କର୍ଣ୍ଣାଟକ ନାଟକରେ ଜେଠ୍‍ମାଲାନୀଙ୍କ ପ୍ରବେଶ

0

ନୂଆଦିଲ୍ଲୀ : କର୍ଣ୍ଣାଟକ ରାଜନୀତି ଲଢେଇ ଏବେ ସୁପ୍ରିମକୋର୍ଟରେ ପହଞ୍ଚିଛି। କଂଗ୍ରେସ ଏବଂ ଜେଡିଏସ୍‍ ରାଜ୍ୟପାଳଙ୍କ ନିଷ୍ପତ୍ତିକୁ ସର୍ବୋଚ୍ଚ ଅଦାଲତରେ ଚ୍ୟାଲେଞ୍ଜ କରିଛନ୍ତି। ବରିଷ୍ଠ ଓକିଲ ତଥା ରାଜ୍ୟସଭା ସାଂସଦ ଜେଠମାଲାନୀ ଗୁରୁବାର ଏହି ଲଢେଇରେ ପ୍ରବେଶ କରିଛନ୍ତି। ଜେଠମାଲାନୀ ରାଜ୍ୟପାଳଙ୍କ ନିଷ୍ପତ୍ତିକୁ ସାମ୍ବିଧାନିକ ଶକ୍ତିର ଦୂରୁପଯୋଗ ବୋଲି କହିଛନ୍ତି। ସେ ଏହି ମାମଲାରେ ବ୍ୟକ୍ତିଗତ ପକ୍ଷ ରଖିବାକୁ ସୁପ୍ରିମକୋର୍ଟରେ ଆବେଦନ କରିଛନ୍ତି। ସେ କୌଣସି ଦଳ ପକ୍ଷରୁ ଆସିନାହାଁନ୍ତି ନିଜ ବିବେକର ଡାକରାରେ ଏହି ନାଟକରେ ପ୍ରବେଶ କରିଛନ୍ତି ବୋଲି କହିଛନ୍ତି। ଶୁକ୍ରବାର ଜଷ୍ଟିସ୍‍ ଏକେ ସିକ୍ରିଙ୍କ ଅଧ୍ୟକ୍ଷତାଧୀନ ଖଣ୍ଡପୀଠ ଏହି ମାମଲାର ବିଚାର କରିବ ଓ ଆପଣ ସେଠାରେ ଏହାକୁ ଉପସ୍ଥାପନ କରନ୍ତୁ ବୋଲି ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଦୀପକ ମିଶ୍ର ଜେଠମାଲାନୀଙ୍କୁ କହିଛନ୍ତି। କର୍ଣ୍ଣାଟକ ରାଜ୍ୟପାଳ ସରକାର ଗଠନ ପାଇଁ ବିଜେପିକୁ ଆମନ୍ତ୍ରଣ କରି ଦୁର୍ନୀତିକୁ ଖୋଲା ନିମନ୍ତ୍ରଣ ଦେଇଛନ୍ତି ବୋଲି ଜେଠମାଲାନୀ କହିଛନ୍ତି। କର୍ଣ୍ଣାଟକରେ ଜେଠମାଲାନୀଙ୍କ ଭଳି ଓକିଲଙ୍କ ପ୍ରବେଶ ନୂଆ ମୋଡ଼ ଆଣିବ ବୋଲି ରାଜନୈତିକ ସମୀକ୍ଷକମାନେ ମତବ୍ୟକ୍ତ କରିଛନ୍ତି।

Leave A Reply