www.samajalive.in
Sunday, December 7, 2025
14.1 C
Bhubaneswar

ଧାମରା ବନ୍ଦରରୁ ଭଙ୍ଗା ଲୁହା ନାମରେ କୋଇଲା ଚୋରା ଚାଲାଣ; ୨ଟି ଟ୍ରକ ଜବତ

ଧାମରା: ଭଙ୍ଗା ଲୁହା ଚାଲାଣ ହେଉଥିବା ଦର୍ଶାଇ ଧାମରା ବନ୍ଦରରୁ କୋଇଲା ଚୋରା ଚାଲାଣ ହେଉଥିବା ଅଭିଯୋଗ ହୋଇଛି। ସ୍ଥାନୀୟ ଲୋକେ ୨ଟି ଟ୍ରକକୁ ଜବତ କରି ଧାମରା ପୁଲିସକୁ ହସ୍ତାନ୍ତର କରିଛନ୍ତି। ଏହା ସହ ଟ୍ରକ ଦୁଇ ଜଣ ଟ୍ରକ ଚାଳକଙ୍କୁ ପୁଲିସ ଅଟକ ରଖିଛି। ସେମାନେ ହେଲେ ରସିଦ(୩୦) ଏବଂ ସଲିମ(୨୮)।

ଘଟଣାରୁ ପ୍ରକାଶ, ଶୁକ୍ରବାର ସକାଳେ ୨ଟି ଟ୍ରକ ଧାମରା ବନ୍ଦର ମଧ୍ୟରୁ ଆସୁଥିବା ଖବର ପାଇ କିଛି ସ୍ଥାନୀୟ ଯୁବକ ସେହି ଟ୍ରକକୁ ଅଟକାଇ ଥିଲେ ଏବଂ ଏଥିରେ କ’ଣ ଚାଲାଣ ହେଉଛି ବୋଲି ପଚାରିଥିଲେ। ଏଥିରେ କୋଇଲା ଅଛି ବୋଲି ଟ୍ରକ ଚାଳକ କହିଥିଲେ। ସ୍ଥାନୀୟଯୁବକମାନେ ଚାଲାଣ ମାଗିବାରୁ ସେଥିରେ ଭଙ୍ଗା ଲୁହା ଚାଲାଣ ହେଉଛି ବୋଲି ଉଲ୍ଲେଖ ଥିଲା। ପରେ ଏହି ୨ଟି ଟ୍ରକକୁ ଧାମରା ଥାନା ଅଧିକାରୀଙ୍କୁ ହସ୍ତାନ୍ତରିତ କରାଯାଇଥିଲା। ଏହା ସହ ବାସୁଦେବ ଥାନା ଅଞ୍ଚଳରେ ଦୁଇଟି କୋଇଲା ବୋଝେଇ ଟ୍ରକ୍ ଜବତ ହୋଇଥିବା ସୂଚନା ମିଳିଛି।

- Advertisement -

ଏହି ଖବର ଜଣାପଡିବା ପରେ ଧାମରା ଥାନାଧିକାରୀ ଏନେଇ ଅଧିକ ତଦନ୍ତ ଚାଲିଛି ବୋଲି ପ୍ରତିକ୍ରିୟାରେ କହିଛନ୍ତି। ଧାମରା ବନ୍ଦର କର୍ତ୍ତୃପକ୍ଷ ବାହାର ରାଜ୍ୟରୁ ଟ୍ରକଗୁଡିକୁ ଡକାଇ କୋଇଲା ଚୋରା ଚାଲାଣ କରୁଛନ୍ତି ଏବଂ ବାସ୍ତବିକ କଥା ଚାଳକଙ୍କୁ ନ ଜଣାଇ ଫସାଇ ଦେଉଛନ୍ତି ବୋଲି ଟ୍ରକ ଚାଳକ ସଂଘ ଅଭିଯୋଗ କରିଛନ୍ତି।

Hot this week

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

Related Articles

Popular Categories