www.samajalive.in
Sunday, December 7, 2025
14.1 C
Bhubaneswar

ଜାଣନ୍ତୁ କେଉଁ ଖାଦ୍ୟ ସାମଗ୍ରୀକୁ କେତେ ଦିନ ଯାଏଁ ଫ୍ରିଜରେ ରଖିବା ଉଚିତ

ବର୍ତ୍ତମାନର ବ୍ୟସ୍ତବହୁଳ ଜୀବନରେ ଅଧିକାଂଶ ଲୋକେ ବଳକା ଖାଦ୍ୟ ଓ ଅନ୍ୟାନ୍ୟ ବହୁ ଖାଦ୍ୟ ସାମଗ୍ରୀକୁ ଅଧିକ ଦିନ ଯାଏଁ ଫ୍ରିଜରେ ରଖି ଦେଇଥାଆନ୍ତି। ମାତ୍ର କେଉଁ ଖାଦ୍ୟ ସାମଗ୍ରୀକୁ କେତେ ଦିନ ଯାଏଁ ଫ୍ରିଜରେ ରଖିବା ଉଚିତ ତାହା ହୁଏତ ସଭିଏଁ ଜାଣି ନଥିବେ। ଜାଣନ୍ତୁ ଏହା ବିଷୟରେ ….
ଅଣ୍ଡା –
ଅଣ୍ଡାରେ ଅଧିକ ପରିମାଣରେ ପୋଷକ ତତ୍ତ୍ୱ ରହିଛି। ମାତ୍ର ଏହାକୁ କଞ୍ଚା କିମ୍ବା ପ୍ରସ୍ତୁତ କରି ଫ୍ରିଜରେ ରଖିଲେ ଏହାର ପୋଷକ ତତ୍ତ୍ୱ ନଷ୍ଟ ହୋଇଯାଏ। ତେଣୁ ସର୍ବଦା ଚେଷ୍ଟା କରନ୍ତୁ ଆବଶ୍ୟକ ପରିମାଣରେ ଅଣ୍ଡା ଆଣି ଏହାକୁ ସେହି ଦିନ ହିଁ ବ୍ୟବହାର କରନ୍ତୁ। ଫ୍ରିଜରେ ରଖନ୍ତୁ ନାହିଁ।
ପନିର –
ପନିର ଫ୍ରିଜରେ ରଖିପାରିବେ। ମାତ୍ର ଏହାକୁ ଏକ ପ୍ଲାଷ୍ଟିକ ଡ଼ବା ମଧ୍ୟରେ ରଖି ପାଣି ଭର୍ତ୍ତି କରି ଡ଼ବାର ଖୋଳ ବନ୍ଦ କରନ୍ତୁ ଯେପରି ଏହା ପାଣିରେ ଡ଼ୁବିବା ଭଳି ରହିବ।
ପାଉଁରୁଟି –
ପାଉଁରୁଟିର ପ୍ୟାକେଟକୁ ଖୋଲିବା ପରେ ଏହାକୁ ଗୋଟିଏ ଦିନରୁ ଅଧିକ ଫ୍ରିଜରେ ରଖନ୍ତୁ ନାହିଁ। ମାତ୍ର ଯଦି ପ୍ୟାକେଟ ଖୋଲି ନଥିବେ , ତେବେ ଏହାକୁ ୨ ଦିନ ଫ୍ରିଜରେ ରଖି ପାରିବେ।
ଆମିଷ –
ଯେକୌଣସି ଆମିଷକୁ ଫ୍ରିଜରେ ରଖି ପାରିବେ । ମାତ୍ର ୩ , ୪ ଦିନରୁ ଅଧିକ ଦିନ ଯାଏଁ ରଖନ୍ତୁ ନାହିଁ।
ଫଳ ଓ ପନିପରିବା –
ସେଓ, ପିଜୁଳି ଆଦି ଫଳକୁ ଫ୍ରିଜରେ ରଖିପାରିବେ। ମାତ୍ର କଦଳୀ, ଆମ୍ବ ଏହାକୁ ଫ୍ରିଜରେ ରଖିଲେ ସଢି ଯାଇ ନଷ୍ଟ ହୋଇଯାଏ। ପନିପରିବାକୁ ଅଧିକ ଦିନ ଫ୍ରିଜରେ ରଖନ୍ତୁ ନାହିଁ। କଟା ପିଆଜ ଆଦୌ ଫ୍ରିଜରେ ରଖନ୍ତୁ।

Hot this week

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

Related Articles

Popular Categories