www.samajalive.in
Wednesday, December 10, 2025
23.1 C
Bhubaneswar

ବାଂଲାଦେଶ ବିପକ୍ଷ ଟେଷ୍ଟ ଓ ଟ୍ବେଣ୍ଟି-୨୦ ସିରିଜ ପାଇଁ ୧୫ଜଣିଆ ଭାରତୀୟ ଦଳ ଘୋଷଣା

ନୂଆଦିଲ୍ଲୀ : ଆସନ୍ତା ମାସ ନଭେମ୍ବର ୦୩(ରବିବାର)ରୁ ହେବାକୁ ଥିବା ବାଂଲାଦେଶ ବିପକ୍ଷ ଉଭୟ ଟେଷ୍ଟ ଓ ଟ୍ବେଣ୍ଟି-୨୦ ସିରିଜ ପାଇଁ ଗୁରୁବାର ୧୫ଜଣିଆ ଭାରତୀୟ ଦଳ ଘୋଷଣା ହୋଇଛି। ଟ୍ବେଣ୍ଟି-୨୦ ସିରିଜରେ ଭରତୀୟ କ୍ରିକେଟେ ଦଳର ଅଧିନାୟକ ବିରାଟ କୋହଲିଙ୍କୁ ବିଶ୍ରାମ ଦିଆଯାଇଛି। ତାଙ୍କ ବଦଳରେ ଉପ-ଅଧିନାୟକ ରୋହିତ ଶର୍ମା ଅଧିନାୟକ ଭାର ସମ୍ଭାଳିବେ। ବିଜୟ ହଜାରେ ଟ୍ରଫିରେ ଭଲ ପ୍ରଦର୍ଶନ କରିଥିବା କେରଳ ୱିକେଟକିପର ବ୍ୟାଟ୍ସମ୍ୟାନ୍ ସଞ୍ଜୁ ସାମସନଙ୍କୁ ଟ୍ବେଣ୍ଟି-୨୦ ଦଳରେ ସ୍ଥାନ ମିଳିଛି। ସେ ପ୍ରାୟ ୪ ବର୍ଷ ପରେ ଜାତୀୟ ଦଳରେ ସ୍ଥାନ ପାଇଛନ୍ତି। ସେହିପରି ମୁମ୍ବଇ ଅଲରାଉଣ୍ଡର ଶିବମ ଦୁବେଙ୍କୁ ନୂଆ ମୁହଁ ଭାବେ ଟ୍ବେଣ୍ଟି-୨୦ ଦଳରେ ସାମିଲ୍ କରାଯାଇ ଥିବା ବିସିସିଆଇ ପକ୍ଷରୁ ଟ୍ବିଟ୍ କରି ସୂଚନା ଦିଆଯାଇଛି।

ତିନିମ୍ୟାଚ୍ ବିଶିଷ୍ଟ ଟ୍ବେଣ୍ଟି-୨୦ ଏବଂ ଦୁଇମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ପାଇଁ ଦଳ ଘୋଷଣା –

- Advertisement -


ଟ୍ବେଣ୍ଟି-୨୦ ସିରିଜ ପାଇଁ ଭାରତୀୟ ଦଳ
ରୋହିତ ଶର୍ମା(ଅଧିନାୟକ), ଶିଖର ଧାୱନ, କେଏଲ ରାହୁଲ, ସଞ୍ଜୁ ସାମସନ, ଶ୍ରେୟସ ଆୟର, ମନିଶ ପାଣ୍ଡେ, ରିଷଭ ପନ୍ତ(ୱିକେଟ କିପର), ୱାସିଙ୍ଗଟନ ସୁନ୍ଦର, କ୍ରୁନାଲ ପାଣ୍ଡିଆ. ୟୁଜେନ୍ଦ୍ର ଚହଲ, ରାୟୁଲ ଚହର, ଦୀପକ ଚହର, ଖଲିଲ ଅହମ୍ମଦ, ଶିବମ ଡ୍ୟୁବ୍, ଶ୍ରଦୁଲ ଠାକୁର।


ଟେଷ୍ଟ ସିରିଜ ପାଇଁ ଭାରତୀୟ ଦଳ
ବିରାଟ କୋହଲି(ଅଧିନାୟକ), ରୋହିତ ଶର୍ମା, ମୟଙ୍କ ଅଗ୍ରୱାଲ, ଚେତେଶ୍ବର ପୂଜାରା, ଅଜିଙ୍କ୍ୟ ରାହାନେ, ହନୁମାନ ବିହାରୀ, ଶାହା(ୱିକେଟ କିପର), ରବୀନ୍ଦ୍ର ଜାଡେଜା, ଆର ଅଶ୍ବିନ, କୂଲଦ୍ବୀପ ଯାଦବ, ମହମ୍ମଦ ସାମି, ଉମେଶ ଯାଦବ, ଇଶାନ୍ତ ଶର୍ମା, ଶୁଭମ ଗିଲ, ରିଷଭ ପନ୍ତ।

Hot this week

ଶରୀରରେ ଭିଟାମିନ୍‌ ବି-୧୨ର ଅଭାବ ହେଉଛି କି? ଏହି ଶାଗ ଖାଆନ୍ତୁ

ସମାଜ ଡିଜିଟାଲ ଡେସ୍କ: ଶରୀରର ବିକାଶ ପାଇଁ ଭିଟାମିନ ଅତ୍ୟନ୍ତ ଜରୁରୀ।...

ବିଦ୍ୟୁତ୍ ଫାଶ ନେଲା ଜୀବନ

ପାଲଲହଡା : ପାଲଲହଡା କଣିହାଁ ବ୍ଲକ ଚିପିରିମା ଗାଁରେ ଅଭାବନୀୟ ଘଟଣା...

ବନ୍ଦ ଘରେ ଝୁଲନ୍ତା ମୃତଦେହ

ବଲାଙ୍ଗୀର: ବଲାଙ୍ଗୀର ଲୋୟର ସୁକତେଲ ଡ୍ୟାମ୍‌ କଲୋନୀ ବନ୍ଦ ଘରୁ ଝୁଲନ୍ତା...

ଜାନୁଆରୀ ୧ରୁ ୩ଟି ରାଶିରେ ହେବ ଧନ ବର୍ଷା: ନୂଆବର୍ଷ ମଙ୍ଗଳାଦିତ୍ୟ ରାଜଯୋଗରୁ ଆରମ୍ଭ ହେବ

ସମାଜ ଡିଜିଟାଲ ଡେସ୍କ: ୨୦୨୬ ବର୍ଷ ଏକ ଅତ୍ୟନ୍ତ ଶୁଭ ରାଜଯୋଗ...

ମୋଷ୍ଟ ଷ୍ଟାଇଲିଶ୍‌ ପିପୁଲ ତାଲିକାରେ ଶାହରୁଖ୍‌

ନୂଆଦିଲ୍ଲୀ: ବଲିଉଡ୍ ର ବାଦଶାହା କହିଲେ ତାଙ୍କୁ ସମସ୍ତେ ଜାଣନ୍ତି। ତାଙ୍କ...

Related Articles

Popular Categories