www.samajalive.in
Monday, December 8, 2025
27.1 C
Bhubaneswar

ଆମେ ବିଶ୍ୱର ଯେ କୌଣସି ଟିମକୁ ହରାଇବାରେ ସକ୍ଷମ: ବିରାଟ କୋହଲି

ରାଞ୍ଚି: ଭାରତ ଓ ଦକ୍ଷିଣ ଆଫ୍ରିକା ବିପକ୍ଷ ତୃତୀୟ ତଥା ଅନ୍ତିମ ଟେଷ୍ଟରେ ଭାରତ ୨୦୨ ରନରେ ଦକ୍ଷିଣ ଆଫ୍ରିକାକୁ ହରାଇବାପରେ ଏହି ଟେଷ୍ଟ ସିରିଜ୍‍ କୁ ୩-୦ରେ ଜିତି ନେଇଛି ଭାରତ। ଦକ୍ଷିଣ ଆଫ୍ରିକା ବିପକ୍ଷରେ ଭାରତର ଏହା ପ୍ରଥମ କ୍ଲିନ ସୁଇପ। ଏହି ଟେଷ୍ଟ ସିରିଜ ବିଜୟ ପରେ ବିରାଟ କୋହଲି ପ୍ରଥମ ଭାରତୀୟ ଅଧିନାୟକ ଭାବେ ଦକ୍ଷିଣ ଆଫ୍ରିକା ବିପକ୍ଷରେ କ୍ଲିନ ସୁଇପ କରିଛନ୍ତି। ଏହାସହିତ ବିରାଟ କୋହଲି ପ୍ରଥମ ଭାରତୀୟ ଅଧିନାୟକ ଭାବେ ଦକ୍ଷିଣ ଆଫ୍ରିକାକୁ ଲଗାତର ୨ଟି ଟେଷ୍ଟରେ ଫଲୋଅନ ଦେଇ ଗୋଟିଏ ପାଳି ଏବଂ ବହୁରନ୍‍ ବ୍ୟବଧାନରେ ହରାଇଛନ୍ତି। ଭାରତୀୟ ଟିମର ଏହି ଧମାକାଦାର ବିଜୟ ପରେ ବିରାଟ କୋହଲି ଦଳର ସମସ୍ତ ଖେଳାଳିଙ୍କର ଖୁବ ପ୍ରଶଂସା କରିଛନ୍ତି। ମ୍ୟାଚଶେଷରେ ବିରାଟ କୋହଲି କହିଛନ୍ତିଯେ ସ୍ପିନ ବୋଲିଂ ଏବଂ ବ୍ୟାଟ୍ସମ୍ୟାନ ସର୍ବଦା ଭାରତୀୟ ଦଳର ଶକ୍ତିଶାଳୀପକ୍ଷ ରହିଆସିଛି ଏବଂ ବର୍ତ୍ତମାନ ଭାରତୀୟ ଦଳରେ ଥିବା ଯୁବ ଦୃତ ବୋଲର ମାନେ ମଧ୍ୟ ଉଚ୍ଚକୋଟିର ପଦର୍ଶନ କରୁଛନ୍ତି। ଦୃତ ବୋଲରଙ୍କ ମଧ୍ୟରେ କେବଳ ଇଶାନ୍ତ ଶର୍ମା ଟେଷ୍ଟ କ୍ରିକେଟରେ ଅନୁଭବି ହୋଇଥିବା ବେଳେ ଅନ୍ୟମାନେ ଯୁବ ବୋଲର ଅଛନ୍ତି। ଭାରତୀୟ ଖେଳାଳିମାନେ ଉଭୟ କ୍ଷେତ୍ରରକ୍ଷଣ ଏବଂ କ୍ୟାଚିଂରେ ବହୁତ ଉନ୍ନତ ପଦର୍ଶନ କରୁଛନ୍ତି ଯାହାଦ୍ୱାରା ଲାଗୁଛି ଭାରତୀୟ ଦଳର ଯୁବ ଖେଳାଳିମାନଙ୍କ ମଧ୍ୟରେ ଟେଷ୍ଟ କ୍ରିକେଟକୁ ନେଇ କମ୍‍ ଅନୁଭବ ରହିଥିଲେ ମଧ୍ୟ ପ୍ରଦର୍ଶନ ଦେଖିଲେ ଲାଗୁଛି ଆମେ ବିଶ୍ୱର ଯେକୌଣସି ଦଳକୁ ମଧ୍ୟ ହରାଇ ପାରିବୁ। ବିଶ୍ୱର ଏକ ନମ୍ବର ଟିମ୍‍ ମାନ୍ୟତା ବଜାଇ ରଖିବାକୁ ହେଲେ ଆମକୁ ସମସ୍ତ ବିଭାଗରେ ଉନ୍ନତ ପ୍ରଦର୍ଶନ ଦେଖାଇବାକୁ ପଡିବ। ଭାରତୀୟ ଦଳ ସିମିତ ଓଭର ମ୍ୟାଚ୍‍ ରେ ଭଲ ପ୍ରଦର୍ଶନ କରୁଛି। ଏକ ଟିମ୍‍ ଭାବେ ଭାରତୀୟ ଦଳର ପ୍ରଦର୍ଶନ ଉନ୍ନତ ରହିଛି ଏବଂ ଆମକୁ ଆହୁରୀ ଉନ୍ନତ ପ୍ରଦର୍ଶନ କରିବାକୁ ପଡିବ। ଭାରତୀୟ ଦଳ ଆଗକୁ ମଧ୍ୟ ଆହୁରୀ କଠିନ ପରିଶ୍ରମ କରିବ ଯାହାଦ୍ୱାରା ଆମେ ଯେକୌଣସି ପରିସ୍ଥିତିରେ ମଧ୍ୟ ସମସ୍ତ ଦଳକୁ କଡା ଟକ୍କର ଦେଇ ପାରିବୁ।

Hot this week

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

Related Articles

Popular Categories