ଥ ଅଭାବ ସତ୍ତ୍ବେ ଜିଲା ପ୍ରଶାସନ ବନ୍ଦ ହୋଇ ଯାଇଥିବା ତାରକାସି ପାଭିଲିୟନ କରିବାକୁ ନିଷ୍ପତ୍ତି ନେଇଛି। ଏଥିନେଇ ଜିଲାପାଳ କଟକ ମହାନଗର ବଣିଆ ସମାଜର କର୍ମକର୍ତ୍ତାଙ୍କ ସହିତ ଆଲୋଚନା କରିଛନ୍ତି। ଖୁବଶୀଘ୍ର ପାଭିଲିୟନ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ। ପାଭିଲିଅନ ସହିତ ଏଥର ବାଲିଯାତ୍ରା ଇତିହାସରେ ପ୍ରଥମଥର ପାଇଁ ମହାନଦୀରେ ଏକ ଭାସମାନ ମଞ୍ଚ ପ୍ରସ୍ତୁତ ହେବ। ଏହି ମଞ୍ଚରେ ପ୍ରତିଦିନ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯିବ ଓ ସନ୍ଧ୍ୟାରେ ମହାନଦୀରେ ଆଳତି କରାଯିବ ବୋଲି ଜିଲାପାଳ ଭବାନୀଶଙ୍କର ଚୟନୀ କହିଛନ୍ତି। କାହିଁ କେତେକାଳରୁ କଟକର ବାଲିଯାତ୍ରା। ଇତିହାସ ବି ସଠିକ ହିସାବ ରଖିନି ବାଲିଯାତ୍ରାର। ତେବେ ଚଳିତବର୍ଷ ଏହି ଐତିହାସିକ ମହୋତ୍ସବକୁ ରାଜ୍ୟ ସରକାର ମାନ୍ୟତା ଦେବେ ନା ନାହିଁ। ସରକାରୀ ମାନ୍ୟତା ଦେବାକୁ ବିଭିନ୍ନ ମହଲରେ ଦାବି ଜୋର ଧରିବା ପରେ କଟକ ଜିଲାରୁ ପ୍ରତିନିଧିତ୍ୱ କରୁଥିବା ତଥା ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ମୁଖ୍ୟ ଶାସନ ସଚିବଙ୍କୁ ପତ୍ର ଲେଖିଛନ୍ତି। ଅନ୍ୟ ମହୋତ୍ସବ ପରି ବାଲିଯାତ୍ରାକୁ ମାନ୍ୟତା ମିଳୁ। ସରକାରୀ ସହୟତା ବି ଯୋଗାଇ ଦିଆଯାଉ। ସର୍ବୋପରି ତାଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଡକାଇବାକୁ ମନ୍ତ୍ରୀ ଶ୍ରୀ ଜେନା ତତ୍ପରତା ପ୍ରକାଶ କରି ପତ୍ର ଲେଖିବା ପରେ ରାଜ୍ୟବାସୀଙ୍କ ମଧ୍ୟରେ ଆଶାସଞ୍ଚାର ହୋଇଛି ବାଲିଯାତ୍ରାକୁ ମାନ୍ୟତା ଦେବାକୁ ନେଇ। ବିରୋଧୀ ବିଜେପି ଓ କଂଗ୍ରେସ ମଧ୍ୟ ବାଲିଯାତ୍ରାକୁ ମାନ୍ୟତା ଦେବାକୁ ଦାବି କରିଛନ୍ତି।
ଭାରତର ଅନ୍ୟତମ ବୃହତ୍ତମ ମେଳା ହେଉଛି ଐତିହାସିକ ବାଲିଯାତ୍ରା। ଏହି ବୃହତ ମେଳାକୁ ଏ ପର୍ଯ୍ୟନ୍ତ ମାନ୍ୟତା ପ୍ରଦାନ କରିନାହାନ୍ତି। ମାନ୍ୟତା ମିଳୁନଥିବାରୁ ଆର୍ଥିକ ସହାୟତା ମିଳୁନି। ଅର୍ଥ ଅଭାବରୁ ପ୍ରଶାସନ ବ୍ୟବସାୟୀଙ୍କ ଉପରେ ନିର୍ଭର କରି ବାଲିଯାତ୍ରା ଆୟୋଜନ କରୁଛି। ପ୍ରତିବର୍ଷ ଟିକସ ବାବଦରେ ପ୍ରଶାସନ ବାଲିଯାତ୍ରାରେ ଦେୟ ବୃଦ୍ଧି କରିଚାଲିଛି। ଯାହାକୁ ନେଇ ବ୍ୟବସାୟୀଙ୍କ ମଧ୍ୟରେ ଅସନ୍ତୋଷ ବଢିଚାଲିଛି। ଦୀର୍ଘବର୍ଷ ଧରି ପ୍ରଶାସନର ଜୁଲମ ବଢିଚାଲିଥିବାବେଳେ ଶାସକ ଓ ବିରୋଧୀ ଦଳ ନେତା ନୀରବଦ୍ରଷ୍ଟା ହୋଇ ବସିରହିଛନ୍ତି। ଏମିତିକି ଶାସକଦଳ କୌଣସି ମନ୍ତ୍ରୀ, ସାଂସଦ କି ବିଧାୟକ ମୁହଁ ଖୋଲୁନଥିବାରୁ ସାଧାରଣରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା।
ଏ ସମ୍ପର୍କରେ ଖବର ପ୍ରକାଶ ପାଇବା ପରେ ନଗର ଉନ୍ନୟନ ମନ୍ତ୍ରୀ ଶ୍ରୀ ଜେନା ଗତକାଲି ମୁଖ୍ୟଶାସନ ସଚିବଙ୍କୁ ବାଲିଯାତ୍ରାକୁ ମାନ୍ୟତା ଓ ସହୟତା ଯୋଗାଇ ଦେବାକୁ ଚିଠି ଲେଖିଥିଲେ। ଆସନ୍ତା ୧ତାରିଖରେ ମନ୍ତ୍ରୀ ଶ୍ରୀ ଜେନାଙ୍କ ଅଧ୍ୟକ୍ଷତାରେ ବାଲିଯାତ୍ରା ସମ୍ପର୍କରେ ଏକ ଜରୁରୀ ବୈଠକ କରାଯିବାକୁ ସ୍ଥିର ହୋଇଛି। ଏହି ବୈଠକରେ ବାଲିଯାତ୍ରାକୁ ମାନ୍ୟତା ଦେବା ସମ୍ପର୍କରେ ବିଶଦ ଆଲୋଚନା ହେବ ବୋଲି ବିଶେଷ ସୂତ୍ରରୁ ଜଣାପଡିଛି। ସେହିପରି ଜିଲା ପ୍ରଶାସନ ମଧ୍ୟ ବାଲିଯାତ୍ରା ଆୟୋଜନ ପାଇଁ ସହାୟତା ଯୋଗାଇ ଦେବାକୁ ୭ଟି ବିଭାଗକୁ ଚିଠି ଲେଖି ଜଣାଇଛନ୍ତି।

