ଭୁବନେଶ୍ୱର : ପୁଣେରେ ସୋମବାର ଝୁଲନ୍ତା ଅବସ୍ଥାରେ ଓଡ଼ିଆ ବୋହୂଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତ ମହିଳାଙ୍କ ଘର କଟକ ଜିଲା ଖୁଣ୍ଟୁଣୀ ଅଞ୍ଚଳରେ ବୋଲି ଜଣାପଡ଼ିଛି। ସ୍ୱାମୀଙ୍କ ନିର୍ଯ୍ୟାତନା ସହି ନପାରି ମହିଳା ଜଣଙ୍କ ଆତ୍ମହତ୍ୟା କରିଛନ୍ତି ବୋଲି ସୁଇସାଇଡ଼ ନୋଟ୍ ରେ ଉଲ୍ଲେଖ ରହିଥିବା ଜଣାପଡ଼ିଛି। ମିଳିଥିବା ସୂଚନା ଅନୁଯାୟୀ, ମହିଳା ଜଣଙ୍କ ନିଜ ସ୍ୱାମୀଙ୍କ ସହ ପୁଣେରେ ରହୁଥିଲେ। ତାଙ୍କ ସ୍ୱାମୀ ପୁଣେର ଏକ କମ୍ପାନୀରେ ମ୍ୟାନେଜର ଭାବେ କାମ କରନ୍ତି। ପୁଣେ ସାଙ୍ଗଭି ଥାନାରେ ଏହି ଘଟଣାର ତଦନ୍ତ ଆରମ୍ଭ ଚାଲିଥିବା ଜଣାପଡ଼ିଛି।
Popular Categories



