www.samajalive.in
Saturday, December 13, 2025
14.1 C
Bhubaneswar

କାଳ ହେଲା ମଦ ନିଶା; ଘରକୁ ଫେରିବାବେଳେ ନଦୀକୁ ଖସିପଡ଼ିଲେ ବାପା-ପୁଅ, ପୁଅ ନିଖୋଜ

ବାଲେଶ୍ଵର/ସୋର: ବାଣ କିଣି ଘରକୁ ଫେରୁଥିବାବେଳେ ବାଇକ ସହିତ ବ୍ରିଜରୁ ନଦୀକୁ ଖସିପଡ଼ିଲେ ବାପା-ପୁଅ। ସ୍ଥାନୀୟ ଲୋକେ ବାପାକୁ ଉଦ୍ଧାର କରିଥିବାବେଳେ ୫ବର୍ଷର ପୁଅ ନିଖୋଜ ରହିଛି। ତେବେ ଦେଶୀ ମଦ ଦୋକାନରୁ ମଦ ପିଇ ଫେରିବାବେଳେ ଏପରି ଅଘଟଣ ଘଟିଥିବାରୁ ସ୍ଥାନୀୟ ଲୋକେ ଉକ୍ତ ମଦ ଦୋକାନକୁ ଜାଳି ଦେଇଛନ୍ତି।

ସୂଚନା ଅନୁସାରେ, ରବିବାର ଦୀପାବଳି ଅବସରରେ ସୋର ଥାନା ଅନ୍ତର୍ଗତ ମଧୁସୂଦନପୁର ପଞ୍ଚାୟତ ଅଗିରା ଗ୍ରାମର ଅଇରି ମୁଣ୍ଡା ତାଙ୍କ ପୁଅ ବାପୁନ ମୁଣ୍ଡାଙ୍କୁ ବାଇକରେ ନେଇ ବଜାରକୁ ବାଣ କିଣିବାକୁ ଯାଇଥିଲେ। ଫେରିବା ସମୟରେ ବାଟରେ ଏକ ଦେଶୀ ମଦ ଦୋକାନରୁ ଅଇରି ମଦ ପିଇଥିଲେ। କିଛି ବାଟ ଆସିବା ପରେ ବ୍ରିଜ ଉପରେ ଭାରସାମ୍ୟ ହରାଇ ବାଇକ ସହ ନଦୀକୁ ଖସିପଡ଼ିଥିଲେ। ସ୍ଥାନୀୟ ଲୋକେ ଏହା ଦେଖି ନଦୀରୁ ଅଇରିଙ୍କୁ ଉଦ୍ଧାର କରିଥିଲେ। କିନ୍ତୁ ପୁଅ ବାପୁନର କୌଣସି ପତ୍ତା ମିଳିନାହିଁ। ଅଗ୍ନିଶମ କର୍ମଚାରୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଚଳାଇଥିଲେ ହେଁ ବାପୁନର ପତ୍ତା ମିଳିନାହିଁ। ଘଟଣା ପରେ ଉତ୍ତ୍ୟକ୍ତ ଲୋକେ ଉକ୍ତ ବେଆଇନ ଦେଶୀ ​ମଦ ଦୋକାନକୁ ନିଆ ଲଗାଇ ପୋଡ଼ି ଦେଇଛନ୍ତି।

Hot this week

ଶୀତରେ ଥରୁଛି ସାରା ଓଡିଶା

ଭୁବନେଶ୍ଵର: ସାରା ରାଜ୍ୟରେ ଶୀତ ଲହରୀ ଜାରି ରହିଛି। ଉତ୍ତର-ପଶ୍ଚିମ ଦିଗରୁ...

ସରକାରଙ୍କ ଉପଲବ୍ଧିର ପ୍ରଚାର କରିବ ବିଜେପି ଯୁବ ମୋର୍ଚ୍ଚା: ଅଭିଳାଷ

ଖୁବ୍‌ଶୀଘ୍ର ୩୭ ଜିଲାରେ ସଭାପତି ଭୁବନେଶ୍ବର : ବିଜେପି ଯୁବମୋର୍ଚ୍ଚାର ରାଜ୍ୟ ସଭାପତି...

କଂଗ୍ରେସର ଆଭ୍ୟନ୍ତରୀଣ ରାଜନୀତି ସରଗରମ

ଏବେ କିଛି କହୁନାହିଁ, ସମୟ କହିବ: ଭକ୍ତ ଦିଲ୍ଲୀରେ ସମାଧାନ...

ଶୀତରେ ରୁମ୍‌ ହିଟର ଲଗାଉଛନ୍ତି କି? ପିଲାଙ୍କ କେତେ ସୁରକ୍ଷିତ ଜାଣନ୍ତୁ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ, କୋଠରୀକୁ ଉଷ୍ମ ରଖିବା ପାଇଁ...

ଗୁରୁ ପୃଷ୍ଟିଙ୍କ ମୃତ୍ୟୁ ଘଟଣା : ହତ୍ୟା ଅଭିଯୋଗ ଆଣିଲେ ମଉସା

ଧାମନଗର : ଯାତ୍ରା ଅଭିନେତା ଗୁରୁ ପୃଷ୍ଟିଙ୍କ ଦୁର୍ଘଟଣାଜନିତ ମୃତ୍ୟୁର ୬...

Related Articles

Popular Categories