www.samajalive.in
Sunday, December 14, 2025
16.1 C
Bhubaneswar

କାଶ୍ମୀର ଉପତ୍ୟକାରେ ଆଇଏସଆଇଏସ୍‌ ଆତଙ୍କବାଦୀ ସକ୍ରିୟ ଅଛନ୍ତି: କାଶ୍ମୀର ଡିଜି

ଶ୍ରୀନଗର : କାଶ୍ମୀର ଉପତ୍ୟକାରେ ଆଇଏସ୍‌ଆଇଏସ୍‌ (ଇସ୍‌ଲାମିକ ଷ୍ଟେଟ୍‌ ଅଫ୍‌ ଇରାକ୍‌ ଆଣ୍ଡ୍‌ ସିରିୟା) ଆତଙ୍କବାଦୀମାନେ ସକ୍ରିୟ ଅଛନ୍ତି ବୋଲି ଜାମ୍ମୁ କାଶ୍ମୀର ପୁଲିସ ମହାନିର୍ଦେଶକ (ଡିଜି) ଏସ.ପି.ବୈଦ ସ୍ୱୀକାର କରିଛନ୍ତି। ଏହା ନିଶ୍ଚିତଭାବେ ସ୍ଥାନୀୟ ପୁଲିସ ପାଇଁ ଚିନ୍ତାର କାରଣ ବୋଲି ସେ କହିଛନ୍ତି। ଗତ ଶନିବାର ଜଣେ ପୁଲିସ କର୍ମୀଙ୍କୁ ହତ୍ୟା କରାଯାଇଛି ବୋଲି ଆଇଏସ୍‌ ସଂଗଠନ ଦାବୀ କରିଥିଲା। ପୂର୍ବରୁ ରାଜ୍ୟରେ ଘଟିଥିବା ଅନ୍ୟ କେତେକ ଆତଙ୍କବାଦୀ ଆକ୍ରମଣ ଘଟଣାରେ ସେମାନଙ୍କର ସଂପୃକ୍ତି ରହିଛି ବୋଲି ଆଇଏସ୍‌ ସଂଗଠନ ନିଜକୁ ଦାୟୀ କରିଥିଲେ ସୁଦ୍ଧା ପୁଲିସ ଏହାକୁ ବିଶ୍ୱାସ କରୁନଥିଲା। ଏପରିକି ଅତୀତରେ କାଶ୍ମୀର ଉପତ୍ୟକାର କେତେକ ସ୍ଥାନରେ ଆଇଏସ୍‌ ପତାକା ମଧ୍ୟ ଦେଖିବାକୁ ମିଳିଥିଲା। ତେବେ ରାଜ୍ୟ ଓ କେନ୍ଦ୍ର ସରକାର ଏହାକୁ ଗୁରୁତ୍ୱର ସହ ଗ୍ରହଣ କରୁ୍‌ନଥିଲେ। ବର୍ତ୍ତମାନ ଡିଜିଙ୍କ ଏହି ବୟାନ ଫଳରେ ଆଗାମୀ ଦିନରେ କାଶ୍ମୀର ଉପତ୍ୟକାରେ ଆତଙ୍କବାଦୀ କାର୍ଯ୍ୟକଳାପ ନୂତନ ଶିଖରରେ ପହଞ୍ଚିପାରେ ବୋଲି ପୁଲିସ ଆଶଙ୍କା କରୁଛି।
ଆଇଏସ୍‌ଆଇଏସ୍‌ ଆତଙ୍କବାଦୀମାନେ ବର୍ତ୍ତମାନ ଇରାକ୍‌ ଓ ସିରିଆ ସମେତ ଅନ୍ୟ କେତେକ ରାଷ୍ଟ୍ରରେ ନିଜର ଆଧିପତ୍ୟ ବିସ୍ତାର କରିସାରିଛନ୍ତି। ଓସାମା ବିନ୍‌ ଲାଡେନ୍‌ର ମୃତ୍ୟୁ ପରେ ଅଲ୍‌କାଏଦା ସଂଗଠନ ଏକପ୍ରକାର ଦୁର୍ବଳ ହୋଇପଡିଥିବାବେଳେ ବର୍ତ୍ତମାନ ଆଇଏସ୍‌ ସଂଗଠନ ଶୀର୍ଷକୁ ଉଠିପାରିଛି। ଲସ୍କର-ତୋଇବା ଓ ହିଜବୁଲ ମୁଜାଉଦ୍ଦିନ ଆତଙ୍କବାଦୀମାନେ କାଶ୍ମୀର ଉପତ୍ୟକାରେ ସକ୍ରିୟ ରହିଥିବାବେଳେ ବର୍ତ୍ତମାନ ଆଇଏସ୍‌ର ଉପସ୍ଥିତି ନିଶ୍ଚିତଭାବେ ଉଦ୍‌ବେଗଜନକ ବୋଲି ବୈଦ କହିଛନ୍ତି। ଆଇଏସ୍‌ ଆତଙ୍କବାଦୀଙ୍କ ନିକଟରେ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ଥିବାବେଳେ ସେମାନଙ୍କର ରଣନୀତି ମଧ୍ୟ ସ୍ୱତନ୍ତ୍ର ଧରଣର। ଭାରତୀୟ ସେନା ଓ କାଶ୍ମୀର ପୁଲିସ ପୂର୍ବରୁ ଆଇଏସ୍‌ ଆତଙ୍କବାଦୀଙ୍କ ମୁକାବିଲା କରିନାହାନ୍ତି। ତେଣୁ ସେମାନଙ୍କର ସାଂଗଠନିକ ବ୍ୟବସ୍ଥା, ରଣକୌଶଳ ଓ ସେମାନଙ୍କ ନିକଟରେ କିଭଳି ଅସ୍ତ୍ରଶସ୍ତ୍ର ରହିଛି, ତାହା ଆକଳନ କରିବା ପ୍ରାରମ୍ଭିକ ପର୍ଯ୍ୟାୟରେ କଷ୍ଟକର ହୋଇପାରେ ବୋଲି ବୈଦ ଅନୁମାନ କରୁଛନ୍ତି। ଗତବର୍ଷ ନଭେମ୍ବରରେ ଶ୍ରୀନଗର ଉପକଣ୍ଠସ୍ଥ ଜାକୁରାଠାରେ ସେମାନେ ଦୁଇଜଣ କାଶ୍ମୀର ପୁଲିସକୁ ହତ୍ୟା କରିଥିଲେ ବୋଲି ଆଇଏସ୍‌ ଦାବି କରିଥିଲା। ତେବେ ସେତେବେଳେ କାଶ୍ମୀର ପୁଲିସ ଏହାକୁ କେବଳ ଏକ ପ୍ରଚାର କହି ଏଡାଇ ଦେଇଥିଲା। ବର୍ତ୍ତମାନ ଏହି ହତ୍ୟା ପଛରେ ଆଇଏସ୍‌ ଆତଙ୍କବାଦୀଙ୍କ ହାତ ରହିଛି ବୋଲି ବୈଦ ସ୍ୱୀକାର କରିଛନ୍ତି। ତେବେ କାଶ୍ମୀର ଉପତ୍ୟକାରେ ଆଇଏସ୍‌ ସଂଗଠନର ସ୍ଥିତି ଏତେଟା ମଜଭୁତ ହୋଇନଥିବା ସେ କହିଛନ୍ତି; କିନ୍ତୁ ଯଦି ସଂଗଠନ ପକ୍ଷରୁ ସ୍ଥାନୀୟ ଯୁବକଙ୍କୁ ପ୍ରଲୋଭିତ କରାଯାଇ ସେମାନଙ୍କ ସଂଗଠନରେ ସାମିଲ କରାଯାଏ, ତାହାହେଲେ ଏହା ସ୍ଥାନୀୟ ନିରାପତ୍ତା ବ୍ୟବସ୍ଥାକୁ ଅଧିକ ବିପନ୍ନ କରିପାରେ ବୋଲି ସେ ଆଶଙ୍କା କରିଛନ୍ତି।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories