www.samajalive.in
Friday, December 12, 2025
14.1 C
Bhubaneswar

ଆସାମ ଏନ୍‍ଆର୍‍ସି ସଂଯୋଜକ ପ୍ରତୀକ୍‍ ହାଜେଲାଙ୍କୁ ବଦଳି ପାଇଁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ଗୁଆହାଟୀ : ଆସାମ ଜାତୀୟ ନାଗରିକ ପଞ୍ଜିକା(ଏନ୍‍ଆର୍‍ସି) ସଂଯୋଜକ ପ୍ରତୀକ୍‍ ହାଜେଲାଙ୍କୁ ମଧ୍ୟପ୍ରଦେଶକୁ ବଦଳି କରାଯିବ। ହାଜେଲାଙ୍କୁ ସର୍ବାଧିକ ସମୟ ପାଇଁ ମଧ୍ୟପ୍ରଦେଶକୁ ବଦଳି କରିବାକୁ ଶୁକ୍ରବାର ସୁପ୍ରିମକୋର୍ଟ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ହଜେଲାଙ୍କ ଜୀବନ ପ୍ରତି ବିପଦ ଥିବା ଓ ଧମକମାନ ମିଳୁଥିବା ଯୋଗୁଁ ଏଭଳି ନିର୍ଦ୍ଦେଶ ଜାରି କରାଯାଇଛି। ପ୍ରଧାନବିଚାରପତି ରଞ୍ଜନ ଗୋଗୋଇ ଓ ଜଷ୍ଟିସ୍‍ ଏସ୍‍.ଏ. ବୋବଡେ ଏବଂ ଆର୍‍.ଏଫ୍‍. ନରିମାନଙ୍କ ଖଣ୍ଡପୀଠ ଶ୍ରୀ ହଜେଲାଙ୍କୁ ଆନ୍ତଃ କ୍ୟାଡର ଭିତ୍ତିରେ ବଦଳି କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଶ୍ରୀ ହଜେଲା ଆସାମରେ ଜାତୀୟ ନାଗରିକ ପଞ୍ଜିକାର ପ୍ରକାଶନର ଚୂଡ଼ାନ୍ତ କାର୍ଯ୍ୟ ସହ ସମ୍ପୃକ୍ତ ଥିଲେ। ଗତବର୍ଷ ଅଗଷ୍ଟ ୩୧ ତାରିଖରେ ଏନ୍‍ଆର୍‍ସି ପ୍ରକାଶ ପାଇଥିଲା।

Hot this week

ସାମାନ୍ୟ କମିଲା ସୁନାଦର

ନୂଆଦିଲ୍ଲୀ-ଭାରତରେ ସୁନା ମୂଲ୍ୟ ହ୍ରାସ ପାଇଛି। ନୂଆଦିଲ୍ଲୀରେ ୨୪ କ୍ୟାରେଟ୍ ସୁନାର...

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

Related Articles

Popular Categories