www.samajalive.in
Sunday, December 14, 2025
15.1 C
Bhubaneswar

କଂଗ୍ରେସର ଦେଶବ୍ୟାପୀ ଧର୍ମଘଟ ଡାକରା : ବିଦେଶ ଗସ୍ତରେ ରାହୁଲ

ନୂଆଦିଲ୍ଲୀ : କଂଗ୍ରେସ ସଭାପତି ପଦରୁ ଇସ୍ତଫା ପରଠାରୁ ‌ରାହୁଲ ଗାନ୍ଧୀ ପ୍ରାୟତଃ ନିରବତା ଅବଲମ୍ବନ କରୁଛନ୍ତି। ମହାରାଷ୍ଟ୍ର ଓ ହରିୟାଣା ବିଧାନସଭା ନିର୍ବାଚନ କିମ୍ବା କୌଣସି ଉପ-ନିର୍ବାଚନରେ ପ୍ରଚାର ପାଇଁ ମଧ୍ୟ ସେ ପ୍ରାୟତଃ ଯାଇ ନାହାନ୍ତି। ସମ୍ପ୍ରତି କଂଗ୍ରେସ ପକ୍ଷରୁ କେନ୍ଦ୍ର ସରକାରଙ୍କ ଭ୍ରମାତ୍ମକ ଆର୍ଥିକ ନୀତି ଓ ଅନ୍ୟ ନୀତିର ପ୍ରତିବାଦରେ ଦେଶବ୍ୟାପୀ ଧର୍ମଘଟ ଅଭିଯାନ ଆରମ୍ଭ ହେବାକୁ ଯାଉଥିବାବେଳେ ରାହୁଲ ଆଧ୍ୟାତ୍ମିକ ଭ୍ରମଣରେ ବିଦେଶ ଯାଇଛନ୍ତି। ସୋମବାରଠାରୁ ତାଙ୍କର ବିଦେଶଗସ୍ତ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ରାହୁଲ କେଉଁ ଦେଶକୁ ଯାଇଛନ୍ତି ତାହା ସ୍ପଷ୍ଟ ହୋଇ ନ ଥିଲେ ମଧ୍ୟ ଚଳିତ ବର୍ଷ ସେ ଇଣ୍ଡୋନେସିଆ ଯାଇଥିବା କୁହାଯାଉଛି। ସେ ଶୀଘ୍ର, ସପ୍ତାହକ ମଧ୍ୟରେ ଫେରିଆସିବେ ବୋଲି ଦଳ ମୁଖପାତ୍ର ରଣଦୀପ ସୂ​‌େ​‌ର୍ଯ୍ୟୱାଲା କହିଛନ୍ତି। ପ୍ରଥମ ସପ୍ତାହରେ ସେ ବିଦେଶରୁ ଫେରି ବିକ୍ଷୋଭ କାର୍ଯ୍ୟକ୍ରମରେ ସାମିଲ ହେବେ ବୋଲି ସୂ​‌େ​‌ର୍ଯ୍ୟୱାଲା କହିଛନ୍ତି।
କଂଗ୍ରେସର ଯୋଜନାନୁଯାୟୀ, ଏହା ନଭେମ୍ବର ୫ରୁ ୧୫ ପର୍ଯ୍ୟନ୍ତ ଦେଶବ୍ୟାପୀ ପ୍ରତିବାଦ ଧର୍ମଘଟ କାର୍ଯ୍ୟକ୍ରମ ଆୟୋଜନ କରିବ। ଦଳର କର୍ମୀମା​‌ନେ ପ୍ରତି ଜିଲା ଓ ବ୍ଲକ୍‌ ମୁଖ୍ୟାଳୟରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ କେନ୍ଦ୍ର ସରକାରଙ୍କ ଭୁଲ୍‌ ଆର୍ଥିକ ନୀତି ଯୋଗୁଁ ଯେଉଁ ସମସ୍ୟା ଉପୁଜିଛି ସେ ସମ୍ପର୍କରେ ସଚେତନତା ସୃଷ୍ଟି କରିବେ। ଏଥିପାଇଁ ୧ରୁ ୮ତାରିଖ ପର୍ଯ୍ୟନ୍ତ ବିଭିନ୍ନ ରାଜ୍ୟ ରାଜଧାନୀ ଓ ଅନ୍ୟ ପ୍ରମୁଖ ସ୍ଥାନରେ ୩୫ଟି ସାମ୍ବାଦିକ ସମ୍ମିଳନୀର ଆୟୋଜନ କରାଯିବ। ଏଥିରେ ଦଳର ବରିଷ୍ଠ ନେତାମାନେ ସମ୍ବୋଧନ ଦେବେ। ଏହି କାର୍ଯ୍ୟକ୍ରମରେ ସାମିଲ ହେବା ପାଇଁ ଅନ୍ୟ ବିରୋଧୀ ଦଳ ନେତାଙ୍କୁ ମଧ୍ୟ ନିମନ୍ତ୍ରଣ କରାଯାଇଛି। ଏଭଳି ସ୍ଥିତିରେ ରାହୁଲଙ୍କ ବିଦେଶ ଗସ୍ତକୁ ନେଇ ପ୍ରଶ୍ନ ଉଠିବାରେ ସୂ​‌େ​‌ର୍ଯ୍ୟୱାଲା କହିଛନ୍ତି ଯେ ରାହୁଲଙ୍କ ବିଦେଶ ଗସ୍ତ କିଛି ନୂଆ ନୁହେଁ। ସେ ପ୍ରତିବର୍ଷ ଧ୍ୟାନ ଯୋଗ ତଥା ଆଧ୍ୟାତ୍ମିକ ଭ୍ରମଣ ପାଇଁ ଏମିତି ଯାଆନ୍ତି। ଏବେ ଦଳର ଯାହା କିଛି କାର୍ଯ୍ୟକ୍ରମ ଧାର୍ଯ୍ୟ ହୋଇଛି ସେ ସବୁ ପ୍ରତି ସେ ସଚେତନ ଅଛନ୍ତି। ଏ ନେଇ ତାଙ୍କ ପରାମର୍ଶ ଓ ନିର୍ଦେଶକୁ ଦଳ ଗୁରୁତ୍ବ ଦେଇଛି। କଂଗ୍ରେସର ଏହି କାର୍ଯ୍ୟକ୍ରମ ଅକ୍ଟୋବର ୧୫ରୁ ୨୫ ପର୍ଯ୍ୟନ୍ତ ହେବାର ଥିଲା; କିନ୍ତୁ ​ବିଧାନସଭା ନିର୍ବାଚନ କାରଣରୁ ଏହାକୁ ସ୍ଥଗିତ ରଖାଯାଇଥିଲା।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories