www.samajalive.in
Sunday, December 14, 2025
26.1 C
Bhubaneswar

ଭିଏଲଡବ୍ଲୁ ସ୍ମିତାରାଣୀ ବିଶ୍ୱାଳଙ୍କ ହତ୍ୟାକାଣ୍ଡରେ ରହିଛି ଶାସକ ଦଳର କର୍ମୀଙ୍କ ସଂପୃକ୍ତି: କଂଗ୍ରେସ

ଭୁବନେଶ୍ବର: ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ୍ ହରିଦାସପୁର ପଞ୍ଚାୟତର ଭିଏଲଡବ୍ଲୁ ସ୍ମିତାରାଣୀ ବିଶ୍ୱାଳଙ୍କ ସନ୍ଦେହଜନକ ମୃତ୍ୟୁକୁ ନେଇ ଏବେ ରାଜାନୀତି ଜୋର ଧରିଛି। ତାଙ୍କୁ ହତ୍ୟା କରାଯାଇଛି ଏବଂ ଏହି ହତ୍ୟାକାଣ୍ଡରେ ଶାସକ ଦଳର କର୍ମୀଙ୍କ ସଂପୃକ୍ତି ରହିଛି ବୋଲି କଂଗ୍ରେସ ପ୍ରବକ୍ତା ସତ୍ୟ ପ୍ରକାଶ ନାୟକ ଅଭିଯୋଗ କରିଛନ୍ତି।

କଂଗ୍ରେସ ଭବନରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ସତ୍ୟ ପ୍ରକାଶ ନାୟକ କହିଛନ୍ତି ଯେ, ସ୍ମିତାରାଣୀ ମୃତ୍ୟୁ ପଛରେ ଶାସକ ଦଳର କର୍ମୀଙ୍କ ହାତ ଥିବାରୁ ସରକାର ତଦନ୍ତରେ ବିଳମ୍ବ କରୁଛନ୍ତି। ଜାତୀୟ ମାନବାଧିକାର କମିସନ ଓ ରାଜ୍ୟ ମାନବାଧିକାର କମିସନଙ୍କୁ ନିଜ ଆଡୁ ମାମାଲା ରୁଜୁ କରି ତଦନ୍ତ କରିବାକୁ କଂଗ୍ରେସ ଦାବି କରିଛି। ଏହାର ତଦନ୍ତ ବିଳମ୍ବ ହେଲେ ସ୍ଥାନୀୟ ପୁଲିସ ତଥ୍ୟ ପ୍ରମାଣ ନଷ୍ଟ କରିବାର ସୁଯୋଗ ପାଇବ ବୋଲି କଂଗ୍ରେସ ଅଭିଯୋଗ କହିଛି। ଏହା ସହିତ ମାମଲାକୁ ସିବିଆଇକୁ ହସ୍ତାନ୍ତର କରିବା ପାଇଁ ମଧ୍ୟ ଦାବି କରାଯାଉଛି। ଏହି ମାମଲାରେ ସରକାର ସଠିକ୍ ତଦନ୍ତ କରି ଅଭିଯୁକ୍ତକୁ ଉପଯୁକ୍ତ ଦଣ୍ଡ ପ୍ରଦାନ ନକଲେ ଆଗାମୀ ଦିନରେ କଂଗ୍ରେସ ରାଜରାସ୍ତାକୁ ଓହ୍ଲାଇବ ବୋଲି ଚେତାବନୀ ଦେଇଛି।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories