www.samajalive.in
Monday, December 8, 2025
24.1 C
Bhubaneswar

ଜାତୀୟ ରାଜପଥ ଅବରୋଧମୁକ୍ତ ପାଇଁ ହୁଣ୍ଡୁଳା ଗ୍ରାମବାସୀ ପ୍ରଶାସନର ଦ୍ୱାରସ୍ଥ

କେନ୍ଦୁଝରଗଡ଼: ସଦର ଥାନା ଅଧିନ ହୁଣ୍ଡୁଳାସ୍ଥିତ ୩ଟି ପେଟ୍ରୋଲ ପମ୍ପରେ ଖଣିଜସମ୍ପଦ ବୋଝେଇ ଟ୍ରକ୍ ତେଲ ଭର୍ତ୍ତି ସହ ପରିବହନ ପାଇଁ ଉଦ୍ଦିଷ୍ଟ ଚାଲାଣ ସଂଗ୍ରହ ନିମନ୍ତେ ୨୦ନଂ ଜାତୀୟ ରାଜପଥ ଉପରେ ରାସ୍ତା ଅବରୋଧ କରୁଛନ୍ତି। ଏଥି ଯୋଗୁଁଁ ଟ୍ରାଫିକ୍‌‌ ସମସ୍ୟା ସୃଷ୍ଟି ସହ ଅନେକ ସମୟରେ ଦୁର୍ଘଟଣା ଘଟି ବ୍ୟାପକ ଧନଜୀବନ ହାନୀ ହେଉଛି। ଏହି ୩ଟି ପେଟ୍ରୋଲ ପମ୍ପରେ ନିର୍ଦ୍ଦିଷ୍ଟ ଭାବେ ଦୁଇଟି ଖଣିଜସମ୍ପଦ ପରିବହନକାରୀ ଠିକା ସଂସ୍ଥା ପକ୍ଷରୁ ଟ୍ରକମାନଙ୍କୁ ଡିଜେଲ ସହ ଚାଲାଣ ପ୍ରଦାନ କରୁଥିବାରୁ ଦୀର୍ଘ ୨କି.ମି. ପର୍ଯ୍ୟନ୍ତ ଜାତୀୟ ରାଜପଥକୁ ଖଣିଜସମ୍ପଦ ବୋଝେଇ ଟ୍ରକ ଦୁଇ ଲାଇନରେ ଅବରୋଧ କରି ଟ୍ରାଫିକ୍‌‌ ସମସ୍ୟା ସୃଷ୍ଟି କରୁଛି। ହୁଣ୍ଡୁଳା ସମେତ ଦୁଧକୁଣ୍ଡି, ଜାମୁଡିହା, ମଶାଣିପଦା, ମଙ୍ଗଳାପଶି, ବିସ୍ତାପାଳ ଆଦି ଗ୍ରାମର ଲୋକେ ସନ୍ଧ୍ୟା ପରଠାରୁ ଜାତୀୟ ରାଜପଥ ଅତିକ୍ରମ କରିବା କଷ୍ଟସାଧ୍ୟ ହୋଇପଡ଼ୁଛି। ଟ୍ରାଫିକ୍‌‌ ସମସ୍ୟା ନେଇ ସ୍ଥାନୀୟ ଅଞ୍ଚଳବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇବା ସହ ଏହାକୁ ବିରୋଧ କଲେ ପରିବହନ ଠିକା ସଂସ୍ଥା କର୍ମଚାରୀଙ୍କ ଆକ୍ରମଣର ଶିକାର ହେବାକୁ ପଡୁଛି। ଏ ସମ୍ପର୍କରେ ହୁଣ୍ଡୁଳା ଗ୍ରାମର ଭୀଷ୍ମ ମହାନ୍ତ ରବିବାର ପ୍ରତିବାଦ କରିବାରୁ ପରିବହନ ଠିକା ସଂସ୍ଥାର ଜନୈକ କର୍ମଚାରୀ ଆକ୍ରମଣ କରି ଲହୁଲୁହାଣ କରିବାକୁ ପଛାଇ ନଥିଲେ। ଫଳରେ ହୁଣ୍ଡୁଳା ଗ୍ରାମର ବୟୋଜ୍ୟେଷ୍ଠ ବ୍ୟକ୍ତି ସୋମବାର ଜିଲାସ୍ତରୀୟ ଅଭିଯୋଗ ଶୁଣାଣିରେ ଜିଲାପାଳଙ୍କୁ ଭେଟି ଏହି ସ୍ଥାନରେ ଜାତୀୟ ରାଜପଥକୁ ଟ୍ରାଫିକ୍‌‌ ମୁକ୍ତ କରିବାକୁ ଅନୁରୋଧ କରିଛନ୍ତି।

Hot this week

ମୋ ପୁଅ ବୋହୁଙ୍କ ପାଖରେ କେହି ଅଟକି ନଥିଲେ କି ପାଣି ଦେଇ ନଥିଲେ

ସମାଜ ଲାଇଭ ଡ଼େସ୍କ : ଗତ ସପ୍ତାହରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଘଟିଥିବା...

ପୁଟିନଙ୍କ ପରେ ଦିଲ୍ଲୀ ଆସିବେ ଜେଲେନସ୍କି!

ସମାଜ ଡିଜିଟାଲ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସଫଳ ଦିଲ୍ଲୀ...

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

Related Articles

Popular Categories