www.samajalive.in
Thursday, December 11, 2025
18.1 C
Bhubaneswar

ସାମ୍ନାକୁ ଆସିଲା ‘ଦବଙ୍ଗ୍‍-୩’ରେ ସଈ ମାଞ୍ଜରେକରଙ୍କ ଲୁକ୍‍ ; ଆସନ୍ତାକାଲି ଟ୍ରେଲର

ମୁମ୍ବଇ : ବଲିଉଡ଼ ଅଭିନେତା ସଲମାନ୍‍ ଖାନ୍‍ଙ୍କ ଅଭିନୀତ ଆଗାମୀ ଚଳଚ୍ଚିତ୍ର ‘ଦବଙ୍ଗ୍‍-୩’ର ନୂଆ ପୋଷ୍ଟର ମଙ୍ଗଳବାର ସାମ୍ନାକୁ ଆସିଛି। ଏଥିରେ ମହେଶ ମାଞ୍ଜରେକରଙ୍କ ଝିଅ ସଈ ମାଞ୍ଜରେକରଙ୍କ ଲୁକ୍‍ ଦେଖିବାକୁ ମିଳିଛି। ଏହାସହିତ ଚଳଚ୍ଚିତ୍ରର ଟ୍ରେଲର ଆସନ୍ତା କାଲି ଅର୍ଥାତ୍‍ ବୁଧବାର ରିିଲିଜ୍‍ ହେବ ବୋଲି ସୂଚନା ଦିଆଯାଇଛି।
ସୂଚନାଯୋଗ୍ୟ, ଏହି ଚଳଚ୍ଚିତ୍ର ମାଧ୍ୟମରେ ସଈ ବଲିଉଡ଼ରେ ଏଣ୍ଟ୍ରି କରିଛନ୍ତି। ସଲମାନ ପୋଷ୍ଟର ସହ ଏହାର ମୋଶନ ପୋଷ୍ଟର ମଧ୍ୟ ଶେୟାର କରିଛନ୍ତି। ମୋଶନ ପୋଷ୍ଟରରେ ସଲମାନ ସଈଙ୍କ ଫଟୋ ଦେଖି କହୁଛନ୍ତି, “ଏ ହେଉଛି ଆମ ବେବି ଖୁସୀ, ତା’ ଖୁସୀ ପାଇଁ ମୁଁ କାହାକୁ ବି ଦୁଃଖୀ କରିପାରେ”। ସଈଙ୍କ ପୋଷ୍ଟରକୁ ସାମାଜିକ ଗଣମାଧ୍ୟମରେ ଦର୍ଶକଙ୍କ ଭଲ ପ୍ରତିକ୍ରିୟା ମିଳୁଛି।

- Advertisement -

‘ଦବଙ୍ଗ୍‍-୩’ରେ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଭିନୟ କରିଥିବା ପ୍ରାୟ ସମସ୍ତ କଳାକାରଙ୍କ ଲୁକ୍‍ ସାମ୍ନାକୁ ଆସି ସାରିଛି। ‘ଦବଙ୍ଗ୍‍’ ସିରିଜ୍‍ର ସବୁ ଭାଗରେ ନୂଆ ଖଳନାୟକଙ୍କୁ ଦେଖିବାକୁ ମିଳେ। ଏଥର ଦକ୍ଷିଣ ଭାରତୀୟ ଅଭିନେତା କିଚ୍ଚା ସୁଦୀପ ଖଳନାୟକ ଭୂମିକାରେ ନଜର ଆସିବେ। ‘ଦବଙ୍ଗ୍‍-୩’ ଡିସେମ୍ବର ୨୦ରେ ପରଦାକୁ ଆସିବ।

Hot this week

ବନ୍ଧୁକ ବେପାର ବେଳେ ଦୁଇ ବେପାରୀଙ୍କୁ ମାଡି ବସିଲା ଏସ୍‌ଟିଏଫ୍‌

ଭୁବନେଶ୍ୱର - ନୂଆବର୍ଷ ପୂର୍ବରୁ ଦୁଇ ବନ୍ଧୁକ ବେପାରୀଙ୍କୁ ଗିରଫ କରିଛି...

ଦରମା ଓ ଭତ୍ତା ବୃଦ୍ଧିକୁ ବିରୋଧ କଲେ : ବିଧାୟକ ଲକ୍ଷ୍ମଣ ମୁଣ୍ତା

ଭୁବନେଶ୍ୱର - ଗତ ମଙ୍ଗଳବାର ବିଧାନସଭା ଗୃହରେ ପାରିତ ହୋଇଥିବା ବିଧାୟକ...

୨୧୪ ରନ କଲେ ଜିତିବ ଭାରତ

ସମାଜଲାଇଭ ଡେସ୍କ: ୨ୟ ଟି-୨୦​‌ରେ ଭାରତକୁ ୨୧୪ ରନର ବିଜୟ ଲକ୍ଷ୍ୟ...

ନାଗରିକତା ପାଇଥିବା ସମସ୍ତଙ୍କୁ ମିଳିବ ସରକାରୀ ସୁବିଧା , ୩୫ ଜଣଙ୍କୁ ନାଗରିକତା ପ୍ରମାଣ ପତ୍ର

ଭୁବନେଶ୍ୱର :ଜନଗଣନା ନିର୍ଦ୍ଦେଶାଳୟ ଓଡ଼ିଶା ଓ ଗୃହ ମନ୍ତ୍ରାଳୟ ଭାରତ ସରକାରଙ୍କ...

Related Articles

Popular Categories