www.samajalive.in
Saturday, December 13, 2025
23.1 C
Bhubaneswar

ରିଲିଜ୍‍ ହେଲା ‘ପାଗଲପନ୍ତି’ର ଟ୍ରେଲର

ମୁମ୍ବଇ : ଏକାଧିକ ଲୋକପ୍ରିୟ କଳାକାରଙ୍କ ଅଭିନୀତ ଆଗାମୀ ହାସ୍ୟ ରସାତ୍ମକ ଚଳଚ୍ଚିତ୍ର ‘ପାଗଲପନ୍ତି’ର ଟ୍ରେଲର ମଙ୍ଗଳବାର ରିଲିଜ୍‍ ହୋଇଛି। ଚଳଚ୍ଚିତ୍ରରେ ଅନୀଲ କପୁର, ଜନ୍‍ ଆବ୍ରାହମ୍‍, ଇଲିଆନା ଡିକ୍ରୁଜ୍‍, ଅରଶଦ ୱାରସୀ, ପୁଲକିତ ସମ୍ରାଟ, କୃତି ଖରବନ୍ଦା, ଉର୍ବଶୀ ରାଉତେଲା ଓ ସୌରଭ ଶୁକ୍ଲା ପ୍ରମୁଖ କଳାକାର ଅଭିନୟ କରିଛନ୍ତି। ଏହା ୨୨ ନଭେମ୍ବରରେ ପରଦାକୁ ଆସିବ। ଅନୀସ ବଜ୍ମୀଙ୍କ ନିର୍ଦ୍ଦେଶନାରେ ନିର୍ମିତ ‘ପାଗଲପନ୍ତି’ର ଟ୍ରେଲର ଦେଖି ଜଣାପଡ଼ୁଛି ଯେ, ଚଳଚ୍ଚିତ୍ରରେ ମନୋରଞ୍ଜନର ଜବରଦସ୍ତ ଖୋରାକ ଭରି ରହିଛି। ପୂର୍ବରୁ ଚଳଚ୍ଚିତ୍ରର ଲୁକ୍‍ ପୋଷ୍ଟର ମଧ୍ୟ ସାମ୍ନାକୁ ଆସିଥିଲା। ‘ପାଗଲପନ୍ତି’ର ଟ୍ରେଲର ସମ୍ପୂର୍ଣ୍ଣ ରୂପେ ନିଜ ଟାଇଟଲ୍‍କୁ ଯଥାର୍ଥତା ଦେଇଛି। ଟ୍ରେଲର ଦେଖି ଚଳଚ୍ଚିତ୍ରକୁ ନେଇ ଦର୍ଶକଙ୍କ ଉତ୍କଣ୍ଠା ବୃଦ୍ଧି ପାଉଥିବା ଜଣାପଡ଼ିଛି। ସାମାଜିକ ଗଣମାଧ୍ୟମରେ ଏହି ଟ୍ରେଲରକୁ ବହୁତ ଭଲ ପ୍ରତିକ୍ରିୟା ମିଳୁଛି।

Hot this week

ଲିଓନେଲ୍ ମେସିଙ୍କ ୭୦ ଫୁଟ ପ୍ରତିମୂର୍ତ୍ତି ଉନ୍ମୋଚନ

ସମାଜ ଲାଇଭ ଡ଼େସ୍କ : ବିଶ୍ବର ତାରକା ଫୁଟବଲ୍ ଖେଳାଳି ଲିଓନେଲ୍...

ମାଟି ତଳୁ କଡାଯାଉଛି ରାମୁ ହାତୀର କଙ୍କାଳ: ପ୍ରକୃତି ନିବାସରେ ସଂରକ୍ଷିତ ରହିବ

ସମାଜ ଡିଜିଟାଲ ଡେସ୍କ: ଅମର ରହିବ ରାମୁ ହାତୀ । ସଂରକ୍ଷିତ...

ଡାଏବେଟିସ ପାଇଁ ଆସିଲା ଇଞ୍ଜେକ୍ସନ୍

ନୂଆଦିଲ୍ଲୀ : ଡେନମାର୍କ ଔଷଧ କମ୍ପାନୀ ନୋଭୋ ନରଡିସ୍କ ଶେଷରେ ଭାରତରେ...

ତାଣ୍ଡବ ରଚିଲା ଘନ କୁହୁଡ଼ି : ଗୋଟିଏ ପରେ ଗୋଟିଏ ଛଅଟି ଗାଡ଼ି ଧକ୍କା

ସମାଜ ଲାଇଭ ଡ଼େସ୍କ : ଉତ୍ତର ପ୍ରଦେଶରେ ତାଣ୍ଡବ ରଚିଲା ଘନ...

ଫୁଟବଲର କିଙ୍ଗ୍‌ ଲିଓନେଲ୍‌ ମେସିଙ୍କୁ ଭେଟିଲେ ଶାହାରୁଖ

ସମାଜ ଡିଜିଟାଲ ଡେସ୍କ: ଆର୍ଜେଣ୍ଟିନାର କିମ୍ବଦନ୍ତୀ ଫୁଟବଲ ଷ୍ଟାର ଲିଓନେଲ୍‌ ମେସି...

Related Articles

Popular Categories