www.samajalive.in
Sunday, December 14, 2025
16.1 C
Bhubaneswar

ଘରୋଇ ଓ ବିଦେଶୀ କମ୍ପାନୀ ଖୋଲି ପାରିବେ ଖୁଚୁରା ବିକ୍ରୟ କେନ୍ଦ୍ର

ନୂଆଦିଲ୍ଲୀ: ପରିବହନ ଇନ୍ଧନର ବିପଣନ ଲାଗି କ୍ଷମତା ପ୍ରଦାନ କରିବାର ନିୟମାବଳୀ ସମୀକ୍ଷା ପ୍ରସ୍ତାବକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆର୍ଥିକ ବ୍ୟାପାର ସଂକ୍ରାନ୍ତ କେନ୍ଦ୍ର କ୍ୟାବିନେଟ ବୈଠକରେ ମଞ୍ଜୁରି ମିଳିଛି। ଏହା ପେଟ୍ରୋଲ ଏବଂ ଡିଜେଲର ବିପଣନ ଲାଗି ରହିଥିବା ନିୟମାବଳୀରେ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ କରାଯାଇ ପାରିବ। ପରିବହନ ଇନ୍ଧନ ବିପଣନ ଲାଗି କ୍ଷମତା ପ୍ରଦାନ କରିବା ପାଇଁ ୨୦୦୨ ପରଠାରୁ କୌଣସି ପରିବର୍ତ୍ତନ କରାଯାଇନଥିଲା। ବଜାରର ପରିବର୍ତ୍ତିତ ପରିଦୃଶ୍ୟ ଏବଂ ଏହି କ୍ଷେତ୍ର ସହ ଜଡ଼ିତ ବିଦେଶୀ କମ୍ପାନୀ ସହିତ ଘରୋଇ କମ୍ପାନୀର ନିବେଶକୁ ପ୍ରୋତ୍ସାହନ ଦେବା ଉଦ୍ଦେଶ୍ୟରେ ଏହାକୁ ସଂଶୋଧନ କରାଯାଇଛି। ନୂଆନୀତି ଫଳରେ ପରିବହନ ନୀତି ସହ ଜଡ଼ିତ ନିୟମାବଳୀ ଜରିଆରେ ବ୍ୟବସାୟିକ ପ୍ରକ୍ରିୟାକୁ ପ୍ରୋତ୍ସାହନ ମିଳିବ। ଏହା ମଧ୍ୟ ପ୍ରତ୍ୟକ୍ଷ ଏବଂ ପରୋକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ପାଇଁ ସୁଯୋଗ ସୃଷ୍ଟି କରିବ। ଅଧିକ ସଂଖ୍ୟାରେ ଖୁଚୁରା ବିକ୍ରୟ କେନ୍ଦ୍ର ପ୍ରତିଷ୍ଠା ହେବା ଫଳରେ ଉପଭୋକ୍ତାଙ୍କ ଲାଗି ଉନ୍ନତ ପ୍ରତିଦ୍ୱନ୍ଦ୍ୱିତା ଏବଂ ଉନ୍ନତ ସେବା ଉପଲବ୍ଧ ହୋଇପାରିବ।

ଏଥିରେ ପୂର୍ବରୁ ଘରୋଇ କମ୍ପାନୀ ପାଇଁ ଥିବା ୨ହଜାର କୋଟି ଟଙ୍କାର ଆଗୁଆ ନିବେଶ ବଦଳରେ ଏହାକୁ ସର୍ବନିମ୍ନ ୨୫୦ କୋଟି ଟଙ୍କା କରାଯାଇଛି। କୌଣସି ନିବେଶ ନ କରି ଅଣ-ତୈଳ କମ୍ପାନୀଗୁଡ଼ିକ ମଧ୍ୟ ଖୁଚୁରା କ୍ଷେତ୍ରରେ ନିବେଶ କରିପାରିବେ। ଏଥିରେ ଅନ୍ୟ କେତେକ ସଂଶୋଧନ ସ୍ୱରୂପ ପେଟ୍ରୋଲ ଏବଂ ଡିଜେଲ ପାଇଁ କମ୍ପାନୀଗୁଡ଼ିକ ଏକାଠି କିମ୍ବା ଅଲଗା ଆବେଦନ କରିପାରିବେ। ଖୁଚୁରା ବିକ୍ରୟ କେନ୍ଦ୍ରରେ ମହିଳା ଓ ପୂର୍ବତନ ସୈନିକମାନଙ୍କୁ ନିଯୁକ୍ତିକୁ ପ୍ରୋତ୍ସାହନ ସହିତ ସମସ୍ତ ଖୁଚୁରା ବିକ୍ରୟ କେନ୍ଦ୍ରରେ ସିସିଟିଭି ସୁବିଧା କରାଯିବ।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories