www.samajalive.in
Thursday, December 11, 2025
18.1 C
Bhubaneswar

ଗର୍ଭବତୀ ମହିଳାଙ୍କୁ ଡାକ୍ତରଙ୍କ ଅଣଦେଖା, ଅଧାରାସ୍ତାରେ ୧୦୮ ରେ ପ୍ରସବ କଲେ ମହିଳା

ମୋହନା :ରାଜ୍ୟ ସରକାର ଗର୍ଭବତୀ ମହିଳାମାନଙ୍କ ବିଭିନ୍ନ ସୁବିଧା ସୁଯୋଗ ଯୋଗେଇ ଆସୁଥିବା ଡିଣ୍ଡିମ ପିଟୁଥିବା ବେଳେ ଗଜପତି ଜିଲ୍ଲା ମୋହନା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ତାହାର ବ୍ୟତିକ୍ରମ ଦେଖିବାକୁ ମିଳୁଛି। ଛୁଆ ଓ ମାଙ୍କୁ ସୁରକ୍ଷିତ ରଖିବା ପାଇଁ ଜନନୀ ଏକ୍ସପ୍ରେସ, ଡାକ୍ତରଙ୍କ ସୁବିଧା ରଖିଥିବା ବେଳେ ବିଭିନ୍ନ ସମୟରେ ବିଭିନ୍ନ ସ୍ଥାନରେ ଏହାର ସୁବିଧା ପାଇ ପାରୁନାହାନ୍ତି ପ୍ରସୂତିମାନେ। ଏଭଳି ଏକ ଘଟଣାଦେଖିବାକୁ ମିଳିଛି ମୋହନା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ। ମୋହନା ବ୍ଳକ ଠାରୁ ମାତ୍ର କିଛି ଦୂରରେ ଗୋବିନ୍ଦପୁର ପଞ୍ଚାୟତର ଟାଙ୍ଗିଲିପଦରର ଗର୍ଭବତୀ ମହିଳା ମାଳତି ମଲ୍ଲିକ ସକାଳ ପ୍ରାୟ ୫ଟାରେ ଏକ ଅଟୋ ଯୋଗେ ମୋହନା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆସିଥିଲେ। ସେଠାରେ ତାଙ୍କୁ ଡାକ୍ତର ଭଲଭାବେ ନଦେଖି ତୁମର ମମତା କାର୍ଡ, ରକ୍ତ ନମୁନା ପରିକ୍ଷା ହୋଇନାହିଁ କହି ତାଙ୍କୁ ବ୍ରହ୍ମପୁର ବଡମେଡିକାଲକୁ ପଠାଇ ଦେଇଥିଲେ। ସେ ୧୦୮ରେ ଯାଉଥିବା ସମୟରେ ଡେଙ୍ଗାଓସ୍ତା ନିକଟରେ ମହିଳା ଜଣଙ୍କର ଗାଡିରେ ପ୍ରସବ ହୋଇଥିବା ଜଣାପଡିଛି। ସେଠାରୁ ଡେଙ୍ଗାଓସ୍ତା ସ୍ୱାସ୍ଥ୍ୟ କେନ୍ଦ୍ରରେ ତାଙ୍କ ଚିକିତ୍ସା କରାଯାଇଥିଲା। ଏପରିକି ବାରମ୍ବାର ରୋଗୀମାନଙ୍କୁ, ଗର୍ଭବତୀ ମହିଳାଙ୍କୁ ମୋହନା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଦୁଃବ୍ୟବହାର କରାଯାଉଥିବା ଅଂଚଳବାସୀ ଅଭିଯୋଗ କରିଛନ୍ତି। ଅଭିଯୋଗ ପରେ ମଧ୍ୟ କୌଣସି ପଦକ୍ଷେପ ନିଆଯାଇପାରୁନାହିଁ। ଏ ସମ୍ପର୍କରେ ସ୍ୱାସ୍ଥ୍ୟକେନ୍ଦ୍ର ଭାରପ୍ରାପ୍ତ ଅଧିକାରିଣୀ ଡ.ନମିତା ପଣ୍ଡାଙ୍କୁ ପଚାରିବାରୁ ସେ ଘଟଣାର ତଦନ୍ତ କରି କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି କହିଛନ୍ତି।

Hot this week

ବନ୍ଧୁକ ବେପାର ବେଳେ ଦୁଇ ବେପାରୀଙ୍କୁ ମାଡି ବସିଲା ଏସ୍‌ଟିଏଫ୍‌

ଭୁବନେଶ୍ୱର - ନୂଆବର୍ଷ ପୂର୍ବରୁ ଦୁଇ ବନ୍ଧୁକ ବେପାରୀଙ୍କୁ ଗିରଫ କରିଛି...

ଦରମା ଓ ଭତ୍ତା ବୃଦ୍ଧିକୁ ବିରୋଧ କଲେ : ବିଧାୟକ ଲକ୍ଷ୍ମଣ ମୁଣ୍ତା

ଭୁବନେଶ୍ୱର - ଗତ ମଙ୍ଗଳବାର ବିଧାନସଭା ଗୃହରେ ପାରିତ ହୋଇଥିବା ବିଧାୟକ...

୨୧୪ ରନ କଲେ ଜିତିବ ଭାରତ

ସମାଜଲାଇଭ ଡେସ୍କ: ୨ୟ ଟି-୨୦​‌ରେ ଭାରତକୁ ୨୧୪ ରନର ବିଜୟ ଲକ୍ଷ୍ୟ...

ନାଗରିକତା ପାଇଥିବା ସମସ୍ତଙ୍କୁ ମିଳିବ ସରକାରୀ ସୁବିଧା , ୩୫ ଜଣଙ୍କୁ ନାଗରିକତା ପ୍ରମାଣ ପତ୍ର

ଭୁବନେଶ୍ୱର :ଜନଗଣନା ନିର୍ଦ୍ଦେଶାଳୟ ଓଡ଼ିଶା ଓ ଗୃହ ମନ୍ତ୍ରାଳୟ ଭାରତ ସରକାରଙ୍କ...

Related Articles

Popular Categories