BJD Bijuli 480×75 Mob

ମୂଲ୍ୟବାନ ପ୍ରାଣୀ ଗଧ ; ମୂଲ୍ୟ ସାଢ଼େ ଚାରି ଲକ୍ଷ ଟଙ୍କା

BJD Bijuli 480×75 Mob

ବଟେଶ୍ବର(ଉ.ପ୍ର) : ସାଧାରଣତଃ ଅନ୍ୟକୁ ନ୍ୟୁନ ଦୃଷ୍ଟିରେ ଦେଖିବା ଓ ଥଟ୍ଟା କରିବା ପାଇଁ  ଗଧ ଶବ୍ଦ ପ୍ରୟୋଗ କରିଥାନ୍ତି। କିନ୍ତୁ ଗଧ ଯେ କେତେ ମୂଲ୍ୟବାନ ତାହା ଜାଣିଲେ ଆଶ୍ଚର୍ଯ୍ୟ ହେବେ। ଗୋଟିଏ ଗଧର ମୂଲ୍ୟ ସାଢ଼େ ଚାରି ଲକ୍ଷ ଟଙ୍କା। ତେବେ ଏହା ଆଶ୍ଚର୍ଯ୍ୟ ହେଲେ ମଧ୍ୟ ସତ । ଉତ୍ତର ପ୍ରଦେଶର ଗଡି ସାରଙ୍ଗପୁରର ରାମଖିଲାଡିଙ୍କ ପାଖରେ ଏହି ଗଧ ଅଛି ଯାହାର ମୂଲ୍ୟ ସାଢ଼େ ଚାରି ଲକ୍ଷ ଟଙ୍କା। ଏହି ଗଧର ନାମ ହେଉଛି ‘ଦିପୁ’। ଉତ୍ତର ପ୍ରଦେଶରର ଆଗ୍ରାରେ ଚାଲିଥିବା ଐତିହାସିକ ବଟେଶ୍ବର ପଶୁମେଳାରେ ଏହି ଗଧ ଆକର୍ଷଣର କେନ୍ଦ୍ର ବିନ୍ଦୁ ପାଲଟିଛି । ଏହି ପଶୁ ମେଳାରେ ଘୋଡା ଏବଂ ଓଟଙ୍କ ପରେ ଏବେ ଗଧଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି।

ଏଥର ଗଧ ବଜାରରେ ଗଡି ସାରଙ୍ଗପୁରର ରାମଖିଲାଡିଙ୍କ ଗଧର ମୂଲ୍ୟ ୪.୫୦ ଲକ୍ଷରେ ପହଞ୍ଚିଛି । ତେବେ ରାମଖିଲାଡି କହିଛନ୍ତି ଯେ, ଅମୃତସରୀ ପ୍ରଜାତିର ଏହି ଗଧ ‘ଦିପୁ’କୁ ସେ ତିନି ବର୍ଷ ତଳେ ତିନି ଲକ୍ଷ ଟଙ୍କାରେ କିଣିଥିଲେ । ସେ ପ୍ରତି ଦିନ ‘ଦିପୁ’କୁ ଚଣା, କାଜୁ ଏବଂ ବାଦାମ ଖାଇବାକୁ ଦେଉଛନ୍ତି। ତେବେ ପଶୁମେଳାରେ ‘ଦିପୁ’ ସମସ୍ତଙ୍କ ଆକର୍ଷଣର କେନ୍ଦ୍ର ବିନ୍ଦୁ ପାଲଟିବାକୁ ନେଇ ସେ ବେଶ ଖୁସି।

Comments are closed.