www.samajalive.in
Monday, December 15, 2025
16.1 C
Bhubaneswar

ସିବିଆଇ ପୂର୍ବତନ ନିର୍ଦ୍ଦେଶକ ଆଲୋକ ବର୍ମାଙ୍କୁ ସରକାର ଦେଉ ନାହାନ୍ତି ଜିପିଏଫ ଓ ପେନସନ

ନୂଆଦିଲ୍ଲୀ: ସାଧାରଣ ତଳିଆ ସ୍ତରର କର୍ମଚାରୀ ଅବସର ଗ୍ରହଣ କରିବା ପରେ ତାର କଷ୍ଟ ଅର୍ଜିତ ଜିପିଏଫ ଓ ପେନସନ ଟଙ୍କା ପାଇବା ପାଇଁ ଏ ଅଫିସରୁ ସେ ଅଫିସ ଦୌଡିବା କିଛି ନୂଆ କଥା ନୁହେଁ କିନ୍ତୁ ଦେଶର ସର୍ବୋଚ୍ଚ ଅନୁସନ୍ଧାନ ସଂସ୍ଥା ସିବିଆଇର ପୂର୍ବତନ ନିର୍ଦ୍ଦେଶକଙ୍କୁ ଏସବୁ ନ ମିଳିବା ନିଶ୍ଚୟ ସରକାରୀ କଳର ପରିବାପାଣିଆ ପ୍ରତି ଆଙ୍ଗୁଳି ନିର୍ଦ୍ଦେଶ କରୁଛି। ମିଳିଥିବା ସୂଚନା ଅନୁଯାୟୀ, ସିବିଆଇର ପୂର୍ବତନ ନିର୍ଦ୍ଦେଶକ ଆଲୋକ ବର୍ମା ଅବସର ଗ୍ରହଣ କରିବା ପରେ କୌଣସି ଭତ୍ତା ପାଇନାହାନ୍ତି ଓ ତାଙ୍କୁ ମଧ୍ୟ ଏଥି ପାଇଁ କଠୋର ପରିଶ୍ରମ କରିବାକୁ ପଡୁଛି।

ରିପୋର୍ଟ ଅନୁଯାୟୀ, ୧୯୭୯ ବ୍ୟାଚର ଆଇପିଏସ ଅଧିକାରୀଙ୍କୁ ସିବିଆଇ ନିର୍ଦ୍ଦେଶକ ପଦରୁ ରାତି ଅଧିଆ ହଟାଇବା କେନ୍ଦ୍ର ସରକାରଙ୍କ ନିଷ୍ପତ୍ତିକୁ ବିରୋଧ କରି ନ୍ୟାୟାଳୟର ଆଶ୍ରୟ ନେଇଥିଲେ ଯାହା ପାଇଁ ତାଙ୍କର ପୂର୍ବ କାର୍ଯ୍ୟକାଳ ଉପରେ ମଧ୍ୟ ରୋକ ଲଗାଯାଇଥିଲା। ତେବେ ଗୃହ ମନ୍ତ୍ରାଳୟ ଦ୍ୱାରା ଅକ୍ଟୋବର ୧୪ରେ ଏକ ଗୋପନୀୟ ପତ୍ର ଦ୍ୱାରା ଆଲୋକ ପାଇବାକୁ ଥିବା ଜିପିଏଫ ଏବଂ ଅନ୍ୟାନ୍ୟ ସୁବିଧା ବନ୍ଦ କରାଯାଇଛି। ସେ ବିନା ଅନୁମତିରେ ଅନୁପସ୍ଥିତ ରହିଥିବାରୁ ସରକାରୀ ସେବାରେ ବିଶୃଙ୍ଖଳା ହୋଇଥିବା ନେଇ ଏଭଳି ନିଷ୍ପତ୍ତି ନିଆଯାଇଛି। ସେ ୨୦୧୯ ଜାନୁଆରୀ ୧୧ରୁ ୩୧ ପର୍ଯ୍ୟନ୍ତ ଅନୁପସ୍ଥିତ ଥିବାରୁ ସେହି ସମୟକୁ ଅନଧିକୃତ ବୋଲି ଗ୍ରହଣ କରାଯାଇଛି। ଅର୍ଥାତ ଅନଧିକୃତ ଅନୁପସ୍ଥିତି ସମୟକୁ ସର୍ଭିସ ବ୍ରେକ ଭାବେ ଗ୍ରହଣ କରାଯାଇ ତାଙ୍କୁ ଅବସରକାଳୀନ ସୁବିଧାରୁ ବଂଚିତ କରାଯାଇଛି।

- Advertisement -

ଉଭୟ ଆଲୋକ ବର୍ମା ଓ ରାକେଶ ଆସ୍ଥାନାଙ୍କ ମଧ୍ୟରେ ସେତେବେଳେ ଉପୁଜିଥିବା ବିବାଦ ପରେ ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଗଠିତ କମିଟି ତାଙ୍କୁ ପଦରୁ ହଟାଇ ଥିଲେ ଓ ଆଲୋକ ନ୍ୟାୟାଳୟଙ୍କ ଆଶ୍ରୟ ନେଇଥିଲେ। କିନ୍ତୁ ଏବେ ରାଜନୈତିକ ଆକ୍ରୋଶ ରଖି ତାଙ୍କୁ ହଇରାଣ ହରକତ କରାଯାଉଥିବା ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି।

Hot this week

ପିକନିକ୍‌ରୁ ଫେରିବାବେଳେ ଦୁର୍ଘଟଣା..

ଛତ୍ରପୁର: ଛତ୍ରପୁର ଜାତୀୟ ରାଜପଥ ଏକାମ୍ରନଗରରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। କୋରାପୁଟରୁ...

ବହିଷ୍କୃତ ପରେ ମୁହଁ ଖୋଲିଲେ ମୋକିମ୍‌: ମୋ ବିଚାରଧାରା କଂଗ୍ରେସ ସହ ଅଛି

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସରୁ ବହିଷ୍କୃତ ହେବା ପରେ ପ୍ରତିକ୍ରିୟା ରଖିଛନ୍ତି...

ମୁମ୍ବଇରେ ମେସି ମାନିଆ

ମୁମ୍ବଇ : ବିଶ୍ବବିଜେତା ଆର୍ଜେଣ୍ଟିନା ଫୁଟ୍‌ବଲ ଦଳର ଅଧିନାୟକ ଲିଓନେଲ୍ ମେସି...

ମେସିଙ୍କୁ ଜର୍ସି ଉପହାର ଦେଲେ ସଚିନ

ମୁମ୍ବଇ :କ୍ରିକେଟ୍ କିମ୍ବଦନ୍ତୀ ସଚିନ ତେନ୍ଦୁଲକରଙ୍କୁ କ୍ରିକେଟ ଜଗତର ସବୁଠାରୁ ବଡ...

ବର୍ଦ୍ଧିତ ବେତନ ଦାନ କରିବେ ବରଗଡ଼ ବିଧାୟକ

ବରଗଡ଼ : ଓଡ଼ିଶା ସରକାର ବିଧାୟକ ଓ ମନ୍ତ୍ରୀମାନଙ୍କ ଦରମା ବୃଦ୍ଧି...

Related Articles

Popular Categories