BJD Bijuli 480×75 Mob

ବିଦ୍ୟୁତ୍‍ ସଂସ୍ପର୍ଶରେ ଆସି ଟ୍ରକ୍‍ ହେଲ୍‍ପରଙ୍କ ମୃତ୍ୟୁ

BJD Bijuli 480×75 Mob

ମୁଖିଗୁଡ଼ା : ଜୟପାଟଣା ବ୍ଲକ ଅନ୍ତର୍ଗତ ଉଚ୍ଛୁଲା ପଞ୍ଚାୟତ କାର୍ଯ୍ୟାଳୟ ଗୋଦାମକୁ ଆସୁଥିବା ଏକ ଟ୍ରକର ହେଲପର  ବିଦ୍ୟୁତ୍‍ ସଂସ୍ପର୍ଶରେ ଆସି ପ୍ରାଣ ହରାଇଛନ୍ତି। ମୃତ ଟ୍ରକ ହେଲ୍‍ପର ଜଣଙ୍କ ଲଡ଼ୁଗାଁ ଗ୍ରାମର ବିନୋଦ ନାଏକ ବୋଲି ଜଣାପଡ଼ିଛି ।

ସୂଚନା ଅନୁଯାୟୀ, ରବିବାର ଅପରାହ୍ନରେ ଟ୍ରକ୍‍ ନଂ. ଓ.ଆର୍‍.୧୦ଏଫ୍‍ ୬୪୩୫ ଜୟପାଟଣା ବ୍ଳକ୍‍ ଅନ୍ତର୍ଗତ ଉଚ୍ଛୁଲା ପଞ୍ଚାୟତ କାର୍ଯ୍ୟାଳୟ ଗୋଦାମକୁ ଆସୁଥିଲା। ଏହି ସମୟରେ ଟ୍ରକ୍‍ର ଉପର ପାର୍ଶ୍ବ ରାସ୍ତା ଉପରେ ଯାଇଥିବା ୧୧ କେ.ଭି ବିଦ୍ୟୁତ୍‍ ତାର ସଂସ୍ପର୍ଶରେ ଆସିଥିଲା। ହେଲ୍‍ପର ବିନୋଦ ବିଦ୍ୟୁତ୍‍ ତାରକୁ ଉପରକୁ ଉଠାଉଥିବା ବେଳେ ନିଜେ ବିଦ୍ୟୁତ୍‍ ସଂସ୍ପର୍ଶରେ ଆସି ମୃତ୍ୟୁ ବରଣ କରିଥିଲେ। ଜୟପାଟଣା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଜବତ କରିଛି। ଗୋଦାମ ଘର ପୂର୍ବରୁ ରାସ୍ତା ଉପରେ ବିଦ୍ୟୁତ୍‍ ତାର ଦୀର୍ଘଦିନ ଧରି ତଳକୁ ଓହଳିଥିବା ସମ୍ପର୍କରେ ଗ୍ରାମବାସୀ ବିଦ୍ୟୁତ୍‍ ବିଭାଗକୁ ଜଣାଇଥିଲେ ମଧ୍ୟ କୌଣସି ପଦକ୍ଷେପ ନିଆଯାଇ ନାହିଁ, ଯେଉଁଥିପାଇଁ ଜଣଙ୍କ ଜୀବନ ଚାଲିଗଲା ବୋଲି ସ୍ଥାନୀୟ ବାସିନ୍ଦା ଅଭିଯୋଗ କରିଛନ୍ତି। ମୃତ ବିନୋଦଙ୍କ ପରିବାର ଲୋକେ କ୍ଷତିପୂରଣ ଦାବି କରିଛନ୍ତି।

Comments are closed.