Hot this week

୨୦୨୬ରେ ଦୁଇ ଥର ଚଳନ କରିବେ ରହୁ: ଏହି ରାଶିରେ ବର୍ଷିବ ଧନ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷ, ନୂଆ ଆଶା ନେଇ ଆସୁଛି...

ସେନସେକ୍ସ ୬୧୦ ପଏଣ୍ଟ ଓ ନିଫ୍ଟି ୨୨୬ ପଏଣ୍ଟ ହ୍ରାସ

ନୂଆଦିଲ୍ଲୀ : ଘରୋଇ ଇକ୍ୱିଟି ସୂଚକାଙ୍କ ସୋମବାର ହ୍ରାସ ପାଇଛି। ସୂଚକାଙ୍କଗୁଡ଼ିକ...

ବୁଧବାର ଭାରତ-ଆମେରିକା ଆଲୋଚନା

ନୂଆଦିଲ୍ଲୀ : ବୁଧବାର ପରବର୍ତ୍ତୀ ପର୍ଯ୍ୟାୟ ଭାରତ-ଆମେରିକା ମୁକ୍ତ ବାଣିଜ୍ୟ ଚୁକ୍ତି...

ଦୁର୍ନୀତି ବ୍ୟାଧିର ଉପଚାର

ପୂର୍ବ ୟୁରୋପର ଦେଶ ଜର୍ଜିଆ, ଯାହା କି ପୂର୍ବରୁ ସୋଭିଏତ୍‌‌ ରୁଷ...

ଚିନ୍ତାକଳ୍ପ : ଗୃହୀ ସାଧକର ଆଭିମୁଖ୍ୟ

ମହର୍ଷି ଅଙ୍ଗିରାଙ୍କ ଆଶ୍ରମରେ ରହି ଶିଷ୍ୟମାନେ ଅଧ୍ୟୟନ କରୁଥାନ୍ତି। ତାଙ୍କ ମାର୍ଗଦର୍ଶନରେ...

Related Articles

Popular Categories